ଜାପାନ ସରକାରଙ୍କ କଡ଼ା ନିୟମ: ବନ୍ଦ ହେବାକୁ ବସିଛି ୫,୦୦୦ ଭାରତୀୟ ରେଷ୍ଟୁରାଣ୍ଟ

ଜାପାନ-ସରକାରଙ୍କ-କଡ଼ା-ନିୟମ:-ବନ୍ଦ-ହେବାକୁ-ବସିଛି-୫,୦୦୦-ଭାରତୀୟ-ରେଷ୍ଟୁରାଣ୍ଟ

ଜାପାନ ସରକାରଙ୍କ କଡ଼ା ନିୟମ: ବନ୍ଦ ହେବାକୁ ବସିଛି ୫,୦୦୦ ଭାରତୀୟ ରେଷ୍ଟୁରାଣ୍ଟ

ଭାରତୀୟଙ୍କ ପାଇଁ ଏବେ ବିଦେଶରେ ରହିବା କଷ୍ଟକର ହୋଇପଡ଼ିଲାଣି। ଆମେରିକା, ଋଷ, କାନାଡ଼ା ଅଷ୍ଟ୍ରେଲିଆ ସବୁଠାରେ ବର୍ତ୍ତମାନ କଡ଼ା ନିୟମ କାନୁନ ପାଇଁ ପ୍ରବାସୀ ଭାରତୀୟଙ୍କ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏବେ ଜାପନାରେ ଭାରତୀୟଙ୍କ ଜୀବିକା ପ୍ରତି ବଡ଼ ବିପଦ ସୃଷ୍ଟି ହୋଇଛି।

Published By: abinash – Prameya-News7 Bureau | June 03, 2026 11:29 PM

NEWS7

Indian Restaurants in Japan Face Closure Crisis
photo credit-internet

ଟୋକିଓ: ଭାରତୀୟଙ୍କ ପାଇଁ ଏବେ ବିଦେଶରେ ରହିବା କଷ୍ଟକର ହୋଇପଡ଼ିଲାଣି। ଆମେରିକା, ଋଷ, କାନାଡ଼ା ଅଷ୍ଟ୍ରେଲିଆ ସବୁଠାରେ ବର୍ତ୍ତମାନ କଡ଼ା ନିୟମ କାନୁନ ପାଇଁ ପ୍ରବାସୀ ଭାରତୀୟଙ୍କ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏବେ ଜାପନାରେ ଭାରତୀୟଙ୍କ ଜୀବିକା ପ୍ରତି ବଡ଼ ବିପଦ ସୃଷ୍ଟି ହୋଇଛି। ଜାପାନରେ ବସବାସ କରୁଥିବା ଭାରତୀୟମାନଙ୍କ ଦ୍ୱାରା ପରିଚାଳିତ ପ୍ରାୟ ୫,୦୦୦ ରେଷ୍ଟୁରାଣ୍ଟ ବର୍ତ୍ତମାନ ବନ୍ଦ ହେବାର ଆଶଙ୍କା ଦେଖା ଦେଇଛି।  ‘ମନି ଭାସ୍କର’ର ଏକ ରିପୋର୍ଟ ଅନୁଯାୟୀ, ଜାପାନ ସରକାର ବିଦେଶୀ ପ୍ରବାସୀଙ୍କୁ ନେଇ ନୀତି କଡ଼ାକଡ଼ି କରିଥିବାରୁ ଏଭଳି ସଙ୍କଟ ସୃଷ୍ଟି ହୋଇଛି।

