ବ୍ରହ୍ମଗିରିରେ ଲଜ୍ଜା : ୬ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ! ୨୧ ବର୍ଷୀୟ ଯୁବକକୁ ଖୋଜୁଛି ପୋଲିସ

ବ୍ରହ୍ମଗିରିରେ-ଲଜ୍ଜା-:-୬-ବର୍ଷର-ନାବାଳିକାଙ୍କୁ-ଦୁଷ୍କର୍ମ-!-୨୧-ବର୍ଷୀୟ-ଯୁବକକୁ-ଖୋଜୁଛି-ପୋଲିସ

ବ୍ରହ୍ମଗିରିରେ ଲଜ୍ଜା : ୬ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ! ୨୧ ବର୍ଷୀୟ ଯୁବକକୁ ଖୋଜୁଛି ପୋଲିସ

ପୁରୀ ଜିଲ୍ଲା ସାତପଡ଼ା ଫାଣ୍ଡି ଅଞ୍ଚଳରେ ୬ ବର୍ଷର ନାବାଳିକାଙ୍କୁ ୨୧ ବର୍ଷୀୟ ଯୁବକଙ୍କ ଦୁଷ୍କର୍ମର ଅଭିଯୋଗ

Published By: Kirti – Prameya-News7 Bureau | April 21, 2026 12:40 PM

NEWS7

brahmagiri police staion

ବ୍ରହ୍ମଗିରି ୨୧।୦୪ : ବ୍ରହ୍ମଗିରିରେ ଲଜ୍ଜା । ପୁରୀ ଜିଲ୍ଲା ସାତପଡ଼ା ଫାଣ୍ଡି ଅଞ୍ଚଳରେ ୬ ବର୍ଷର ନାବାଳିକାଙ୍କୁ ୨୧ ବର୍ଷୀୟ ଯୁବକଙ୍କ ଦୁଷ୍କର୍ମର ଅଭିଯୋଗ । ବ୍ରହ୍ମଗିରି ଥାନାରେ ଏନେଇ ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ବାପା ।

ଅଭିଯୋଗ ଅନୁସାରେ, ସାତପଡ଼ା ଫାଣ୍ଡି ଅଞ୍ଚଳରେ ଜଣେ ୨୧ ବର୍ଷୀୟ ଯୁବକ ନାବାଳିକାଙ୍କୁ ଘରୁ ଡାକି ନେଇଥିଲେ । ଏହାପରେ ତାଙ୍କ ହାତ ବାନ୍ଧି, ପାଟିରେ ଲୁଗା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ନାବାଳିକା ଜଣଙ୍କ ଘର ଲୋକଙ୍କ ଆଗରେ ସବୁ କଥା କହିବା ପରେ , ପରିବାର ପକ୍ଷରୁ ବ୍ରହ୍ମଗିରି ଥାନାରେ ଅଭିଯୋଗ କରାଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ପ୍ରଥମେ ପୀଡିତାଙ୍କୁ ଚିକିତ୍ସା ନିମନ୍ତେ ରେବେଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ଗୁରୁତର ଥିବାରୁ ପରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

Also Read:-୪ ଦିନ ଯାଏଁ ସରକାରୀ ଏବଂ ବେସରକାରୀ ସ୍କୁଲ ଛୁଟି, ଖରାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ନିଷ୍ପତ୍ତି

ଅନ୍ୟପଟେ ଚିକିତ୍ସା ପରେ ପୀଡିତାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ତଦନ୍ତ ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ବୋଲି ସୂଚନା ଦେଇଛନ୍ତି ବ୍ରହ୍ମଗିରି ଆଇଆଇସି ବାମଦେବ ସ୍ୱାଇଁ ।

Scroll to Top