Drama In Court: ଦ୍ୱିତୀୟ ବିବାହ କରିବାକୁ ଚାହୁଁଥିଲା ସ୍ୱାମୀ, ସ୍ତ୍ରୀ ଦେଲା ପେଟେଣ୍ଟ ମେଡିସିନ୍‌…ଘୋଷାଡି ଘୋଷାଡି ନେଲା…

drama-in-court:-ଦ୍ୱିତୀୟ-ବିବାହ-କରିବାକୁ-ଚାହୁଁଥିଲା-ସ୍ୱାମୀ,-ସ୍ତ୍ରୀ-ଦେଲା-ପେଟେଣ୍ଟ-ମେଡିସିନ୍‌…ଘୋଷାଡି-ଘୋଷାଡି-ନେଲା…

ସ୍ୱାମୀକୁ ଘୋଷାଡି ଘୋଷାଡି ନେଉଛି ସ୍ତ୍ରୀ। କୋର୍ଟ ପରିସରେ ଚାଲିଛି ହାଇଡ୍ରାମା। ପାଟି ତୁଣ୍ଡ ଗାଳିଗୁଲଜ। କ’ଣ ଚାଳିଛି କେହି କିଛି ବୁଝି ପାରୁନାହାନ୍ତି। ଦେଖନ୍ତୁ ଏ ଦୃଶ୍ୟକୁ। ଦ୍ୱିତୀୟ ବିବାହ କରିବାକୁ ଆସିଥିବା ସ୍ୱାମୀକୁ କାବୁ କରିଛି ପ୍ରଥମ ସ୍ତ୍ରୀ ଓ ତା’ ଘର ଲୋକେ। ଖାଲି ସେତିକି ନୁହେଁ ତାକୁ ନେଇ ଥାନାରେ ବି ଦେଇଛନ୍ତି। ଦ୍ୱିତୀୟ ବିବାହ କରିବାକୁ ଆସିଥିବା ସ୍ୱାମୀକୁ ମିଳିଛି ପେଟେଣ୍ଟ ମେଡିସିନ୍‌।

Manasranjan Mohanty

  • Published: Thursday, 21 August 2025
  • Last updated: 21 August 2025, 03:51 PM IST

courtroom dramaCredit: OTV

courtroom drama

ସ୍ୱାମୀକୁ ଘୋଷାଡି ଘୋଷାଡି ନେଉଛି ସ୍ତ୍ରୀ। କୋର୍ଟ ପରିସରେ ହାଇଡ୍ରାମା। ପାଟି ତୁଣ୍ଡ ଗାଳିଗୁଲଜ।  ଦ୍ୱିତୀୟ ବିବାହ କରିବାକୁ ଆସିଥିବା ସ୍ୱାମୀକୁ କାବୁ କଲା ପ୍ରଥମ ସ୍ତ୍ରୀ ଓ ତା’ ଘର ଲୋକେ। ଖାଲି ସେତିକି ନୁହେଁ ତାକୁ ନେଇ ଥାନାରେ ବି ଦେଇଛନ୍ତି। ଦ୍ୱିତୀୟ ବିବାହ କରିବାକୁ ଆସିଥିବା ସ୍ୱାମୀକୁ ମିଳିଛି  ପେଟେଣ୍ଟ  ମେଡିସିନ୍‌।

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କୋର୍ଟ ପରିସରର ମଙ୍ଗଳବାର ହୋଇଥିଲା ହାଇଭୋଲଟେଜ ଡ୍ରାମା। ତନୁପୁର ଗାଁର କିଶୋର ମଲ୍ଲିକ। ୧୫ ବର୍ଷ ପୂର୍ବେ ସେ ବନ୍ଦନା ମଲ୍ଲିକଙ୍କୁ ପ୍ରେମ ବିବାହ କରିଥିଲେ। ତାଙ୍କର ପୂର୍ବରୁ ତିନୋଟି ଝିଅ ଥିଲା। ୫ ଦିନ ତଳେ ପୁଣି ଆଉ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ ତାଙ୍କ ସ୍ତ୍ରୀ। ବାସ୍‌ ଏତିକି ରାଗି ଯାଇଥିଲେ ସ୍ୱାମୀ। ଭିତରେ ଭିତରେ ଜଳୁ ଥିଲେ। ପୁଣି ଝିଅ ହେବା ଜାଣି ତାଙ୍କୁ ମେଡିକାଲୁର ଛାଡି ପଳାଇଥିଲେ। ଅଗଷ୍ଟ ୧୯ ତାରିଖ। ଦ୍ୱିତୀୟ ବିବାହ କରିବାକୁ କୋର୍ଟରେ ସଜବାଜ ହେଉଥିଲେ କିଶୋର। ଏତିକି ବେଳେ ଖବର ପାଇ ଘର ଲୋକଙ୍କୁ ଧରି ପହଞ୍ଚିଥିଲେ ବନ୍ଦନା।

ଆଉ କିଶୋରଙ୍କୁ କୋର୍ଟରୁ ଟାଣି ଆଣି ପୋଲିସ ଜିମା ଦେଇଥିଲେ। ଝିଅ ଜନ୍ମ ହୋଇଥିବା ଯୋଗୁ ସ୍ୱାମୀ ତାଙ୍କୁ ମଦ ପିଇ ମାରପିଟ୍‌ କରିବା ସହ ଶାରୀରିକ ନିର୍ଯାତନା ଦେଉଥିବା ସ୍ତ୍ରୀ ଅଭିଯୋଗ କରିଛନ୍ତି। ଖାଲି ସେତିକି ନୁହେଁ ସ୍ୱାମୀ ଓ ତାଙ୍କ ଶାଶୁଘର ଲୋକେ ମିଶି ତାଙ୍କୁ ମାରିବାକୁ ବି ଉଦ୍ୟମ କରିଥିବା ସେ ଅଭିଯୋଗ ଆଣିଛନ୍ତି। ସେପଟେ କିନ୍ତୁ ସ୍ୱାମୀ କିଶୋର ଦ୍ୱିତୀୟ ବିବାହ କରୁଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି।

Also Read

ପୋଲିସ କିଶୋର ଓ ତାଙ୍କ ବାନ୍ଧବୀଙ୍କୁ ଅଟକ ରଖି ପଚରାଉଚରା କରିଛି । ପୂରା ମାମଲାର ତଦନ୍ତ ଜାରି ରଖିଛି। ଆଜି ବି ସଭ୍ୟ ସମାଜରେ ରହିଛି ପୁଅ ଝିଅର ଭେଦ ଭାବ। ୪ଝିଅ ଓ ପତ୍ନୀଙ୍କୁ ନେଇ ଖୁସିରେ ସଂସାର କରିବା ବଦଳରେ ନିଜ କର୍ତ୍ତବ୍ୟରୁ ଓହରି ଯାଉଛି ସ୍ୱାମୀ।

ଓଟିଭି ବିଜ୍ଞାପନ

Scroll to Top