MI Vs GT: ତିଳକଙ୍କ ଶତକ ପରେ ବୋଲରଙ୍କ ଜଲଓ୍ଵା, ଗୁଜରାଟ ବିପକ୍ଷରେ ମୁମ୍ବାଇର ବିଶାଳ ବିଜୟ

mi-vs-gt:-ତିଳକଙ୍କ-ଶତକ-ପରେ-ବୋଲରଙ୍କ-ଜଲଓ୍ଵା,-ଗୁଜରାଟ-ବିପକ୍ଷରେ-ମୁମ୍ବାଇର-ବିଶାଳ-ବିଜୟ

କ୍ରମାଗତ ୪ ପରାଜୟ ପରେ ଶେଷରେ ବିଜୟର ସ୍ଵାଦ ଚାଖିଛି ମୁମ୍ବାଇ ଇଣ୍ଡିଆନ୍ସ। ତିଳକ ବର୍ମାଙ୍କ ସ୍ମରଣୀୟ ଶତକ ଓ ଅଶ୍ଵନୀ କୁମାରଙ୍କ ଶାଣିତ ବୋଲିଂ ବଳରେ ମୁମ୍ବାଇ ଘରୋଇ ଗୁଜରାଟ ଟାଇଟନ୍ସକୁ ୯୯ ରନରେ ହରାଇଛି। ଚଳିତ ସିଜିନରେ ଦ୍ଵିତୀୟ ବିଜୟ ସହ ମୁମ୍ବାଇ ପଏଣ୍ଟ ଟେବୁଲର ସପ୍ତମକୁ ଉଠିଛି। ଅନ୍ୟପଟେ ଗୁଜରାଟ ଲଗାତାର ୩ ବିଜୟ ପରେ ପରାଜୟ ଭୋଗିଛି।

Published By: Deepak – Prameya-News7 Bureau | April 20, 2026 11:04 PM

NEWS7

MI vs GT Result: Mumbai Indians Crush Gujarat Titans by 99 Runs

ଅହମ୍ମଦାବାଦ: କ୍ରମାଗତ ୪ ପରାଜୟ ପରେ ଶେଷରେ ବିଜୟର ସ୍ଵାଦ ଚାଖିଛି ମୁମ୍ବାଇ ଇଣ୍ଡିଆନ୍ସ। ତିଳକ ବର୍ମାଙ୍କ ସ୍ମରଣୀୟ ଶତକ ଓ ଅଶ୍ଵନୀ କୁମାରଙ୍କ ଶାଣିତ ବୋଲିଂ ବଳରେ ମୁମ୍ବାଇ ଘରୋଇ ଗୁଜରାଟ ଟାଇଟନ୍ସକୁ ୯୯ ରନରେ ହରାଇଛି। ଚଳିତ ସିଜିନରେ ଦ୍ଵିତୀୟ ବିଜୟ ସହ ମୁମ୍ବାଇ ପଏଣ୍ଟ ଟେବୁଲର ସପ୍ତମକୁ ଉଠିଛି। ଅନ୍ୟପଟେ ଗୁଜରାଟ ଲଗାତାର ୩ ବିଜୟ ପରେ ପରାଜୟ ଭୋଗିଛି। ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ତିଳକ ବର୍ମାଙ୍କ ବିସ୍ଫୋରକ ୧୦୧ ରନ ବଳରେ ୧୯୯ ରନ କରିଥିଲା। ଜବାବରେ ଗୁଜରାଟ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୧୫.୫ ଓଭରରେ ୧୦୦ ରନରେ ଅଲଆଉଟ୍ ହୋଇଛି। ବୋଲିଂରେ ମୁମ୍ବାଇର ଅଶ୍ଵନୀ କୁମାର ୪ ଓଭରରେ ମାତ୍ର ୨୪ ରନ ଦେଇ ୪ ଓ୍ଵିକେଟ୍ ନେଇ ଦଳ ବିଜୟରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି

Updating…

Scroll to Top