ଭାରତୀୟ ସେନା ବିରୋଧରେ ପରମାଣୁ ଅସ୍ତ୍ର ବ୍ୟବହାର ହେବ, ଦାବି କଲେ ପାକ୍‌ ପ୍ରଧାନମନ୍ତ୍ରୀଙ୍କ ସହଯୋଗୀ

ଭାରତୀୟ-ସେନା-ବିରୋଧରେ-ପରମାଣୁ-ଅସ୍ତ୍ର-ବ୍ୟବହାର-ହେବ,-ଦାବି-କଲେ-ପାକ୍‌-ପ୍ରଧାନମନ୍ତ୍ରୀଙ୍କ-ସହଯୋଗୀ

ନୂଆଦିଲ୍ଲୀ ୨୧/୦୮: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଘନିଷ୍ଠ ସହଯୋଗୀଙ୍କ ଦାବି । ଯଦି ପଡ଼ୋଶୀ ଦେଶ ଭାରତ ସହ ପୁଣି ବିବାଦ ହୁଏ ତେବେ ପରମାଣୁ ଆକ୍ରମଣ ନିଶ୍ଚୟ । ଆତ୍ମରକ୍ଷା ପାଇଁ ଆମେ ତୁମ ମାଟିରେ କୌଶଳଗତ ପରମାଣୁ ଅସ୍ତ୍ର ବ୍ୟବହାର କରିବୁ । ଏମିତି କିଛି କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ନିକଟତର ସହଯୋଗୀ ନଜାମ ସେଟ୍ଟୀ । ଯିଏ କି ପୂର୍ବରୁ ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB)ର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ। ସେ କହିଛନ୍ତି ଯଦି ପଡ଼ୋଶୀ ଭାରତ ସହିତ ବିବାଦରେ ଫସିଯାଏ । ତେବେ ପାକିସ୍ତାନ କ’ଣ ରମାଣୁ ଅସ୍ତ୍ର ବ୍ୟବହାର କରିବ । 

ସମ୍ବାଦ ସଂସ୍ଥା ‘ସମା ଟିଭି’ ସହିତ ଏକ ସାକ୍ଷାତକାରରେ ସେ ଦମ୍ଭ ଦେଖାଇ କହିଥିଲେ ଆମେ ଆତ୍ମରକ୍ଷା ପାଇଁ ଆମ ମାଟିରେ ତୁମ (ଭାରତୀୟ ସେନା) ଉପରେ କୌଶଳଗତ ପରମାଣୁ ଅସ୍ତ୍ର ବ୍ୟବହାର କରିବୁ । ସେ କହିଥିଲେ, ଯଦି ଭାରତୀୟ ସେନା କରାଚୀ ଓ ଲାହୋରର ଉତ୍ତର ଓ ଦକ୍ଷିଣ ଅଞ୍ଚଳକୁ ବିଭାଜିତ କରିବା ଯୋଜନା ସହିତ ପାକିସ୍ତାନରେ ପ୍ରବେଶ କରେ ।  ତେବେ ଏହା ନିଶ୍ଚୟ ବଡ ଧରଣର ଆକ୍ରମଣ ହେବ । 

Najam Sethi threatens nukes saying Pakistan’s nuclear weapons are not made for Diwali celebration and won’t hesitate to use them if

1. Indian Navy blocks the Pakistan naval movement and Karachi port

2. Indian Army enters karachi & Lahore and breaks the north and southern part… pic.twitter.com/2NIyINxEUq

— OsintTV 📺 (@OsintTV) August 16, 2025

କାଳ୍ପନିକ ପରିସ୍ଥିତି ବର୍ଣ୍ଣନା କରି କହିଛନ୍ତି ଯେ, ପାକିସ୍ତାନ ପରମାଣୁ ଅସ୍ତ୍ର ପ୍ରୟୋଗ କରିବାକୁ ପଛାଇବୁ ନାହିଁ। ତାଙ୍କ ଯୋଜନା ବିଷୟରେ ପଚାରିବାରୁ ସେ କହିଥିଲେ ଦେଶର ଯୋଜନାକୁ ନେଇ ଗର୍ବୀତ । ଆହୁରି ବି ଆଶ୍ୱାସନା ଦେଇ କହିଥିଲେ ଯେ ସେମାନଙ୍କ ପାଖରେ ପ୍ରଚୁର କ୍ଷେପଣାସ୍ତ୍ର ଅଛି। ସେ ଦମ୍ଭୋକ୍ତି ଦେଖାଇ କହିଥିଲେ କି, ଏଠି ଦୀପାବଳି ପାଇଁ ବାଣ ରଖାଯାଇନି । ସମୟ ଆସିଲେ ଆଗକୁ ବ୍ୟବହାର ନିଶ୍ଚୟ କରାଯିବ। 

ଆଉ ଗୋଟିଏ ପ୍ରସଙ୍ଗରେ ସେ ସେ କହିଥିଲେ, ଯଦି ତୁମେ ଏକ ବନ୍ଧ ନିର୍ମାଣ କର କିମ୍ୱା ଆମର ପାଣି ବନ୍ଦ କର । ତେବେ ଆମେ ଗୋଟିଏ ନୁହେଁ ବରଂ ୧୦ଟି କ୍ଷେପଣାସ୍ତ୍ର ମାଡ କରିବୁ । ଦରକାର ପଡିଲେ ତୁମର ବନ୍ଧକୁ ଉଡ଼ାଇ ଦେବୁ। ଯାହା ସିନ୍ଧୁ ଉପତ୍ୟକା ସଭ୍ୟତା ପରେ ଜଣାଶୁଣା ଅଞ୍ଚଳ ଏକ ନଦୀ ଉପରେ ରହିଛି । ସେଟ୍ଟୀ ଆହୁରି କହିଥିଲେ ସିନ୍ଧୁ ଉପତ୍ୟକା ସଭ୍ୟତା ଉପରେ ଆଧାରିତ, ଆମେ ପାଣି ଉପରେ ନିର୍ଭରଶୀଳ । ଯଦି ତାହା ଅବରୋଧ କରାଯାଏ, ତେବେ ଏହା ଆମର ଅସ୍ତିତ୍ୱ ଉପରେ ଆକ୍ରମଣ ହେବ । ତେଣୁ, ଆମେ ପରମାଣୁ ହମଲା କରିବାଟା ଥୟ ବୋଲି ସେ କହିଥିଲେ । 

Scroll to Top