ସୌମ୍ୟ ଏବଂ ଓମ୍‌ଙ୍କ ବିବାଦ ନେଇ ଅଡିଓ କ୍ଲିପ୍‌ରେ ଖୁଲାସା, କିଏ ଏହି ରହସ୍ୟମୟୀ ଯୁବତୀ ?

ସୌମ୍ୟ-ଏବଂ-ଓମ୍‌ଙ୍କ-ବିବାଦ-ନେଇ-ଅଡିଓ-କ୍ଲିପ୍‌ରେ-ଖୁଲାସା,-କିଏ-ଏହି-ରହସ୍ୟମୟୀ-ଯୁବତୀ-?

ଭୁବନେଶ୍ବର ୫।୬: ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ପଛରେ ରହିଛି କି ପୁରଣା ବିବାଦ ? ସୌମ୍ୟ ହତ୍ୟାକାଣ୍ଡ ସମ୍ପର୍କରେ ଆସିଲା ସାଙ୍ଘାତିକ ତଥ୍ୟ । ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଜଣେ ଯୁବତୀଙ୍କ ଅଡିଓ କ୍ଲିପ୍ । ଏହି ଅଡିଓରେ ସୌମ୍ୟ ଏବଂ ତାଙ୍କ ସାଙ୍ଗ ଓମ୍‌ଙ୍କ ବିବାଦ ସମ୍ପର୍କରେ ଖୁଲାସା କରିଛନ୍ତି ଯୁବତୀ ଜଣଙ୍କ । ଅଡିଓରେ ଓମ୍‌ଙ୍କୁ ନେଇ ଅନେକ କଥା କହୁଛନ୍ତି ଯୁବତୀ ।

Also Read:- ରାମାୟଣ ନାଟକ ଚାଲୁଥିବା ବେଳେ ପାଲଟିଲା ରଣକ୍ଷେତ୍ର, କିନ୍ନରଙ୍କୁ ଘୋଷାଡି ପିଟିଲେ କିନ୍ନର

ଆହୁରି ମଧ୍ୟ ସତ୍ୟବିହାର ସ୍ଥିତ ଜିମ୍‌କୁ ନେଇ ଉଭୟ ସୌମ୍ୟ ଏବଂ ଓମ୍‌ଙ୍କର ହୋଇଥିଲା ବିବାଦ । ଟଙ୍କା ନେଣଦେଣକୁ ନେଇ ମଧ୍ୟ ଉଭୟଙ୍କ ମଧ୍ୟରେ ହୋଇଥିଲା ବଚସା । ଅଡିଓ କ୍ଲିପ୍‌ରେ ବୁବୁ, ମାମା ଏବଂ ପ୍ରଦୀପ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ କିଏ ଏହି ଯୁବତୀ ? ତାଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଆବଶ୍ୟକତା ରହିଛି । ସୌମ୍ୟଙ୍କ ସହ ଏହି ଯୁବତୀଙ୍କ ସମ୍ପର୍କ କ’ଣ, ତାର ବି ତଦନ୍ତ ହେବା ଜରୁରୀ । ଏହି ଯୁବତୀଙ୍କୁ ତଦନ୍ତ ପରିସରଭୁକ୍ତ କଲେ ସୌମ୍ୟ ହତ୍ୟା ରହସ୍ୟ ଉପରୁ ପରଦା ହଟିପାରିବ ବୋଲି କୁହାଯାଉଛି ।

