ଭାରତରେ ଲୁଚିଥିଲେ FBIର ମୋଷ୍ଟ ଓ୍ୱାଣ୍ଟେଡ୍ ପଳାତକ, ଜାଣନ୍ତୁ ଗିରଫ ହୋଇଥିବା ସିଣ୍ଡି ସିଂହ କିଏ ?

ଭାରତରେ-ଲୁଚିଥିଲେ-fbiର-ମୋଷ୍ଟ-ଓ୍ୱାଣ୍ଟେଡ୍-ପଳାତକ,-ଜାଣନ୍ତୁ-ଗିରଫ-ହୋଇଥିବା-ସିଣ୍ଡି-ସିଂହ-କିଏ-?

ନୂଆଦିଲ୍ଲୀ ୨୧।୦୮ : ଏଫ୍‌ବିଆଇ ( ଫେଡେରାଲ୍‌ ବ୍ୟୁରୋ ଅଫ ଇନ୍‌ଭେଷ୍ଟିଗେସନ)କୁ ବଡ଼ ସଫଳତା । ଦୀର୍ଘ ଏକ ବର୍ଷ ପରେ ଆମେରିକାର ତଦନ୍ତାକୀର ସଂସ୍ଥା ଏଫବିଆଇକୁ ମିଳିଛି ବଡ଼ ସଫଳତା । ତଦନ୍ତକାରୀ ସଂସ୍ଥାର ୧୦ ଜଣ ମୋଷ୍ଟ ଓ୍ୱାଣ୍ଟେଡ୍‌ ପଳାତକ ତାଲିକା ଥିବା ମହିଳା ସିଣ୍ଡି ରୋଡ୍ରିଗେଜ୍‌ ସିଂହକୁ ଗିରଫ କରାଯାଇଛି । ତାହା ପୁଣି ଭାରତରୁ ଗିରଫ କରିଛି ଏଫ୍‌ବିଆଇ । 

ଅକ୍ଟୋବର ୨୦୨୩ରେ, ସିଣ୍ଡିଙ୍କ ବିରୁଦ୍ଧରେ ତାଙ୍କ ପୁଅର ହତ୍ୟା କରିଥିବାର ମାମଲା ରୁଜୁ ହୋଇଥିଲା। ସେହି ବର୍ଷ ନଭେମ୍ବରରେ, ପୋଲିସ ସିଣ୍ଡିଙ୍କ ଗିରଫଦାରୀ ପାଇଁ ୱାରେଣ୍ଟ ମଧ୍ୟ ଜାରି କରିଥିଲା। ଜେରା ସମୟରେ ସିଣ୍ଡି ତାଙ୍କ ପୁଅ ବିଷୟରେ ପୋଲିସକୁ ମିଛ କହିଥିଲେ ଏବଂ ପୋଲିସକୁ ଭ୍ରମିତ ବି କରିଥିଲେ। ପୋଲିସର ପଚରାଉଚରା ପରେ ସିଣ୍ଡି ଫେରାର ହୋଇଯାଇଥିଲେ। ବହୁ ଜାଗାରେ ଚଢାଉ ପରେ ବି ତାଙ୍କର କୌଣସି ପତ୍ତା ମିଳିନଥିଲା। ଶେଷରେ ଭାରତରେ ଲୁଚି ରହିଥିବାର ଖବର ପାଇଥିଲା ତଦନ୍ତକାରୀ ସଂସ୍ଥା। ଶେଷରେ ଭାରତୀୟ ପୋଲିସ ଏବଂ ସ୍ଥାନୀୟ ପ୍ରଶାସନର ସହାୟତାରେ ସିଣ୍ଡିଙ୍କୁ ଗିରଫ କରିଛି ଫେଡେରାଲ୍‌ ବ୍ୟୁରୋ ଅଫ ଇନ୍‌ଭେଷ୍ଟିଗେସନ । 

ସେପଟେ ଗିରଫ ପରେ ଏଫ୍‌ବିଆଇ ନିର୍ଦ୍ଦେଶକ କାଶ ପଟେଲ୍‌ କହିଛନ୍ତି ଯେ, ଗତ ୭ମାସରେ, ଏଫବିଆଇ ଶ୍ରେଷ୍ଠ ୧୦ ପଳାତକଙ୍କ ମଧ୍ୟରୁ ଚାରି ଜଣଙ୍କୁ ଗିରଫ କରିଛି। ଭାରତୀୟ ପୁଲିସ ଏବଂ ପ୍ରଶାସନକୁ ସେମାନଙ୍କର ସହଯୋଗ ପାଇଁ ଧନ୍ୟବାଦ ମଧ୍ୟ ଦେଇଛନ୍ତି କାଶ ପଟେଲ। ସିଣ୍ଡି ରୋଡ୍ରିଗେଜଙ୍କ ଉପରେ ୫ ହଜାର ଡଲାର ପୁରସ୍କାର ଘୋଷଣା କରାଯାଇଥିଲା। 

Scroll to Top