wrong injection: ଯାଜପୁର DHHରେ ଭୁଲ୍ ଇଞ୍ଜେକ୍ସନ ଯୋଗୁଁ ଯୁବକଙ୍କ ମୃତ୍ୟୁ ଅଭିଯୋଗ

wrong-injection:-ଯାଜପୁର-dhhରେ-ଭୁଲ୍-ଇଞ୍ଜେକ୍ସନ-ଯୋଗୁଁ-ଯୁବକଙ୍କ-ମୃତ୍ୟୁ-ଅଭିଯୋଗ

ଭୁଲ୍ ଇଞ୍ଜେକ୍ସନ ଯୋଗୁଁ ଯୁବକଙ୍କ ମୃତ୍ୟୁ ଅଭିଯୋଗ । ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା

Ramakrushna Dakua

  • Published: Tuesday, 19 August 2025
  • Last updated: 19 August 2025, 02:23 PM IST

Youth dies after being allegedly administered wrong injection at Odisha’s Jajpur DHHCredit: OTV

ଭୁଲ୍ ଇଞ୍ଜେକ୍ସନ ନେଲା ଜୀବନ!

ମା ଆଖି ଆଗରେ ଚାଲିଗଲା ପୁଆ ର ଜୀବନ । ତ୍ରୁଟିପୂର୍ଣ୍ଣ  ଇଞ୍ଜେକସନରୁ  ରୋଗୀ ମୃତ ଅଭିଯୋଗ । ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଯୁବକଙ୍କ ମୃତ୍ୟୁ ପରେ ଏପରି ଅଭିଯୋଗ ଆଣିଛନ୍ତି ପରିବାର । ସୂଚନା ଅନୁସାରେ ଧର୍ମଶାଳା ବାଉଁଶ କଣ୍ଟା ଅଞ୍ଚଳରୁ ଭାରତ ଦାସ ଗତକାଲି ଚିକିତ୍ସା ଲାଗି ଯାଜପୁର ସଦର ମହକୁମା ଚିକିତ୍ସାଳୟ ଆସିଥିଲେ । ସେ ସମ୍ପୂର୍ଣ ସୁସ୍ଥ ହୋଇଥିଲେ । ସକାଳୁ ଚା ପିଇ ପରିବାର ସହ ମିଶିବ ସହ ପାଖ ରୋଗୀଙ୍କୁ ଚାହା ଜଳଖିଆ ଆଣି ଦେଇଥିଲେ ।  ହଠାତ୍ ନର୍ସ ଆସି ଇଞ୍ଜେକସନ ଦେବାକୁ ଡାକି ଥିଲେ ।  ଇଞ୍ଜେକସନ ଦେବା ପରେ ସେ ହଠାତ୍ ଛାଟି ପିଟି ହେଇ ମୃତ୍ୟୁ ବରଣ କରିଥିଲେ ।

ଇଞ୍ଜେକସନ ଓ ନର୍ସ ଙ୍କ ଅବହେଳା ଲାଗି ମା ସମ୍ମୁଖରେ ପୁଅ ମୃତୁ ବରଣ କରିଥିବା ମାଆ ଅଭିଯୋଗ କରିଛନ୍ତି । ସେପଟେ ଏନେଇ  ଯାଜପୁର ମୁଖ୍ୟ ଚିକିତ୍ସାଳୟ ଏଡିଏମ୍ଓ କହିଛନ୍ତି ଘଟଣାର ତଦନ୍ତ ହେବ ଓ ମେଡିକାଲ କଲେଜର ପ୍ରଫେସର ବି ସାମିଲ ହେବେ । ଚିକିତ୍ସା   ତ୍ରୁଟିପୂର୍ଣ୍ଣ ନା ଅନ୍ୟ କାରଣ ତାହା ଶବ ବ୍ୟବଚ୍ଛେଦ ହେବା ପରେ ସ୍ପଷ୍ଟ ହେବ ବୋଲି କୁହାଯାଇଛି । ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବି ସେ ସୂଚନା ଦେଇଛନ୍ତି।

Also Read

  • Reported by:
  • Sanjeeb Nayak

ଓଟିଭି ହ୍ଵାଟ୍ସଅପ

Scroll to Top