ସ୍ଥାପନ ହେଲା Center for Species Survival Asian Elephant । ଚନ୍ଦକା ଗୋଡ଼ିବାରିଠାରେ ଦୁଇ ଦିନିଆ ମାନବ-ହାତୀ ସହାବସ୍ଥାନ ଅନ୍ତର୍ଜାତୀୟ କର୍ମଶାଳାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଚନ୍ଦକା ଅଞ୍ଚଳରେ ସ୍ଥାପନ ହେଲା Center for Species Survival Asian Elephant । ହାତୀଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଭାବେ ସ୍ଥାପନ ହୋଇଥିବା ପୃଥିବୀର ଏହା ପ୍ରଥମ ସଂସ୍ଥା । ଚନ୍ଦକା ଗୋଡ଼ିବାରି ଠାରେ ପ୍ରତିଷ୍ଠା ହୋଇଛି ଏହି କେନ୍ଦ୍ର । ଏହି କେନ୍ଦ୍ର ହାତୀଙ୍କ ସୁରକ୍ଷା ପାଇଁ କାମ କରିବ । କିଭଳି ଭାବେ ଜଙ୍ଗଲରେ ସେମାନେ ସୁରକ୍ଷିତ ରହିବେ, ଗାଁ କିମ୍ବା ସହର ମୁହାଁ ହେବେ ନାହିଁ, ସେନେଇ ଆବଶ୍ୟକ ପଦକ୍ଷେପ ନେବା ଦିଗରେ ଏହି କେନ୍ଦ୍ର ଗବେଷଣା କରିବ ।
ଚନ୍ଦକା ଗୋଡ଼ିବାରିଠାରେ ଦୁଇ ଦିନିଆ ମାନବ-ହାତୀ ସହାବସ୍ଥାନ ଅନ୍ତର୍ଜାତୀୟ କର୍ମଶାଳାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ଏସିଆ ମହାଦେଶର ହାତୀ ଥିବା ଦେଶ, ଭାରତର ହାତୀ ବହୁଳ ରାଜ୍ୟ ଏବଂ ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନଗୁଡ଼ିକରୁ ତଥା ବନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ୧୫୦ରୁ ଅଧିକ ଅଗ୍ରଣୀ ସଂରକ୍ଷଣବିତ୍, ନୀତି ନିର୍ଦ୍ଧାରକ, ବୈଜ୍ଞାନିକ ଏବଂ ଗବେଷକମାନେ ଯୋଗ ଦେଇଛନ୍ତି । ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ମଣିଷ ଓ ହାତୀଙ୍କ ସହାବସ୍ଥାନ ସଂପର୍କରେ ଆଲୋଚନା ହୋଇଛି ।
Also Read
ଏହି ଅବସରରେ ବଡ଼ ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଗବେଷଣା ପରେ ହାତୀ ସଂରକ୍ଷଣ ନେଇ ସ୍ବତନ୍ତ୍ର ପଲିସି ଆସିବ । ଏହା ସହ ଓଡ଼ିଶାରେ ଏବେ ୨୧୦୦ ଶହ ହାତୀ ଥିବାରୁ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି । ୧୦ ବର୍ଷରେ ହାତୀ-ମଣିଷ ଲଢ଼େଇରେ ୯ ଶହ ମଣିଷ, ୭୫୦ ହାତୀଙ୍କର ମୃତ୍ୟୁ ହୋଇଛି । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ହାତୀ କରିଡରରେ ଓଡିଶା ଏକ ନମ୍ବର । ସହରୀକରଣ, ଭିତ୍ତିଭୂମି, କୃଷିର ସଂପ୍ରସାରଣ ଫଳରେ ହାତୀ ମଣିଷ ଲଢେଇ ହେବା ଦୁର୍ଭାଗ୍ୟଜନକ । ଏହାକୁ ରୋକିବାକୁ ସରକାର ଅନେକ ପଦକ୍ଷେପ ହାତକୁ ନେଇଛନ୍ତି । ଜଙ୍ଗଲରେ Water Body ତିଆରି କରାଯାଇଛି । ୨୧୦୦ ହାତୀର ଘର ହେଉଛି ଓଡିଶା । ବନ ସୁରକ୍ଷା ସମିତି, ଗଜସାଥୀ ଦ୍ୱାରା ହାତୀଙ୍କୁ ସୁରକ୍ଷା ଦିଆଯାଉଛି । ଯେଉଁଠି ସମସ୍ୟା ହେଉଛି, ସେଠି Elephant Squad, ରାପିଡ୍ ରେସପନ୍ସ ଟିମ୍ ସଙ୍ଗେ ସଙ୍ଗେ ପହଞ୍ଚୁଛନ୍ତି। ମୃତ୍ୟୁ ପାଇଁ ସଙ୍ଗେ ସଙ୍ଗେ କ୍ଷତିପୂରଣ ଦିଆଯାଇଛି । ସର୍ଭିଲାନ୍ସ ପାଇଁ ଜିପିଏସ୍, ରେଡ଼ିଓ ସ୍କଲାର, ଏଆଇ କ୍ୟାମେରା ବ୍ୟବହାର କରାଯାଉଛି । ଆମ ସମସ୍ତଙ୍କୁ ମିଶି ହାତୀ ଏବଂ ମଣିଷ ନିରାପଦରେ ରହିବା ଭଳି ବାତାବରଣ ତିଆରି କରିବାକୁ ହେବ ବୋଲି ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
- Reported by:
- SOUMYA RANJAN SAHOO




