ପ୍ରସେସନରେ ଯାଉଥିଲେ ବରଯାତ୍ରୀ, କାର୍‌ରେ ଆସି ଠାଏଁ ଠାଏଁ ଗୁଳି ଫୁଟାଇଲେ ଦୁର୍ବୃତ୍ତ

ପ୍ରସେସନରେ-ଯାଉଥିଲେ-ବରଯାତ୍ରୀ,-କାର୍‌ରେ-ଆସି-ଠାଏଁ-ଠାଏଁ-ଗୁଳି-ଫୁଟାଇଲେ-ଦୁର୍ବୃତ୍ତ

ଅନୁଗୋଳ ୨୨।୦୪ : ବରଯାତ୍ରୀ ପ୍ରସେସନରେ ଫୁଟିଲା ଗୁଳି, ୨ ଗୁରୁତର । ଅନୁଗୋଳ ଆଠମଲ୍ଲିକ ଥାନା ବେଲପୁଞ୍ଜି ଗାଁରେ ଗୁଳିକାଣ୍ଡ। ଘଟଣାସ୍ଥଳରେ ଆଠମଲ୍ଲିକ ପୋଲିସ ତଦନ୍ତ ଜାରି ରଖିଛି ।

ଖବର ଅନୁଯାୟୀ, ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା ଅନ୍ତର୍ଗତ ବଏଲବେଡା ଗାଁରୁ ବରଯାତ୍ରୀ ବେଲପୁଞ୍ଜୀ ଗାଁକୁ ଯାଇଥିଲେ । ସେଠାରେ ବରଯାତ୍ରୀ ପ୍ରସେସନ୍ କରୁଥିବା ସମୟରେ ହଠାତ୍ ଏକ କାରରେ କିଛି ଯୁବକ ଆସି ବରଯାତ୍ରୀ ଦଳକୁ ରାସ୍ତାରେ ଅଟକାଇ ପିସ୍ତଲ ଦେଖାଇ ଧମକ ଚମକ ଦେଇଥିଲେ । ଏଥିସହିତ ଗୁଳି ମାରି ଜୀବନରୁ ମାରିଦେବୁ ବୋଲି ଧମକ ଦେଇଥିଲେ।

Also Read:-ସରିଥିଲା ନିର୍ବନ୍ଧ, ୧୦ରେ ହୋଇଥାନ୍ତା ବିବାହ… ଯୁବତୀଙ୍କ ବେକ କାଟି ମାରିଲା କିଏ ? ବ୍ୟବଚ୍ଛେଦ ରିପୋର୍ଟ କହିବ ସତ…

ତେବେ ସେହି ଯୁବକ ମାନଙ୍କୁ ଅଟକାଇବାକୁ ବରଯାତ୍ରୀରେ ଆସିଥିବା ସଞ୍ଜୀବ ଭୋଇ ପ୍ରୟାସ କରିବାରୁ ତାଙ୍କୁ ମାଡ ମାରିବା ସହ ଗୁଳି ମାରିଥିଲେ । ସଞ୍ଜୀବଙ୍କ ହାତରେ ଗୁଳି ବାଜିଥିବା ବେଳେ ନିକଟରେ ଥିବା ରାକେଶ କହଁରଙ୍କ ଗୋଡ଼ରେ ମଧ୍ୟ ଗୁଳି ବାଜିଥିଲା । ଗୁରୁତର ଦୁଇ ଜଣକୁ ପ୍ରଥମେ ମାଧୁପୁର ମେଡିକାଲ୍ ଓ ପରେ ଆଠମଲ୍ଲିକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭାୟଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ରେ ଆଣି ଭର୍ତ୍ତି କରାଯାଇଛି। ତେବେ ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ଆଠମଲ୍ଲିକ ପୋଲିସ ତଦନ୍ତ ଜାରି ରଖିଛି।

Scroll to Top