ରିପୋର୍ଟ ଅନୁସାରେ, ଜାପାନ ସରକାର ସନ୍ଦେହ କରୁଛନ୍ତି ଯେ କିଛି ଧନୀ ଚୀନ୍ ନିବେଶକ ଭିସା ପରମିଟର ଦୁରୁପଯୋଗ କରିବା ପାଇଁ ନକଲି କମ୍ପାନୀ ତିଆରି କରୁଛନ୍ତି। ଏହାକୁ ରୋକିବା ପାଇଁ ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ଏହାଉପରେ କଟକଣା କଷିବା ପାଇଁ ପୂର୍ବରୁ ସର୍ବନିମ୍ନ ପୁଞ୍ଜିର ସର୍ତ୍ତ ୫୦ ଲକ୍ଷ ୟେନ୍ (ପ୍ରାୟ ୨୯.୮୨ ଲକ୍ଷ ଟଙ୍କା) ଥିଲା, ଯାହାକୁ ଜାପାନ ସରକାର ସରକାର ସିଧାସଳଖ ୩ କୋଟି ୟେନ୍ (ପ୍ରାୟ ୧.୭୮ କୋଟି ଟଙ୍କା)କୁ ବୃଦ୍ଧି କରିଛନ୍ତି।

ରେଷ୍ଟୁରାଣ୍ଟ ମାଲିକ ଅଞ୍ଜୁ ଖତ୍ରୀଙ୍କ କହିବାନୁସାରେ, ଏତେ ବଡ଼ ପରିମାଣର ପୁଞ୍ଜି ଯୋଗାଡ଼ କରିବା ଛୋଟ ସ୍ତରରେ ଚାଲୁଥିବା ଭାରତୀୟ ରେଷ୍ଟୁରାଣ୍ଟଗୁଡ଼ିକ ପାଇଁ ପ୍ରାୟ ଅସମ୍ଭବ ହୋଇପଡ଼ୁଛି। ବଡ଼ କମ୍ପାନୀମାନେ ଯେତେବେଳେ ସ୍ଥାନୀୟ କର୍ମଚାରୀ ପାଇ ପାରୁନାହାନ୍ତି, ସେତେବେଳେ ଛୋଟ ପ୍ରବାସୀ ବ୍ୟବସାୟୀମାନେ କର୍ମଚାରୀ ପାଇବା ସମ୍ଭବ ହେଉନି।

ଏହି ରେଷ୍ଟୁରାଣ୍ଟଗୁଡ଼ିକରେ ମିଳୁଥିବା କମ୍ ଦାମର ‘କରି-ନାନ୍’ ଲଞ୍ଚ ସେଟ୍ ସ୍ଥାନୀୟ କର୍ମଚାରୀ ଏବଂ ବୟସ୍କଙ୍କ ମଧ୍ୟରେ ଅତ୍ୟନ୍ତ ଲୋକପ୍ରିୟ। ଯଦି ଏହି ରେଷ୍ଟୁରାଣ୍ଟଗୁଡ଼ିକ ବନ୍ଦ ହୋଇଯାଏ, ତେବେ ସ୍ଥାନୀୟ ଲୋକେ ସେମାନଙ୍କର ପ୍ରିୟ ଖାଦ୍ୟ ବିକଳ୍ପ ହରାଇବେ।

ଜାପାନରେ ମାତ୍ର ୫୯ ହଜାର ଭାରତୀୟ ବସବାସ କରୁଥିଲେ ମଧ୍ୟ ସେଠାରେ ୫,୦୦୦ରୁ ଅଧିକ ଭାରତୀୟ ରେଷ୍ଟୁରାଣ୍ଟ ଅଛି। ଏହା ସେଠାରେ ଥିବା ମ୍ୟାକଡୋନାଲ୍ଡସ (McDonald’s) ର ଆଉଟଲେଟ୍ ସଂଖ୍ୟାଠାରୁ ମଧ୍ୟ ଅଧିକ। ଜାପାନର ମୋଟ ଜନସଂଖ୍ୟାରେ ବିଦେଶୀ ନାଗରିକଙ୍କ ଅଂଶ ମାତ୍ର ୩% ହୋଇଥିବାବେଳେ ଏହି ଛୋଟ ନିବେଶକମାନେ ହିଁ ଏହି ବ୍ୟବସାୟକୁ ବିସ୍ତାର କରିଛନ୍ତି। ତେଣୁ ଜାପାନ ସରକାରଙ୍କୁ ଏହାର ବି ଚିନ୍ତା ରହିଛି।

Scroll to Top