SIR To Begin: ଆରମ୍ଭ ହେବ SIR, ଭୋଟର ଲିଷ୍ଟରୁ କଟିଯିବ ନାମ

sir-to-begin:-ଆରମ୍ଭ-ହେବ-sir,-ଭୋଟର-ଲିଷ୍ଟରୁ-କଟିଯିବ-ନାମ

SIR ପ୍ରକ୍ରିୟାରେ ଘର ଘର ବୁଲି ସର୍ଭେ ହେବ, ଡ୍ରାଫ୍ଟ ତାଲିକା ପ୍ରକାଶ ପାଇବ। ଏହା ଏକ ପ୍ରକ୍ରିୟା ଯେଉଁଥିରେ ନିର୍ବାଚନ କମିଶନ ଭୋଟର ତାଲିକାକୁ ଅପଡେଟ୍ କରିବେ।

ଆସନ୍ତା ମାସଠୁ ଓଡ଼ିଶାରେ ଆରମ୍ଭ ହେବ SIR। ପ୍ରାୟ ୨୪ ବର୍ଷ ପରେ ଓଡ଼ିଶାରେ ସ୍ପେଶାଲ୍ ଇଣ୍ଟେନସିଭ୍ ରିଭିଜନ୍ ବା ଭୋଟର ଲିଷ୍ଟ୍ ର ସ୍ବତନ୍ତ୍ର ସଂଶୋଧନ ହେବାକୁ ଯାଉଛି। ଏହି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ୍. ଗୋପାଳନ୍। ବିହାରରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପରେ ଓଡ଼ିଶାରେ ଏସଆଇଆର କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି CEO।

ଏହି ପ୍ରକ୍ରିୟାରେ ଘର ଘର ବୁଲି ସର୍ଭେ ହେବ, ଡ୍ରାଫ୍ଟ ତାଲିକା ପ୍ରକାଶ ପାଇବ, ଲୋକମାନେ ଆପତ୍ତି ଦର୍ଶାଇ ପାରିବେ ଏବଂ ଆସନ୍ତାବର୍ଷ ଜାନୁଆରୀ ୭ରେ ଫାଇନାଲ୍ ଭେରିଫିକେସନ୍ ବା ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ ବୋଲି ସୂଚନା ମିଳିଛି। ଶେଷଥର ପାଇଁ ୨୦୦୨ରେ ଓଡିଶାରେ ଭୋଟର ତାଲିକା ସଂଶୋଧନ ହୋଇଥିଲା। ଏବେ ୨୪ ବର୍ଷ ପରେ ପୁଣି ଥରେ ଓଡ଼ିଶାରେ ହେବ ଏସଆଇଆର। ଚୂଡ଼ାନ୍ତ ତାଲିକା ଆସିବା ପରେ ସ୍ପଷ୍ଟ ହେବ କେତେ ଭୋଟର କଟିଲେ କେତେ ରହିଲେ।

ସ୍ପେଶାଲ୍ ଇଣ୍ଟେନସିଭ୍ ରିଭିଜନ୍ ହେଉଛି ଏକ ପ୍ରକ୍ରିୟା ଯାହା ଅଧୀନରେ ନିର୍ବାଚନ କମିଶନ ଭୋଟର ତାଲିକାକୁ ଅପଡେଟ୍ କରନ୍ତି। ଉଦାହରଣ ସ୍ୱରୂପ, ଅନେକ ଥର ଦେଖାଯାଏ ଯେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି କିନ୍ତୁ ତାଙ୍କ ନାମ ଭୋଟର ତାଲିକାରେ ଅଛି, ଠିକ ସେହିପରି ଜଣେ ବ୍ୟକ୍ତି ୧୮ ବର୍ଷ ବୟସର ହୋଇଗଲେ ମଧ୍ୟ ତାଙ୍କ ନାମ ଭୋଟର ତାଲିକାରେ ନଥିବାର ମଧ୍ୟ ଦେଖାଯାଏ। ଏପରି ପରିସ୍ଥିତିରେ SIR ମାଧ୍ୟମରେ ଭୋଟର ତାଲିକାରୁ ନାମ କଟାଯାଏ କିମ୍ବା ଯୋଡା ଯାଏ। ସେହିଭଳି ଅନେକ ଥର ଲୋକମାନେ ନିର୍ବାଚନ ହେଉଥିବା ଅଞ୍ଚଳ ଛାଡି ଚାଲି ଯାଇଥାନ୍ତି ହେଲେ ତାଙ୍କ ନାମ ଭୋଟର ତାଲିକାରେ ଥାଏ। ଏପରି କ୍ଷେତ୍ରରେ SIR ମାଧ୍ୟମରେ ତାଲିକାରୁ ତାଙ୍କ ନାମ କଟାଯାଏ।

Also Read

SIR ପ୍ରକ୍ରିୟାରେ ଯଦି କୌଣସି କାରଣରୁ ଭୋଟରଙ୍କ ନାମ ଭୋଟର ତାଲିକାରୁ ବାଦ ଦିଆଯାଇଛି, ତେବେ ସେ ତାଙ୍କର ଡକ୍ୟୁମେଣ୍ଟ ଦେଖାଇ ତାଲିକାରେ ନିଜ ନାମ ଯୋଡିପାରିବେ। ହେଲେ ଯେଉଁମାନଙ୍କର ନାମ ପୂର୍ବରୁ ଭୋଟର ତାଲିକାରେ ଅଛି ସେମାନଙ୍କୁ କୌଣସି ପ୍ରକାରର ଡକ୍ୟୁମେଣ୍ଟ ଦେଖାଇବାକୁ ପଡିବ ନାହିଁ।

ଅଧିକ ପଢନ୍ତୁ: ଭୋଟ୍ ତ୍ରୁଟି ନେଇ ବିଜେଡିର ଅଭିଯୋଗ କେତେ ସତ ? ନିର୍ବାଚନର ୬ ମାସ ପରେ ଅଭିଯୋଗ କରିଛି ବିଜେଡି

ଓଟିଭି ହ୍ଵାଟ୍ସଅପ

Scroll to Top