ମହଙ୍ଗା ପଡିଲା ମହିଳାଙ୍କ ନିର୍ଯାତନା ଅଭିଯୋଗ, ବନ୍ଧା ହେଲେ ବ୍ୟାଙ୍କ ମ୍ୟାନେଜର

ମହଙ୍ଗା-ପଡିଲା-ମହିଳାଙ୍କ-ନିର୍ଯାତନା-ଅଭିଯୋଗ,-ବନ୍ଧା-ହେଲେ-ବ୍ୟାଙ୍କ-ମ୍ୟାନେଜର

ମହଙ୍ଗା ପଡିଲା ମହିଳାଙ୍କ ନିର୍ଯାତନା ଅଭିଯୋଗ, ବନ୍ଧା ହେଲେ ବ୍ୟାଙ୍କ ମ୍ୟାନେଜର

Published By : Prameya-News7 Bureau | August 20, 2025 IST

ବରଗଡ଼ ୨୦।୦୮ : ପୁଣି ଜଣେ ମହିଳା ନିର୍ଯାତନାର ଶିକାର । ମହିଳାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ବ୍ୟାଙ୍କ ମ୍ୟାନେଜର । ବରଗଡ଼ ଜିଲ୍ଲା ସୋହେଲା ବ୍ୟାଙ୍କ ମ୍ୟାନେଜର ପ୍ରଭଞ୍ଜନ ମାଝୀଙ୍କୁ ଗିରଫ କରିଛି ବରଗଡ଼ ପୋଲିସ । 

ଖବର ଅନୁଯାୟୀ, ସୋହେଲା ସମବାୟ ବ୍ୟାଙ୍କରେ ମ୍ୟାନେଜର ଭାବେ ପ୍ରଭଞ୍ଜନ ମାଝୀ କାମ କରୁଥିଲେ । ଏହି ସମୟରେ ପ୍ରଭଞ୍ଜନ ଜଣେ କାର୍ଯ୍ୟରତ ମହିଳାଙ୍କ ଅସଦାଚରଣ ତଥା ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିବା ଅଭିଯୋଗ ଆସିଥିଲା । ମାସ ମାସ ଧରି ବ୍ୟାଙ୍କ ମ୍ୟାନେଜର ନିର୍ଯାତନା ଦେଉଥିବାର ମହିଳାଙ୍କ ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ବରଗଡ଼ ପୋଲିସ ତଦନ୍ତ କରି ଅଭିଯୁକ୍ତ ବ୍ୟାଙ୍କ ମ୍ୟାନେଜରଙ୍କୁ ଗିରଫ କରିଛି । ଗିରଫ ପରେ ବ୍ୟାଙ୍କ ମ୍ୟାନେଜରଙ୍କୁ ଜେରା କରୁଛି ପୋଲିସ । ସେପଟେ ଗିରଫ ପରେ ବ୍ୟାଙ୍କ ପକ୍ଷରୁ ଆକ୍ସନ ନିଆଯାଇଛି। ତୁରନ୍ତ ବ୍ୟାଙ୍କ ମ୍ୟାନେଜର ପ୍ରଭଞ୍ଜନ ମାଝୀଙ୍କୁ ନିଲମ୍ବନ କରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top