ତେବେ ଯୁବତୀ ଜଣଙ୍କ କ’ଣ କହୁଛନ୍ତି ଶୁଣନ୍ତୁ…

ସୌମ୍ୟଙ୍କୁ ହତ୍ୟା ପାଇଁ ହୋଇଥିଲା କି ଷଡ଼ଯନ୍ତ୍ର ? ଯଦି ଷଡ଼ଯନ୍ତ୍ର ହୋଇଥିଲା ତାହେଲେ ଏହା ପଛରେ କିଏ ? ସତ ଜାଣିବାକୁ ଗୁରୁବାର ଚତୁର୍ଥ ଦିନରେ ବି ମାରାଥନ୍ ଜେରା ଚଳାଇଥିଲା NHRC ଟିମ୍ । GRP କନଷ୍ଟେବଲ ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣାର ତଦନ୍ତ କରୁଥିବା ଜାତୀୟ ମାନବାଧିକାର କମିଶନ, NHRC ମଧ୍ୟ ବିଭିନ୍ନ ବ୍ୟକ୍ତିଙ୍କୁ ଡାକି ପଚରାଉଚରା କରିଥିଲେ । ଗୁରୁବାର ସକାଳ ପ୍ରାୟ ୮ଟା ବେଳେ ପୁଣି ଥରେ NHRC କ୍ୟାମ୍ପ କୋର୍ଟରେ ହାଜର ହୋଇଥିଲେ ବାଲିଅନ୍ତା ଥାନାର ପୂର୍ବତନ IIC ଅନୀଲ ପରିଡ଼ା । ଏଥରକୁ ମିଶାଇ ଚାରି ଚାରି ଥର NHRC କ୍ୟାମ୍ପ କୋର୍ଟରେ ହାଜର ହେଲେଣି ଅନୀଲ ପରିଡ଼ା । ତାଙ୍କ ଠାରୁ ଘଟଣା ଦିନର ବିସ୍ତୃତ ବିବରଣୀ ବାରମ୍ବାର ଜାଣିବାକୁ ଚାହିଁଥିଲେ NHRC ଟିମ୍ ।

ସେପଟେ ଦ୍ବିତୀୟ ଥର ପାଇଁ NHRC ଟିମ୍ ଆଗରେ ହାଜର ହୋଇଥିଲେ କ୍ରାଇମବ୍ରାଞ୍ଚ DSP ରତ୍ନପ୍ରଭା ଶତପଥୀ । ସେ କହିଥିଲେ, NHRC ଯେଉଁ ତଥ୍ୟ ମାଗିଥିଲେ ତାହା ଆମେ ଦେଇଛୁ । ସୌମ୍ୟ ହତ୍ୟାକାଣ୍ଡର ତଦନ୍ତ ଏବେ ବି ଜାରି ରହିଛି । ଆଗକୁ ଗିରଫଦାରୀ ସଂଖ୍ୟା ବଢ଼ିବ । ଅନ୍ୟପଟେ ମୃତ ସୌମ୍ୟଙ୍କ ବାନ୍ଧବୀ କୁହାଯାଉଥିବା ଜଣେ ଯୁବତୀଙ୍କୁ ଦୀର୍ଘ ୪ ଘଣ୍ଟା ଧରି ପଚରା ଉଚରା କରିଥିଲେ NHRC ଟିମ୍ । ଗୁରୁବାର ସକାଳ ୧୦ଟାରେ NHRC କ୍ୟାମ୍ପ କୋର୍ଟରେ ହାଜର ହୋଇଥିଲେ ସୌମ୍ୟଙ୍କ ବାନ୍ଧବୀ । ସୌମ୍ୟଙ୍କ ସହ ତାଙ୍କର କେତେ ଦିନର ସମ୍ପର୍କ, ସୌମ୍ୟଙ୍କ ସ୍ବଭାବ ସମ୍ପର୍କରେ ତାଙ୍କୁ ପଚାରିଥିଲେ NHRC ଟିମ୍ । କ୍ୟାମ୍ପ କୋର୍ଟରୁ ବାହାରିବା ପରେ ସୌମ୍ୟଙ୍କ ବାନ୍ଧବୀ କହିଥିଲେ ଯେ, NHRC ଟିମ୍ ଯାହା ପଚାରିଲେ ସେ ସ୍ପଷ୍ଟ ଭାବେ ତା’ର ଉତ୍ତର ରଖିଛନ୍ତି ।

