ଆକ୍ସନରେ ରାଜସ୍ୱ ବିଭାଗ ; ବୈଠକ ଡକାଯାଇଛି, ଆକ୍ରମଣ କଲେ ଆକ୍ସନ….
ଜନଗଣନାରେ ନିୟୋଜିତ ଥିବା ସରକାରୀ କର୍ମଚାରୀଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବା ସହ ସୁରକ୍ଷା ପାଇଁ ଆସିବ ନୂଆ SOP
Published By: Kirti – Prameya-News7 Bureau | April 22, 2026 12:23 PM
NEWS7
ଭୁବନେଶ୍ୱର ୨୨।୦୪ : ଖୁବଶୀଘ୍ର ଆସିବ SOP । ଜନଗଣନାରେ ନିୟୋଜିତ ଥିବା ସରକାରୀ କର୍ମଚାରୀଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବା ସହ ସୁରକ୍ଷା ପାଇଁ ଆସିବ ନୂଆ SOP । ଏନେଇ ରାଜସ୍ୱ ଅଧିକାରୀ ଓ ଜନଗଣନା ଅଧିକାରୀଙ୍କ ସହ ବୈଠକ ଡାକିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୨୬ରେ ହେଉଥିବା ଜନଗଣନା ହାଇଟେକ୍ ଜନଗଣନା । ଘର ଘର ଯାଇକି ଜନଗଣନା କରିବା ଏକ ଚ୍ୟାଲେଞ୍ଜ । ହିଟ୍ ଓ୍ୱେଭ୍ ଏକ ବଡ଼ ସମସ୍ୟା । ଜନଗଣନା ସମୟରେ କିଛି ଅଧିକାରୀଙ୍କ ଉପରେ ଆକ୍ରମଣ ହେଉଛି । କିଛି ଅସୁସ୍ଥ ହେବାର ମଧ୍ୟ ଖବର ଆସିଛି । ଶାରିରୀକ ସମସ୍ୟା ହିଟ୍ଓ୍ୱେବ୍ ପାଇଁ କି ନାହିଁ । ତାହା ପରୀକ୍ଷା ପରେ ହିଁ ଜଣାପଡିବ । ସରକାରୀ କର୍ମଚାରୀ ଓ ଲୋକଙ୍କ ସୁରକ୍ଷା ବଡ଼ ଦାୟିତ୍ୱ । ଯେଉଁଠି ଆକ୍ରମଣ ହୋଇଛି । ସେହି ଘଟଣା ଉପରେ ଗୃହ ସଚିବ ଓ ଡିଜିଙ୍କ ସହ ଆଲୋଚନା ହୋଇଛି । ଅପରାଧୀଙ୍କ ସ୍ଥାନ ନାହିଁ । ଯିଏ ଆକ୍ରମଣର କରିଥିବ, ସେ ଦୋଷୀ ପାତାଳରେ ଲୁଚି ରହିଥିଲେ ବି ଖୋଜିକି ଆଣିବୁ । ଗୃହ ବିଭାଗ ସହ ଏନେଇ ଆଲୋଚନା କରାଯିବ ।
Also Read:-ସରିଥିଲା ନିର୍ବନ୍ଧ, ୧୦ରେ ହୋଇଥାନ୍ତା ବିବାହ… ଯୁବତୀଙ୍କ ବେକ କାଟି ମାରିଲା କିଏ ? ବ୍ୟବଚ୍ଛେଦ ରିପୋର୍ଟ କହିବ ସତ…




