ନୂଆଦିଲ୍ଲୀ ୧୯/୦୮: ଏସିଆ କପ୍ ୨୦୨୫ ପାଇଁ ଟିମ୍ ଇଣ୍ଡିଆ ଘୋଷଣା । ଦଳରେ ମୋଟ ୧୫ ଜଣ ଖେଳାଳିଙ୍କୁ ସାମିଲ କରାଯାଇଛି । ସୂର୍ଯ୍ୟକୁମାର ଯାଦବ ଅଧିନାୟକ ରହିବେ । ଶୁଭମନ ଗିଲଙ୍କୁ ଉପ-ଅଧିନାୟକ ଭାବରେ ନିଯୁକ୍ତ କରାଯାଇଛି । ଜସପ୍ରୀତ ବୁମରାହ ଏସିଆ କପରେ ଟିମ୍ ଇଣ୍ଡିଆର ମୁଖ୍ୟ ବୋଲର ଭୂମିକା ନିର୍ବାହ କରିବେ ।
🚨 #TeamIndia‘s squad for the #AsiaCup 2025 🔽
Surya Kumar Yadav (C), Shubman Gill (VC), Abhishek Sharma, Tilak Varma, Hardik Pandya, Shivam Dube, Axar Patel, Jitesh Sharma (WK), Jasprit Bumrah, Arshdeep Singh, Varun Chakaravarthy, Kuldeep Yadav, Sanju Samson (WK), Harshit Rana,…
— BCCI (@BCCI) August 19, 2025
ଧଳା ବଲ୍ ଫର୍ମାଟରେ ନିରନ୍ତର ଚମତ୍କାର ପ୍ରଦର୍ଶନ କରୁଥିବା ଶ୍ରେୟସ ଆୟରଙ୍କୁ ଦଳରେ ସ୍ଥାନ ମିଳିନାହିଁ । ମହମ୍ମଦ ସିରାଜଙ୍କୁ ବି ବାଦ୍ ଦିଆଯାଇଛି । ଏସିଆ କପ୍ ଦଳରେ ଅଧିକାଂଶ ମୁହଁ ଏପରି ଅଛନ୍ତି ଯାହାଙ୍କୁ ଚୟନ କରାଯିବାର ଆଶା କରାଯାଉଥିଲା। ତଥାପି, କିଛି ଖେଳାଳିଙ୍କୁ ମଧ୍ୟ ଦଳରୁ ବାହାରେ ରଖାଯାଇଛି।
ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆ:
ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଶୁଭମାନ ଗିଲ (ଉପ-ଅଧିନାୟକ), ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ସର ପଟେଲ, ଜିତେଶ ଶର୍ମା (ୱିକେଟ୍ କିପର), ଜସପ୍ରୀତ ବୁମରା, ଅର୍ଶଦୀପ ସିଂ, ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ, ସଞ୍ଜୁ ସାମସନ (ୱିକେଟ୍ କିପର), ରିଙ୍କୁ ସିଂହ ।