Also Read:- ବାଲିଅନ୍ତା ବର୍ବରତାର ତଦନ୍ତ ପାଇଁ ପହଞ୍ଚିଲା ଦୁଇ ଜଣିଆ NHRC ଟିମ୍‌

ସେହିଭଳି NHRC କ୍ୟାମ୍ପ କୋର୍ଟରେ ହାଜର ହୋଇଥିଲେ ଜୋନ୍-୪ ACP ଅଭିମନ୍ୟୁ ନାୟକ । କ୍ୟାମ୍ପ କୋର୍ଟ ଭିତରକୁ ଯିବା ବେଳେ ହାତରେ ଅନେକ କିଛି ଦସ୍ତାବିଜ୍ ଧରି ଯାଇଥିଲେ ACP । କିନ୍ତୁ ବାହାରକୁ ବାହାରିବା ବେଳକୁ ଖାଲି ହାତରେ ଫେରିଥିଲେ ACP ଅଭିମନ୍ୟୁ ନାୟକ । ଅର୍ଥାତ୍ NHRC ଟିମଙ୍କୁ କିଛି ଜରୁରୀ ଦସ୍ତାବିଜ୍ ଦେବାକୁ ଆସିଥିଲେ ଜୋନ୍-୪ ACP । କିନ୍ତୁ ଗଣମାଧ୍ୟମ ସାମ୍ନାରେ ଏହାକୁ ଏଡ଼ାଇବାକୁ ଯାଇ ଅନ୍ୟ କାମରେ ଆସିଛି ବୋଲି କହିଥିଲେ । ସେହିଭଳି ସୌମ୍ୟଙ୍କ ମୃତଦେହର ପୋଷ୍ଟମର୍ଟମ ସମୟରେ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଭାବେ ଦାୟିତ୍ବ ତୁଲାଇଥିବା ଜଣେ ଅଧିକାରୀଙ୍କୁ ପଚରା ଉଚରା କରିଥିଲେ NHRC ଟିମ୍ । ପୋଷ୍ଟମର୍ଟମ ସମୟରେ ସେ ସୌମ୍ୟଙ୍କ ଶରୀରରେ କ’ଣ ସବୁ ବ୍ୟତିକ୍ରମ ଦେଖିଥିଲେ ତାହା କ୍ୟାମ୍ପ କୋର୍ଟ ଆଗରେ ରଖିଥିଲେ ।

ଅପରାହ୍ନରେ NHRC ଟିମ୍ କଟକ GRP ଏସପି ଅଫିସକୁ ଯାଇ ସେଠାରେ ସୌମ୍ୟଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ । ସୌମ୍ୟଙ୍କ କାହିଁକି ଚାକିରିରୁ ସସ୍ପେଣ୍ଡ କରାଯାଇଥିଲା ? ଚାକିରି ସମୟରେ ସୌମ୍ୟ ADGଙ୍କ ଘରେ କେଉଁ ସମୟରେ ଡ୍ୟୁଟି କରୁଥିଲେ ? ଏସବୁ ପ୍ରଶ୍ନର ଉତ୍ତର ଚାହିଁଥିଲେ NHRC ଟିମ୍ ।

ସୌମ୍ୟ ହତ୍ୟା ଘଟଣାରେ ଅନେକ ଦିଗକୁ ନେଇ ଖୋଳତାଡ଼ ଚଳାଇଥିବା NHRC ଟିମ୍ ହାତରେ କ’ଣ ପ୍ରମାଣ ଲାଗିଛି ତାହା ତ ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେବ । କିନ୍ତୁ ୟା ଭିତରେ କିଛି ଲୋକଙ୍କ ଆକ୍ଟିଭିଟି ଓ ସୌମ୍ୟଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ଦେଖିଲେ ସୌମ୍ୟ ହତ୍ୟା ପଛରେ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ହୋଇଥିବା ଚର୍ଚ୍ଚା ହେଉଛି । ତେବେ ଏହି ଷଡ଼ଯନ୍ତ୍ର ପଛର ମୁଖ୍ୟ ସୂତ୍ରଧର କିଏ ? ତାହା ଆଗକୁ ଜଣାପଡ଼ିବ ।

Scroll to Top