କୃଷି ଅଧିକାରୀଙ୍କ ସଚିବଙ୍କ କଡ଼ା ଚେତାବନୀ, ମାସ ଶେଷ ସୁଦ୍ଧା କାର୍ଯ୍ୟରେ ଯୋଗ ନଦେଲେ ଦରମା ବନ୍ଦ

କୃଷି-ଅଧିକାରୀଙ୍କ-ସଚିବଙ୍କ-କଡ଼ା-ଚେତାବନୀ,-ମାସ-ଶେଷ-ସୁଦ୍ଧା-କାର୍ଯ୍ୟରେ-ଯୋଗ-ନଦେଲେ-ଦରମା-ବନ୍ଦ

କୃଷି ଅଧିକାରୀଙ୍କ ସଚିବଙ୍କ କଡ଼ା ଚେତାବନୀ, ମାସ ଶେଷ ସୁଦ୍ଧା କାର୍ଯ୍ୟରେ ଯୋଗ ନଦେଲେ ଦରମା ବନ୍ଦ

Published By : Prameya-News7 Bureau | August 21, 2025 IST

BREAKING NEWS

ଭୁବନେଶ୍ୱର ୨୧।୦୮ : କୃଷି ବିଭାଗର ପ୍ରମୁଖ ସଚିବଙ୍କ କଡ଼ା ଚେତାବନୀ । ସମସ୍ତ କୃଷି ଅଧିକାରୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି କୃଷି ବିଭାଗ ପ୍ରମୁଖ ସଚିବ ଡ.ଅରବିନ୍ଦ କୁମାର ପାଢୀ। ଚଳିତ ମାସ ଶେଷ ସୁଦ୍ଧା କାର୍ଯ୍ୟ ଯୋଗ ଦେବାକୁ ଦିଆଯାଇଛି ଅଲ୍‌ଟିମେଟମ୍‌ । ଯଦି ବିଭାଗର ନିର୍ଦ୍ଦେଶକୁ କେହି ନମାନନ୍ତି , ତେବେ ସେମାନଙ୍କ ଦରମା ବନ୍ଦ ହେବ ବୋଲି କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ତେବେ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ, ସମସ୍ତ ପଦୋନ୍ନତିପ୍ରାପ୍ତ  ବା ବଦଳି ହୋଇଥିବା ଅଧିକାରୀମାନେ ବିଳମ୍ବ ନକରି ସେମାନଙ୍କର ନିଯୁକ୍ତ ସ୍ଥାନରେ ଯୋଗଦେବାକୁ ପଡିବ। କୌଣସି ବି ପରିସ୍ଥିତିରେ ସରକାରୀ ନିର୍ଦ୍ଦେଶର କାର୍ଯ୍ୟକାରିତାକୁ ସ୍ଥଗିତ ରଖାଯିବ ନାହିଁ । ଅଗଷ୍ଟ ୩୧ ସୁଦ୍ଧା ତାଙ୍କ ନିଯୁକ୍ତ ସ୍ଥାନରେ ଯୋଗ ଦେବାରେ ବିଫଳ ହୋଇଥିବା ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥି ପାଇଁ ସେହି ଅଧିକାରୀ ହିଁ ଦାୟୀ ରହିବେ। ଏପରିକି ଅଧିକାରୀମାନଙ୍କର ଦରମା ମଧ୍ୟ କରାଯିବ । ସେପ୍ଟେମ୍ବର ମାସରୁ ବନ୍ଦ କରାଯିବ। ସେହିପରି ପୋଷ୍ଟିଂ ଆଦେଶର ପରିବର୍ତ୍ତନ ପାଇଁ ଅନୈତିକ ବାହ୍ୟ ପ୍ରଭାବ ଆଣିବାର ପ୍ରୟାସ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ଏନେଇ କୃଷି ନିର୍ଦ୍ଦେଶାଳୟ, କ୍ଷେତ୍ର ପ୍ରତିଷ୍ଠାନର ମୁଖ୍ୟ ଅଧିକାରୀମାନଙ୍କୁ ଆଦେଶର ଅନୁପାଳନ ଉପରେ ନଜର ରଖିବାକୁ ଏବଂ କାର୍ଯ୍ୟସ୍ଥଳରେ ଯୋଗଦାନ ନ ଦେଉଥିବା ମାମଲା ଗୁଡ଼ିକୁ ବିଭାଗରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତୃଣମୂଳ ସ୍ତରରେ କାର୍ଯ୍ୟାଳୟଗୁଡ଼ିକର ସୁଗମ କାର୍ଯ୍ୟ ପାଇଁ ଏହି ବିଜ୍ଞପ୍ତି ଜାରି କରାଯାଇଥିବା କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top