ପୁରୀରେ ରିକ୍ସା ଚାଳକର ଆତଙ୍କ, ବିଚ୍ ରାସ୍ତାରେ ଆଇନଜୀବୀଙ୍କୁ କଲେ ମରଣାନ୍ତକ ଆକ୍ରମଣ
Published By : Prameya-News7 Bureau | August 21, 2025 IST

ପୁରୀ ୨୧।୦୮ : ପୁରୀରେ ରିକ୍ସା ଚାଳକର ଆତଙ୍କ। ବିଚ୍ ରାସ୍ତାରେ ଆଇନଜୀବୀଙ୍କୁ ଗୋଡାଇ ଗୋଡାଇ ମରଣାନ୍ତକ ଆକ୍ରମଣ। ରିକ୍ସା ଚାଳକର ଆକ୍ରମଣରେ ଆଇନଜୀବୀ ଗୁରୁତର। ପୁରୀ ଟାଉନ ଥାନା ଅନ୍ତର୍ଗତ ଦୋଳମଣ୍ଡପ ସାହିରେ ଘଟିଛି ଏଭଳି ଘଟଣା।
ତେବେ ରିକ୍ସା ଚାଳକଙ୍କୁ ଆକ୍ରମଣରେ ଗୁରୁତର ଥିବା ଆଇନଜୀବୀଙ୍କୁ ଚିକିତ୍ସା ପାଇଁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଆଇନଜୀବୀ ହେଉଛନ୍ତି ରଘୁନାଥ ପଟ୍ଟନାୟକ। ରିକ୍ସା ଚାଳକର ଆକ୍ରମଣରେ ଆଇନଜୀବୀ ଲହୁ ଲୁହାଣ ହୋଇଥିବା ବେଳେ ତାଙ୍କ ମୁଣ୍ଡ, ମୁହଁ ଓ ଛାତିରେ ଗଭୀର ଆଘାତ ଲାଗିଛି। ଆକ୍ରମଣକାରୀ ରିକ୍ସା ଚାଳକ ଘଟଣାସ୍ଥଳରୁ ଚମ୍ପଟ ମାରିଛି। ଟାଉନ ଥାନା ପୋଲିସ ଘଟଣାସ୍ଥଳ ଏବଂ ହସ୍ପିଟାଲକୁ ଯାଇ ତଦନ୍ତ ଚଳାଇଥିବା ବେଳେ ରିକ୍ସା ଚାଳକକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଚଢାଉ ଜାରି ରହିଛି। ପୁରୀ ଭଳି ଏକ ଧାର୍ମିକ ତଥା ପର୍ଯ୍ୟଟନ ସହରରେ ଆଇନଜୀବୀ ଙ୍କୁ ରିକ୍ସା ଚାଳକ ଆକ୍ରମଣ କରିବା ଘଟଣା ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।





