ମହାନଦୀରୁ ମିଳିଲା ଯୁବତୀଙ୍କ ମୃତଦେହ, ବ୍ରିଜ୍ ଉପରେ ପଡିଛି ବ୍ୟାଗ୍ ଓ ଚପଲ

ମହାନଦୀରୁ-ମିଳିଲା-ଯୁବତୀଙ୍କ-ମୃତଦେହ,-ବ୍ରିଜ୍-ଉପରେ-ପଡିଛି-ବ୍ୟାଗ୍-ଓ-ଚପଲ

ମହାନଦୀରୁ ମିଳିଲା ଯୁବତୀଙ୍କ ମୃତଦେହ, ବ୍ରିଜ୍ ଉପରେ ପଡିଛି ବ୍ୟାଗ୍ ଓ ଚପଲ

ସେତୁ ଉପରେ ପଡିଛି ବ୍ୟାଗ୍ ଓ ଚପଲ, ମହାନଦୀ ପୁଣି ନେଲା ଜୀବନ…

Published By: Kirti – Prameya-News7 Bureau | June 04, 2026 08:47 AM

NEWS7

mahanadi

ବାରଙ୍ଗ ୦୪।୦୬ : ମହାନଦୀ ପୁଣି ନେଲା ଜୀବନ । ମହାନଦୀକୁ ଡେଇଁ ଯୁବତୀଙ୍କର ମୃତ୍ୟୁ ହୋଇଛି । କଟକ ତ୍ରିଶୁଳିଆ ସୁଭାଷ ସେତୁ ନିକଟ ମହାନଦୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର।

ଖବର ଅନୁଯାୟୀ, ସେତୁ ଉପରେ ବ୍ୟାଗ ଓ ଚପଲ ପଡ଼ିଥିବା ସକାଳୁ ମର୍ଣ୍ଣିଂ ୱାକ୍ କରୁଥିବା ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ। ବାରଙ୍ଗ ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଯୁବତୀଙ୍କ ମୃତଦେହ ଉଦ୍ଧାର କରି କଟକ ବଡ଼ମେଡ଼ିକାଲ ପଠାଇଛନ୍ତି। ତାଙ୍କ ବ୍ୟାଗରୁ ମିଳିଥିବା ଡକ୍ଟର ପ୍ରେସକ୍ରିପସନରୁ ସେ ଚନ୍ଦ୍ରିକା ହେମ୍ବ୍ରମ ଏବଂ ତାଙ୍କ ବୟସ ୨୮ ବର୍ଷ ବୋଲି ଜଣାପଡିଛି। ବ୍ୟାଗ୍ ରୁ ପୋଲିସ ଗୋଟିଏ ମୋବାଇଲ ମଧ୍ୟ ପାଇଛି।

Also Read:-Monsoon Update : ସରିଲା ଲୁଚକାଳି ଖେଳ, ଗୁରୁବାର କେରଳ ଛୁଇଁପାରେ ମୌସୁମୀ

ସେତୁ ଉପରୁ ଯୁବତୀ ଜଣକ ନଦୀ ପାଣିକୁ ଡେଇଁ ପଡ଼ିଥିବା ଲୋକେ କହୁଛନ୍ତି । ତେବେ ଯୁବତୀ ଜଣଙ୍କ ସେତୁରୁ ଡେଉଁ ପଡିଛନ୍ତି ନାଁ କେହି ତାଙ୍କୁ ମାରି ଫିଙ୍ଗି ଦେଉଛି ଉଭୟ ଦିଗକୁ ନେଇ ତଦନ୍ତ କରୁଛି ପୋଲିସ।

Watch Video:-

Scroll to Top