ଦିଲ୍ଲୀରେ ପୁଣି ଅଗ୍ନିକାଣ୍ଡ : ଆପାର୍ଟମେଣ୍ଟରେ ନିଆଁ, ଜଳୁଛି ଅନେକ ଫ୍ଲାଟ୍

ଦିଲ୍ଲୀରେ-ପୁଣି-ଅଗ୍ନିକାଣ୍ଡ-:-ଆପାର୍ଟମେଣ୍ଟରେ-ନିଆଁ,-ଜଳୁଛି-ଅନେକ-ଫ୍ଲାଟ୍

ଦିଲ୍ଲୀରେ ପୁଣି ଅଗ୍ନିକାଣ୍ଡ : ଆପାର୍ଟମେଣ୍ଟରେ ନିଆଁ, ଜଳୁଛି ଅନେକ ଫ୍ଲାଟ୍

ରିପୋର୍ଟ ଅନୁସାରେ, ସେକ୍ଟର ୭୫ର ଆଇଭିଓ୍ୱାଇ ସୋସାଇଟିରେ ଥିବା ଏକ ଆପାର୍ଟମେଣ୍ଟରେ ନିଆଁ ଲାଗିଯାଇଛି । ବହୁତଳ ଆପାର୍ଟମେଣ୍ଟର ୧୨ତମ ମହଲାରେ ନିଆଁ ଲାଗିଥିବା ଖବର ଆସିଛି । ଏକ ଫ୍ଲାଟରୁ ପ୍ରଥମେ ଧୂଆଁ ବାହାରିଥିଲା । ପରେ ଏହା ଅନ୍ୟ ଫ୍ଲାଟକୁ ବ୍ୟାପିଥିବା କୁହାଯାଉଛି ।

Published By: Ankit M – Prameya-News7 Bureau | June 05, 2026 09:23 AM

NEWS7

fire mishap

ନୂଆଦିଲ୍ଲୀ, ୦୫/୦୬ : ଦିଲ୍ଲୀର ରେଷ୍ଟୁରାଣ୍ଟଟରେ ଅଗ୍ନିକାଣ୍ଡ ଘଟଣା ମନରୁ ଲିଭି ନଥିବା ବେଳେ ବିହାର ପାଟନାରେ ଥିବା ଏକ ହସ୍ପିଟଟାଲରେ ନିଆଁ ଲାଗିଯାଇଥିଲା । ଉଭୟ ଘଟଣାରେ ୨୫ରୁ ଅଧିକ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଏବେ ପୁଣି ଦିଲ୍ଲୀରେ ଅଗ୍ନିକାଣ୍ଡ ଘଟିଛି । ନୋଏଡା ସ୍ଥିତ ସେକ୍ଟର ୭୫ରେ ଥିବା ଏକ ଆପାର୍ଟମେଣ୍ଟରେ ଭୟଙ୍କର ନିଆଁ ଲାଗିଛି ।

ରିପୋର୍ଟ ଅନୁସାରେ, ସେକ୍ଟର ୭୫ର ଆଇଭିଓ୍ୱାଇ ସୋସାଇଟିରେ ଥିବା ଏକ ଆପାର୍ଟମେଣ୍ଟରେ ନିଆଁ ଲାଗିଯାଇଛି । ବହୁତଳ ଆପାର୍ଟମେଣ୍ଟର ୧୨ତମ ମହଲାରେ ନିଆଁ ଲାଗିଥିବା ଖବର ଆସିଛି । ଏକ ଫ୍ଲାଟରୁ ପ୍ରଥମେ ଧୂଆଁ ବାହାରିଥିଲା । ପରେ ଏହା ଅନ୍ୟ ଫ୍ଲାଟକୁ ବ୍ୟାପିଥିବା କୁହାଯାଉଛି ।

ନିଆଁର ପ୍ରକୋପ ଏତେ ଭୟଙ୍କର ଯେ ଫ୍ଲାଟର ଝରକାରୁ କଳା ଧୂଆଁ ବାହାରୁଛି । ପାଖ ଆଖରେ ଥିବା ଅନେକ ଫ୍ଲାଟକୁ ନିଆଁ ବ୍ୟାପିଯାଇଛି । ଯାହାକୁ ନେଇ ଆପାର୍ଟମମେଣ୍ଟରେ ଭୟର ବାତାବରଣ ଖେଳିଯାଇଛି ।

ଖବର ପାଇ ପୋଲିସ ଏବଂ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚିଛନ୍ତି । ସେମାନେ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଆଧୁନିକ ସରଞ୍ଜାମ ଦ୍ୱାରା ନିଆଁଲିଭା କାର୍ଯ୍ୟ ଜାରି ରହିଛି । ଏାସହ ସୁରକ୍ଷା ଦୃଷ୍ଟିକୋଣରୁ ଆଖପାଖ ଲୋକଙ୍କୁ ତୁରନ୍ତ ସ୍ଥାନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇି । ଅନ୍ୟ ଫ୍ଲାଟର ବାସିନ୍ଦାଙ୍କୁ ଉଦ୍ଧାର କରାଯାଉଛି । ତେବେ କେଉଁ କାରଣରୁ ନିଆଁ ଲାଗିଛି ତାହା ସ୍ପଷ୍ଟ ହୋଇନାହିଁ ।

Scroll to Top