‘ହତାଶା ସୃଷ୍ଟି କରୁଥିବା ଯେକୌଣସି କାର୍ଯ୍ୟ…’: ଇରାନ ରାଷ୍ଟ୍ରପତିଙ୍କ ଇସ୍ତଫା ଚର୍ଚ୍ଚା ମଧ୍ୟରେ ମୋଜତାବା ଖାମେନେଇଙ୍କ ବଡ଼ ଚେତାବନୀ

‘ହତାଶା-ସୃଷ୍ଟି-କରୁଥିବା-ଯେକୌଣସି-କାର୍ଯ୍ୟ…’:-ଇରାନ-ରାଷ୍ଟ୍ରପତିଙ୍କ-ଇସ୍ତଫା-ଚର୍ଚ୍ଚା-ମଧ୍ୟରେ-ମୋଜତାବା-ଖାମେନେଇଙ୍କ-ବଡ଼-ଚେତାବନୀ

‘ହତାଶା ସୃଷ୍ଟି କରୁଥିବା ଯେକୌଣସି କାର୍ଯ୍ୟ…’: ଇରାନ ରାଷ୍ଟ୍ରପତିଙ୍କ ଇସ୍ତଫା ଚର୍ଚ୍ଚା ମଧ୍ୟରେ ମୋଜତାବା ଖାମେନେଇଙ୍କ ବଡ଼ ଚେତାବନୀ

ମୋଜତାବା ଖାମେନେଇ ଗୁରୁବାର କହିଛନ୍ତି ଯେ, ଇରାନର ଶତ୍ରୁମାନେ ଦେଶର ବ୍ୟବସ୍ଥାକୁ ଭାଙ୍ଗିବା ପାଇଁ ଆଭ୍ୟନ୍ତରୀଣ ବିଭାଜନର ମଞ୍ଜି ବୁଣୁଛନ୍ତି । ବାହ୍ୟ ବିପଦ ସମୟରେ ଜାତୀୟ ଏକତା ବଜାୟ ରଖିବାକୁ ସେ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି ଯେ, ଯେଉଁ ଶତ୍ରୁମାନେ ଯୁଦ୍ଧକ୍ଷେତ୍ରରେ ପରାଜିତ ହୋଇଛନ୍ତି, ସେମାନେ ଏବେ ଇସଲାମିକ ଗଣରାଜ୍ୟର ଜନସାଧାରଣଙ୍କ ମନୋବଳ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଛନ୍ତି ।

Published By: Ajit – Prameya-News7 Bureau | June 04, 2026 06:16 PM

NEWS7

mojtaba

ନୂଆଦିଲ୍ଲୀ: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ଦେଶବାସୀଙ୍କୁ ଏକତା ପାଇଁ ଆହ୍ୱାନ ଦେଇଛନ୍ତି । ଯୁଦ୍ଧକ୍ଷେତ୍ରରେ ବିଫଳ ହେବା ପରେ ଶତ୍ରୁମାନେ ଦେଶ ମଧ୍ୟରେ ବିଭାଜନ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ବୋଲି ସେ ଚେତାବନୀ ଦେଇଛନ୍ତି । ରୁହୋଲ୍ଲା ଖୋମେନେଇଙ୍କ ଶ୍ରାଦ୍ଧ ବାର୍ଷିକୀରେ ଦେଇଥିବା ଏକ ବାର୍ତ୍ତାରେ ସେ କହିଛନ୍ତି, ନୈରାଶ୍ୟ (pessimism) ସୃଷ୍ଟି କରୁଥିବା କାର୍ଯ୍ୟଗୁଡ଼ିକ ଇରାନର ଶତ୍ରୁମାନଙ୍କୁ ସାହାଯ୍ୟ କରିଥାଏ ।

ମୋଜତାବା ଖାମେନେଇ ଗୁରୁବାର କହିଛନ୍ତି ଯେ, ଇରାନର ଶତ୍ରୁମାନେ ଦେଶର ବ୍ୟବସ୍ଥାକୁ ଭାଙ୍ଗିବା ପାଇଁ ଆଭ୍ୟନ୍ତରୀଣ ବିଭାଜନର ମଞ୍ଜି ବୁଣୁଛନ୍ତି । ବାହ୍ୟ ବିପଦ ସମୟରେ ଜାତୀୟ ଏକତା ବଜାୟ ରଖିବାକୁ ସେ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି ଯେ, ଯେଉଁ ଶତ୍ରୁମାନେ ଯୁଦ୍ଧକ୍ଷେତ୍ରରେ ପରାଜିତ ହୋଇଛନ୍ତି, ସେମାନେ ଏବେ ଇସଲାମିକ ଗଣରାଜ୍ୟର ଜନସାଧାରଣଙ୍କ ମନୋବଳ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଛନ୍ତି ।

