ପୁଟିନ୍‌ ଆମେରିକାରେ ଛାଡିବାକୁ ଚାହୁଁନଥିଲେ ମଳ, ସ୍ପେଶାଲ୍‌ ବ୍ରିଫ୍‌କେସ୍‌ରେ ପଠାଇଲେ ଋଷ

ପୁଟିନ୍‌-ଆମେରିକାରେ-ଛାଡିବାକୁ-ଚାହୁଁନଥିଲେ-ମଳ,-ସ୍ପେଶାଲ୍‌-ବ୍ରିଫ୍‌କେସ୍‌ରେ-ପଠାଇଲେ-ଋଷ

ନୂଆଦିଲ୍ଲୀ ୧୯।୦୮: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଅନେକ ସମୟରେ ଖରାପ ସ୍ୱାସ୍ଥ୍ୟକୁ ନେଇ ରହିଥାନ୍ତି ଚର୍ଚ୍ଚାରେ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବା ପାଇଁ ଆଲାସ୍କାରେ ପହଞ୍ଚିଥିଲେ ପୁଟିନ୍‌ । କିନ୍ତୁ ଏହି ସମୟରେ ପୁଟିନଙ୍କ ବଡିଗାର୍ଡଙ୍କ ହାତରେ ନଜର ଆସିଥିଲା ଏକ ବ୍ରିଫ୍‌କେସ୍‌ । 

ବାସ୍ତବରେ ଏହା ଥିଲା ଏକ  ‘ପୁପ୍ ସୁଟକେସ୍’  । ଏହାକୁ ସାଙ୍ଗରେ ନେଇ ଆସିଥିଲେ ପୁଟିନଙ୍କ ବର୍ଡିଗାର୍ଡ । କାରଣ ରାଷ୍ଟ୍ରପତିଙ୍କ ମଳ ମଧ୍ୟ ଆମେରିକାରେ ଛାଡିବାକୁ ଚାହୁଁନଥିଲେ ବର୍ଡିଗାର୍ଡ । ରିପୋର୍ଟ ଅନୁଯାୟୀ, ପୁଟିନ ଚାହାଁନ୍ତିନି ଯେ କେହି ତାଙ୍କ କଥିତ ରୋଗ ବିଷୟରେ ଜାଣନ୍ତୁ । ଏହି କାରଣରୁ ତାଙ୍କର ମଳ ସେ ଅନ୍ୟ କୌଣସି ଦେଶରେ ଛାଡନ୍ତିନି । 

ଯେତେବେଳେ ରୁଷ ରାଷ୍ଟ୍ରପତି ବିଦେଶ ଗସ୍ତରେ ଥାଆନ୍ତି, ତାଙ୍କ ବଡିଗାର୍ଡଙ୍କ ପାଖରେ ଏକ ମଳ ସୁଟକେସ୍ ଥାଏ । ବଡିଗାର୍ଡମାନେ ତାଙ୍କର ମଳତ୍ୟାଗକୁ ରୁଷ ଫେରାଇ ନିଅନ୍ତି । ୨୦୦୭ ପରେ ଏହା ପ୍ରଥମ ଥର ଥିଲା ଯେତେବେଳେ ଜଣେ ରୁଷ ରାଷ୍ଟ୍ରପତି ଆମେରିକା ଗସ୍ତ କରିଥିଲେ । ଏପରି ପରିସ୍ଥିତିରେ ତାଙ୍କ ସୁରକ୍ଷା ପାଇଁ କଡ଼ା ବ୍ୟବସ୍ଥା କରାଯାଇଥିଲା । 

