Konark Sun Temple: କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ଖୁବ୍‌ଶୀଘ୍ର କଢ଼ାଯିବ ବାଲି, ସମସ୍ତ ବୈଷୟିକ କାର୍ଯ୍ୟ ଶେଷ

konark-sun-temple:-କୋଣାର୍କ-ସୂର୍ଯ୍ୟ-ମନ୍ଦିରରୁ-ଖୁବ୍‌ଶୀଘ୍ର-କଢ଼ାଯିବ-ବାଲି,-ସମସ୍ତ-ବୈଷୟିକ-କାର୍ଯ୍ୟ-ଶେଷ

ବାଲି କାଢ଼ିଲେ କୋଣାର୍କ ମନ୍ଦିରକୁ ବିପଦ ନାହିଁ । କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ଖୁବ୍‌ଶୀଘ୍ର କଢ଼ାଯିବ ବାଲି । ରିପୋର୍ଟ ଆସିବା ପରେ ଏଏସ୍‌ଆଇ ପକ୍ଷରୁ ବାଲି କାଢ଼ିବା ପାଇଁ ଚୂଡ଼ାନ୍ତ  କରାଯାଉଛି ।

Published By: Ruby – Prameya-News7 Bureau | April 22, 2026 10:59 AM

NEWS7

Konark Sun Temple

କୋଣାର୍କ ୨୨।୪: କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ଖୁବ୍‌ଶୀଘ୍ର ବାଲି କଢ଼ାଯିବ ସୂଚନା ମିଳିଛି । ଏନେଇ ସମସ୍ତ ବୈଷୟିକ କାର୍ଯ୍ୟ ଶେଷ ହୋଇଥିବା ଏଏସ୍‌ଆଇ ପକ୍ଷରୁ କୁହାଯାଇଛି । ପୂର୍ବରୁ ସ୍କାନିଂ କରାଯାଇଥିବା ମନ୍ଦିରର ପଶ୍ଚିମ ପାଖ କାନ୍ଥରେ ଡ୍ରିଲିଂ କରାଯାଇ ବାଲିର ସ୍ଥିତି ଅନୁଧ୍ୟାନ କରାଯାଇଥିଲା । ସେଠାରୁ ବାଲିର ନମୁନା ସଂଗ୍ରହ କରାଯାଇ ଗତବର୍ଷ ଡିସେମ୍ବର ୮ରେ ପରୀକ୍ଷା ପାଇଁ ଆଇଆଇଟି ମାଡ୍ରାସ ଲ୍ୟାବ୍‌କୁ ପଠାଯାଇଥିଲା ।

ରିପୋର୍ଟ ଅନୁଯାୟୀ ଭିତରେ ଥିବା ବାଲିଗୁଡ଼ିକ ପୂର୍ବପରି ସୁରକ୍ଷିତ ରହିଛି ଏବଂ ବାଲି କାଢ଼ିଲେ ମନ୍ଦିର ପ୍ରତି କୌଣସି ବିପଦ ନାହିଁ ବୋଲି ବିଶେଷଜ୍ଞ ମାନେ କହିଛନ୍ତି । ରିପୋର୍ଟ ଆସିବା ପରେ ଏଏସ୍‌ଆଇ ପକ୍ଷରୁ ବାଲି କାଢ଼ିବା ପାଇଁ ଚୂଡ଼ାନ୍ତ  କରାଯାଉଛି । ସେକ୍ସନ ଡ୍ରଇଂ ଅନୁଯାୟୀ ସୂର୍ଯ୍ୟ ମନ୍ଦିରର ୮୦ ଫୁଟ ଉଚ୍ଚରେ ପଶ୍ଚିମ ପାର୍ଶ୍ଵ କାନ୍ଥରେ ୯ ଫୁଟ ଚଉଡ଼ାରେ ପଥର କଟାଯାଇ ଭିତରକୁ ପ୍ରବେଶ ପାଇଁ ଟନେଲ ନିର୍ମାଣ କରାଯିବ । ସୁରକ୍ଷା ଦୃଷ୍ଟିରୁ ଟନେଲ ମଧ୍ୟରେ କୌଣସି ମଣିଷ ପ୍ରବେଶ କରିବେ ନାହିଁ । ଏହା ମଧ୍ୟକୁ ସ୍ବୟଂଚାଳିତ ରୋବୋଟିକ୍ ଟ୍ରଲି ପ୍ରବେଶ କରି ଗର୍ଭଗୃହରୁ ବାଲି ସଂଗ୍ରହ କରି ତଳକୁ ଅଣାଯିବା ଏ ନେଇ ସମସ୍ତ ମେକାନିକାଲ୍ ପ୍ଲାଟଫର୍ମ ନିର୍ମାଣ କାର୍ଯ୍ୟ ଇତିମଧ୍ୟରେ ଶେଷ ହୋଇଛି ।

Also Read:- Census 2027: ତାତି ଓ ଦୁର୍ଘଟଣାକୁ ନେଇ ବଢ଼ିଲା ଚିନ୍ତା : ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ

ବାଲିକୁ ପର୍ଯ୍ୟାୟ କ୍ରମେ ମନ୍ଦିର ପାଦଦେଶକୁ ଅଣାଯାଇ ସେଠାରୁ ପାଇପ୍ ସାହାଯ୍ୟରେ ମନ୍ଦିରର ଉତ୍ତରପଶ୍ଚିମ କୋଣରେ ସୁରକ୍ଷିତ ରଖାଯିବା ବରିଷ୍ଠ ବିଶେଷଜ୍ଞଙ୍କ ଉପସ୍ଥିତିରେ ଏ ସମସ୍ତ ପ୍ରକ୍ରିୟା ଚାଲିବ ବୋଲି ଏଏସ୍‌ଆଇର ଉପଅଧୀକ୍ଷକ ଚିତ୍ତରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

Scroll to Top