ବିଭିନ୍ନ ମନ୍ଦିରକୁ ଧମକପୂର୍ଣ୍ଣ କଲ୍ ଓ ମେସେଜ୍ ଦେବା ଘଟଣା, ଧରାପଡ଼ିଲା ଅଭିଯୁକ୍ତ

ବିଭିନ୍ନ-ମନ୍ଦିରକୁ-ଧମକପୂର୍ଣ୍ଣ-କଲ୍-ଓ-ମେସେଜ୍-ଦେବା-ଘଟଣା,-ଧରାପଡ଼ିଲା-ଅଭିଯୁକ୍ତ

ପୁରୀ: ସୋସିଆଲ ମିଡିଆରେ ମନ୍ଦିର ଉଡ଼ାଇଦେବାକୁ ଧମକପୂର୍ଣ୍ଣ ମେସେଜ ଦେଇ ବନ୍ଧା ହେଲା ଅଭିଯୁକ୍ତ। ବିଭିନ୍ନ ମନ୍ଦିର ଓ ବରିଷ୍ଠ ବ୍ୟକ୍ତି ବିଶେଷ ମାନଙ୍କୁ ଧମକପୂର୍ଣ୍ଣ ମେସେଜ ଦେବା ଅଭିଯୋଗରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ପୁରୀ ମଙ୍ଗଳା ଘାଟ ଅଞ୍ଚଳର ପ୍ରତୀକ ମିଶ୍ର। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁରୀ ଏସପି ପ୍ରତୀକ ସିଂ।

ପୁରୀ ଏସପିଙ୍କ ସୂଚନା ଅନୁସାରେ, ଗତ କିଛିଦିନ ଧରି ବିଭିନ୍ନ ବ୍ୟକ୍ତି ବିଶେଷ ଏବଂ ପୁରୀରେ ଥିବା ମନ୍ଦିରଗୁଡ଼ିକୁ ବିଭିନ୍ନ ନମ୍ବରରୁ ଧମକପୂର୍ଣ୍ଣ ମେସେଜ ଆସୁଥିଲା। ଏନେଇ ବିଭିନ୍ନ ଥାନାରେ ପୋଲିସ ନିଜ ଆଡ଼ୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତୁରୁ ପୋଲିସ ଅଭିଯୁକ୍ତ ପ୍ରତୀକ ମିଶ୍ରକୁ ଅନୁଗୁଳରୁ ଗିରଫ କରିବାରେ ସଫଳ ହୋଇଥିଲା।

Also Read: ପୁରୀ କୋର୍ଟକୁ ବୋମାରେ ଉଡ଼ାଇଦେବୁ ! ପୁଣି ଥରେ ଆସିଲା ଧମକପୂର୍ଣ୍ଣ ଇ-ମେଲ୍

ପୂର୍ବରୁ ମଧ୍ୟ ଏଭଳି କରି ଯାଇଥିଲା ଜେଲ୍

ଅଭିଯୁକ୍ତ ଠାରୁ ପୋଲିସ ଦୁଇଟି ମୋବାଇଲ ଫୋନ୍ ଜବତ କରିଛି। ପୋଲିସକୁ ଚକମା ଦେବା ପାଇଁ ଅଭିଯୁକ୍ତ ଜଣକ ବିଭିନ୍ନ ପ୍ରକାର ସିମ୍ କାର୍ଡ ବ୍ୟବହାର କରୁଥିଲା। ଜଣେ ମହିଳାଙ୍କ ସହିତ ଅଭିଯୁକ୍ତ ଜଣକ ସମ୍ପର୍କ ରଖିଥିବା ବେଳେ ତାଙ୍କୁ ଫସାଇବା ପାଇଁ ଏଭଳି କାର୍ଯ୍ୟ କରୁଥିବା ପୋଲିସ କହିଛି। ତେବେ ପୂର୍ବରୁ ମଧ୍ୟ ଶ୍ରୀମନ୍ଦିର ଭିତରେ ବୋମା ପଡ଼ିବ ଏବଂ ରାଜ୍ୟସଭା ସାଂସଦଙ୍କୁ ଧମକ ଦେବା ଅଭିଯୋଗରେ ଜେଲ୍ ଯାଇଥିଲା ଅଭିଯୁକ୍ତ।

Scroll to Top