Mumbai Rain: ମୁମ୍ବାଇରେ ବର୍ଷା ବିତ୍ପାତ, ମନୋରେଲରୁ ୭୦୦ରୁ ଉର୍ଦ୍ଧ୍ବ ଯାତ୍ରୀ ଉଦ୍ଧାର

mumbai-rain:-ମୁମ୍ବାଇରେ-ବର୍ଷା-ବିତ୍ପାତ,-ମନୋରେଲରୁ-୭୦୦ରୁ-ଉର୍ଦ୍ଧ୍ବ-ଯାତ୍ରୀ-ଉଦ୍ଧାର

ମୁମ୍ବାଇରେ ଦିନକରେ ୩୦୦ ମିଲିମିଟର ବର୍ଷା ରେକର୍ଡ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ମିଠି ନଦୀରେ ଜଳସ୍ତର ବୃଦ୍ଧି ପାଇବାରୁ ୩୫୦ ଜଣଙ୍କୁ ଉଦ୍ଧାର କରାଯାଇଛି।

ବର୍ଷାରେ ଉବୁଟୁବୁ ମାୟାନଗରୀ ମୁମ୍ବାଇ। ବର୍ଷାରେ ସବୁ ବେହାଲ। ଦିନକରେ ୩୦୦ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ସଂଗୀନ ସ୍ଥିତି ରହିବା ନେଇ ସତର୍କ କରିଛି ପାଣିପାଗ ବିଭାଗ । ପ୍ରବଳ ବର୍ଷା ପାଇଁ ବିମାନ ଚଳାଚଳ ସଂଘାତିକ ଭାବେ ପ୍ରଭାବିତ ହୋଇଛି । ପ୍ରାୟ ୪୦୦ ବିମାନ ଉଡାଣ ବିଳମ୍ବ ହୋଇଛି । ମୁମ୍ବାଇରୁ ଯାଉଥିବା ୨୫୩ ଓ ମୁମ୍ବାଇକୁ ଆସୁଥିବା ୧୬୩ଟି ବିମାନ ବିଳମ୍ବରେ ଉଡ଼ାଣ ଭରିଛି । ସେଣ୍ଟ୍ରାଲ୍ ରେଲୱେ ଟ୍ରେନ୍ ମଧ୍ୟ ୨୦ରୁ ୩୦ ମିନିଟ୍ ବିଳମ୍ବ ହୋଇଛି ।

ଥାନେ, ରାଇଗଡ଼, ରତ୍ନଗିରି ଆଦି ଜିଲ୍ଲାକୁ ହାଇ ଆଲର୍ଟରେ ରଖାଯାଇଛି । ନଦୀକୂଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ସହର ଅନେକ ତଳିଆ ଅଞ୍ଚଳ ଜଳାର୍ଣ୍ଣବ ହୋଇଥିବା ବେଳେ ରାସ୍ତା ଘାଟରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି । ମୁମ୍ବାଇରେ ଏକ ମନୋରେଲ ବର୍ଷା ଯୋଗୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହେବାରୁ ଅଟକିଯାଇଥିଲା।

ମୁମ୍ବାଇରେ ଦୁଇଟି ପୃଥକ ଘଟଣାରେ ମୋନୋରେଲ ଟ୍ରେନ୍ ହଠାତ୍ ଅଟକି ଯିବା କାରଣରୁ ଶହ ଶହ ଲୋକଙ୍କୁ ଉଦ୍ଧାର କରାଯାଇଛି। ମାଇସୋର କଲୋନୀ ଓ ଭକ୍ତି ପାର୍କ ଷ୍ଟେସନ ମଧ୍ୟରେ ଏକ ମନୋରେଲ ଟ୍ରେନ୍ ଅଟକି ଯିବା ପରେ ୫୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆଚାର୍ଯ୍ୟ ଆତ୍ରେ ଓ ଓ୍ଵାଡ଼ାଲା ମୋନୋ ରେଲ୍ ଷ୍ଟେସନ ମଧ୍ୟରେ ଅନ୍ୟ ଏକ ମୋନୋରେଲ ଟ୍ରେନ୍ ହଠାତ୍ ଅଟକି ଯିବା ପରେ ୨୦୦ ଜଣଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି।

Also Read

ପରେ ମୁମ୍ବାଇ ମହୀଶୂର କଲୋନୀ ଷ୍ଟେସନ ନିକଟରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଅନେକ ଭୟଭୀତ ହୋଇ ଝରକା ଦେଇ ଉହ୍ଲାଇ ପଡୁଥିବା ଦେଖିବାକୁ ମିଳିଥିଲା । ପ୍ରାୟ ଦେଢ ଘଣ୍ଟା ପରେ କ୍ରେନ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରାଯାଇଛି।

ନାନଦେଡ଼ ଜିଲ୍ଲାରେ ବାଦଲଫଟା ବର୍ଷା ହେବା କାରଣରୁ ବନ୍ୟା ହେବା ଫଳରେ ଅତି କମରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ମିଠି ନଦୀରେ ଜଳସ୍ତର ବୃଦ୍ଧି ପାଇବା ପରେ ୩୫୦ ଜଣଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସହରରେ ପାଞ୍ଚଟି ଏନଡିଆରଏଫ ଟିମ୍ ମୁତୟନ ରହିଛନ୍ତି।

ଅଧିକ ପଢନ୍ତୁ: ପ୍ରବଳ ବର୍ଷା ଯୋଗୁଁ ରେଡ୍ ୱାର୍ଣ୍ଣିଂ; ଗମନାଗମନ ଠପ୍, ଶିକ୍ଷାନୁଷ୍ଠାନ ସହ ଅଫିସ୍ ବି ଛୁଟି

ଓଟିଭି ହ୍ଵାଟ୍ସଅପ

Scroll to Top