ସେ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି, “ଆମେରିକା ନେତୃତ୍ୱରେ ସାମ୍ରାଜ୍ୟବାଦ ଗତ ୮୦ ବର୍ଷ ଧରି ଇସ୍ରାଏଲ ନାମକ ଏକ ସାମରିକ ଘାଟି ନିର୍ମାଣ କରିଛି । ସେମାନେ ୟୁଫରେଟ୍ ନଦୀର ପୂର୍ବ ଦିଗରେ ଏକ ଶକ୍ତିଶାଳୀ, ସ୍ୱାଧୀନ ଇରାନର ଅସ୍ତିତ୍ୱକୁ ଗ୍ରହଣ କରନ୍ତି ନାହିଁ।  ସାମ୍ରାଜ୍ୟବାଦ ଗୋଷ୍ଠୀ ଇରାନର ପ୍ରଗତିକୁ ରୋକିବା ପାଇଁ ଯେକୌଣସି କାମ କରିବାକୁ ପ୍ରସ୍ତୁତ । ସଶସ୍ତ୍ର ବାହିନୀ ସହିତ ଏହାର ମୁକାବିଲାରେ ଶତ୍ରୁ ପରାଜିତ ହୋଇଛି । ଯେହେତୁ ଏହା ସାମରିକ ଯୁଦ୍ଧ ଏବଂ ଇରାନରଠାରୁ ନିର୍ଣ୍ଣାୟକ ଆଘାତ ପାଇଛି, ତେଣୁ ଏହାକୁ ଅପମାନ ଅନୁଭବ କରୁଛି ।”

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜନସାଧାରଣଙ୍କ ମଧ୍ୟରେ ନୈରାଶ୍ୟ ବା ହତାଶା ସୃଷ୍ଟି କରୁଥିବା ଯେକୌଣସି କାର୍ଯ୍ୟ ଶତ୍ରୁକୁ ସାହାଯ୍ୟ କରିବା ସହ ସମାନ । ଇରାନର ରାଷ୍ଟ୍ରପତି ମାସୁଦ ପେଜେସ୍କିଆନଙ୍କ ଇସ୍ତଫା ନେଇ ଚାଲିଥିବା ଗୁଜବ ମଧ୍ୟରେ ତାଙ୍କର ଏହି ପ୍ରତିକ୍ରିୟା ଆସିଛି । ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନଙ୍କ ଇସ୍ତଫାକୁ ରାଷ୍ଟ୍ରପତି କାର୍ଯ୍ୟାଳୟର ଯୋଗାଯୋଗ ବିଭାଗର ଉପମୁଖ୍ୟ ମେହେଦି ତାବାତାବାଇ ମିଥ୍ୟା ବୋଲି କହି ପ୍ରତ୍ୟାଖ୍ୟାନ କରିଛନ୍ତି । ପେଜେସ୍କିଆନଙ୍କ ଏକ୍ସ  ପ୍ଲାଟଫର୍ମରେ ଏକ ରହସ୍ୟମୟ ପୋଷ୍ଟ ଆସିବାର କିଛି ଘଣ୍ଟା ପରେ ଏହି ରିପୋର୍ଟ ସାମ୍ନାକୁ ଆସିଥିଲା।

ରିପୋର୍ଟରେ କ’ଣ ଦାବି କରାଯାଇଥିଲା?

ଇରାନ ଇଣ୍ଟରନ୍ୟାସନାଲ’ର ଏକ ରିପୋର୍ଟ ଅନୁଯାୟୀ, ପେଜେସ୍କିଆନ ମୋଜତାବାଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ ତାଙ୍କୁ ଇସଲାମିକ ଗଣରାଜ୍ୟର ପ୍ରମୁଖ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରୁ ବାଦ୍ ଦିଆଯାଉଛି । ଏଥିସହ କିଛି ଗୋଷ୍ଠୀଙ୍କ ସହାୟତାରେ ଆଇଆରଜିସିର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିଛି । ସେ ସରକାର ଚଳାଇବା ଏବଂ ଦାୟିତ୍ୱ ତୁଲାଇବାରେ ଅସମର୍ଥ ବୋଲି କଥିତ ଭାବେ କହିଛନ୍ତି । ତେବେ ମୋଜତାବା ଏହି ଇସ୍ତଫା ଗ୍ରହଣ କରିଛନ୍ତି କି ନାହିଁ ସେ ନେଇ ରିପୋର୍ଟରେ କିଛି ସ୍ପଷ୍ଟ କରାଯାଇ ନାହିଁ ।

Scroll to Top