ଯୋଗ୍ୟତା ଥାଇ ବି ମିଳିଲାନି ମାନ୍ୟତା, ବିରୋଧ କରି ୧୨ ଘଣ୍ଟିଆ ମୁନିଗୁଡ଼ା ବନ୍ଦ ଡାକରା
Published By : Prameya-News7 Bureau | August 20, 2025 IST

ମୁନିଗୁଡ଼ା ୨୦।୦୮ : ୧୨ ଘଣ୍ଟିଆ ମୁନିଗୁଡ଼ା ବନ୍ଦ ଡାକରା । ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଏନ୍ଏସି ପାଇଁ ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ରାଜ୍ୟ ସରକାର ମୁନିଗୁଡ଼ାକୁ ଏନଏସି ଘୋଷଣାରୁ ବାଦ୍ ଦେଇଥିଲେ । ଯାହାକୁ ବିରୋଧରେ କରି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ଆନ୍ଦୋଳନ କରାଯାଉଛି ।

ରାୟଗଡ଼ା ଜିଲ୍ଲାର ଏକ ପ୍ରମୁଖ ବ୍ୟବସାୟ ପେଣ୍ଠ ସ୍ଥଳ ଭାବେ ବେଶ୍ ପରିଚିତ ଥିବା ମୁନିଗୁଡା ସହର ଏନ୍ଏସି ମାନ୍ୟତା ପାଇଁ ଦୀର୍ଘ ବର୍ଷ ଧରି ଦାବି କରି ଆସୁଥିଲା। ପୂର୍ବରୁ ଯେଉଁ ତାଲିକା ପ୍ରକାଶ ପାଇଥିଲା ସେଥିରେ ମୁନିଗୁଡା ସ୍ଥାନ ପାଇଥିଲା କିନ୍ତୁ ଅଗଷ୍ଟ ୧୫ ତାରିଖରେ ଯେଉଁ ୧୨ଗୋଟି ନୂତନ ଏନ୍ଏସିର ନାମ ଘୋଷଣା ହୋଇଛି। ସେଥିରେ ମୁନିଗୁଡାର ନାମ ନଥିବାରୁ ଆଜି ଏହି ବନ୍ଦ ଡାକରା ଦିଆଯାଇଛି।

ଏହି ବନ୍ଦ ଡାକରାରେ ମୁନିଗୁଡା ଅଞ୍ଚଳର ବିଭିନ୍ନ ରାଜନୈତିକ ଦଳ ସମେତ ବିଭିନ୍ନ ସଂଗଠନ ଯୋଗ ଦେଇଛନ୍ତି । ଯାହାଫଳରେ ସହର ମଧ୍ୟଦେଇ ଯାନବାହାନ ଚଳାଚଳ ବନ୍ଦ ରହିଥିବା ବେଳେ ସମସ୍ତ ଦୋକାନ ବଜାର, ସ୍କୁଲ ଏବଂ କଲେଜ ମଧ୍ୟ ବନ୍ଦ ରହିଛି।