ତାଙ୍କ ବଡିଗାର୍ଡଙ୍କୁ ଚାରିପାଖରେ ନିୟୋଜିତ କରାଯାଇଥିଲା। ଏହାବ୍ୟତୀତ ଗୁଇନ୍ଦା ସଂସ୍ଥାଗୁଡ଼ିକ ତାଙ୍କ ଗସ୍ତ ପାଇଁ ବହୁତ ଦିନ ଧରି ପ୍ରସ୍ତୁତିରେ ବ୍ୟସ୍ତ ରହିଥିଲେ। ରିପୋର୍ଟ ଅନୁଯାୟୀ ରୁଷ ରାଷ୍ଟ୍ରପତିଙ୍କ ଫେଡେରାଲ୍ ପ୍ରୋଟେକ୍ସନ୍ ସର୍ଭିସ୍ (FPS) ତାଙ୍କର ମାନବ ମଳ ସଂଗ୍ରହ କରେ । ଏହାକୁ ଏକ ସ୍ୱତନ୍ତ୍ର ବ୍ୟାଗରେ ରଖାଯାଏ ଏବଂ ରୁଷକୁ ପଠାଯାଏ।

ରାଷ୍ଟ୍ରପତି ପୁଟିନ୍ ୨୦୧୭ରେ ଫ୍ରାନ୍ସ ଗସ୍ତ କରିଥିଲେ । ସେହି ସମୟରେ ମଧ୍ୟ ଏପରି ରିପୋର୍ଟ ପ୍ରକାଶିତ ହୋଇଥିଲା । ପୁଟିନ୍ ଭୟ କରୁଛନ୍ତି ଯେ ବିଦେଶୀ ଶକ୍ତି ତାଙ୍କ ମଳ ନମୁନାରୁ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଜାଣିଯିବେ । ତେବେ ଭିଏନା ଗସ୍ତ ସମୟରେ ରାଷ୍ଟ୍ରପତି ପୁଟିନ୍ ଏକ ପୋର୍ଟେବଲ୍ ଟଏଲେଟ୍ ବ୍ୟବହାର କରିଥିଲେ । କୁହାଯାଏ କି  ୧୯୯୯ ମସିହାରେ ରାଷ୍ଟ୍ରପତି କ୍ଷମତା ଗ୍ରହଣ କରିବା ପରଠାରୁ ଏହି ପ୍ରୋଟୋକଲ୍ ପୁଟିନଙ୍କ ପାଇଁ ତିଆରି କରାଯାଇଥିଲା। 

ଗତବର୍ଷ ନଭେମ୍ବରରେ କାଜାକିସ୍ତାନର ଆସ୍ତାନାରେ ରାଷ୍ଟ୍ରପତି ପୁଟିନଙ୍କ ଗୋଡ଼ ଥରୁଥିବାର ନଜର ଆସିଥିଲା । ଏହାବ୍ୟତୀତ ଅନେକଥର ଏପରି ରିପୋର୍ଟ ମଧ୍ୟ ଆସିଥିଲା ଯେଉଁଥିରେ କୁହାଯାଇଥିଲା କି ସେ ରକ୍ତବାନ୍ତି କରୁଛନ୍ତି । ଏକ୍ସପ୍ରେସ୍ ୟୁଏସ୍ ରିପୋର୍ଟ କରିଛି ଯେ ତାଙ୍କୁ ପାର୍କିନ୍ସନ୍ସ ଭଳି ସ୍ନାୟୁ ରୋଗ ହୋଇପାରେ । ୨୦୨୩ରେ ବେଲାରୁଷ ରାଷ୍ଟ୍ରପତି ଆଲେକଜାଣ୍ଡାର ଲୁକାସଙ୍କୋଙ୍କ ସହ ଆଲୋଚନା ସମୟରେ ତାଙ୍କୁ ଏପରି ଏକ ଝଟକା ଆସିଥିଲା । ତଥାପି କ୍ରେମଲିନ୍ ତାଙ୍କ ଅସୁସ୍ଥତାକୁ ନେଇ ସବୁବେଳେ ପ୍ରତ୍ୟାଖ୍ୟାନ କରିଛନ୍ତି ।

Scroll to Top