ଅନଲାଇନରେ ମହାପ୍ରସାଦ ବିକ୍ରି ନେଇ ବିଜ୍ଞାପନ : ପୁରୀ ସାଇବର ଥାନାରେ ଏତଲା
Published By : Prameya-News7 Bureau | August 19, 2025 IST

ପୁରୀ ୧୯।୮: ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି ନେଇ ବିଜ୍ଞାପନ । ଏକ ଅନଲାଇନ ଆପ୍ରେ ଏଭଳି ବିଜ୍ଞାପନ ଦେଖିବାକୁ ମିଳିଛି । ମହାପ୍ରସାଦ ନାମରେ ଜଗନ୍ନାଥଙ୍କ ଖଜା ବିକ୍ରି ସହ ନିର୍ମାଲ୍ୟ ମଧ୍ୟ ବିକ୍ରି ହେଉଥିବାର ବିଜ୍ଞାପନ ଦିଆଯାଇଛି । ତେବେ ଏହି ଘଟଣାକୁ ନେଇ ପୁରୀ ଜିଲ୍ଲା ଆମ୍ ଆଦମୀ ପାର୍ଟି ପକ୍ଷରୁ ପୁରୀ ସାଇବର ଥାନାରେ ଏତଲା ଦିଆଯାଇଛି । ବାରମ୍ବାର ଏହି ଘଟଣା ଘଟୁଥିବାରୁ ଏନେଇ ଅଭିଯୋଗ ପରେ ମଧ୍ୟ ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ କାହିଁକି ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ସେନେଇ ପ୍ରଶ୍ନ ଉଠାଇଛି ଆପ୍ । ଏଣୁ ତୁରନ୍ତ ପୁରୀ ସାଇବର ଥାନା ପଦକ୍ଷେପ ନେବା ସହ ସମ୍ପୃକ୍ତ ଅନଲାଇନ ସଂସ୍ଥା ଉପରେ କଡ଼ା ଆକ୍ସନ ନେବାକୁ ଦାବି ହୋଇଛି । ଆମ୍ ଆଦମୀ ପାର୍ଟିର ଜିଲ୍ଲା ସଭାପତି ସଞ୍ଜୀବ ମହାନ୍ତି କହିଛନ୍ତି ପୁରୀରେ ଖଜା କେଜି ୨ ଶହ ଟଙ୍କାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଦର ରହିଛି। କିନ୍ତୁ ଅନଲାଇନରେ ଖଜା କେଜି ୧୨ଶହ ଟଙ୍କାରେ ବିକ୍ରି କଲେ ଏହା ଏକପ୍ରକାର ଠକେଇ। ଧର୍ମ ନାମରେ ଏମାନେ ବ୍ୟବସାୟ କରୁଥିବାରୁ ତୁରନ୍ତ ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଆମ ଆଦମୀ ପାର୍ଟି ଦାବି କରିଛି।
You Can Read:
ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷିବ ! ଆସନ୍ତା ୨୭ ଓ ୨୮ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା





