ନୂଆଦିଲ୍ଲୀ: ପ୍ରୟାଗରାଜ କୁମ୍ଭ ମେଳାରେ ଭାଇରାଲ ହୋଇଥିବା ମୋନାଲିସା ଭୋସଲେ ମହମ୍ମଦ ଫରମାନଙ୍କୁ ବିବାହ କରିବା ପରଠାରୁ ବିବାଦରେ। ମୋନାଲିସା ନାବାଳିକା ବୋଲି ଜଣାପଡ଼ିବା ପରେ ମହମ୍ମଦଙ୍କ ନାଁରେ ମାମଲା ରୁଜୁ ହୋଇଛି। ଏମିତିରେ ମହମ୍ମଦଙ୍କୁ ହେପାଜତକୁ ନେବାକୁ କିଛି ଦିନ ତଳେ କେରଳ କୋଚ୍ଚିରେ ପହଞ୍ଚିଥିବା ମଧ୍ୟପ୍ରଦେଶ ପୋଲିସର ଏକ ଟିମକୁ ଖାଲି ହାତରେ ଫେରିବାକୁ ପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଫରମାନ ପୋଲିସକୁ କହିଛନ୍ତି ମୋନାଲିସା ଗର୍ଭବତୀ। ଏଥିପାଇଁ ସେ ପୋଲିସ ସମ୍ମୁଖରେ ତୁରନ୍ତ ହାଜର ହେବାରେ ଅସମର୍ଥ। ଯାହା ପରେ ମଧ୍ୟପ୍ରଦେଶ ପୋଲିସ ସେଠାରୁ ଫେରିଯାଇଥିଲା ଏହି ଟିମରେ ଜଣେ ମହିଳା ଅଧିକାରୀଙ୍କ ସମେତ ପାଞ୍ଚ ସଦସ୍ୟ ଥିଲେ।
ମନୋରମା ନ୍ୟୁଜର ରିପୋର୍ଟ ଅନୁସାରେ, ମଧ୍ୟପ୍ରଦେଶ ପୋଲିସର ଟିମ ମାର୍ଚ୍ଚ ୧୭ରେ ପହଞ୍ଚିଥିଲା। ହେଲେ ଏହି ଦମ୍ପତିକୁ ପାଇନଥିଲା। ପୋଲିସକୁ ଫରମାନଙ୍କ ଜଣେ ବନ୍ଧୁ ଜୋଶୁଆଙ୍କୁ ମଧ୍ୟ ଖୋଜୁଥିଲା । କାରଣ ସେ ଏହି ଦମ୍ପତିଙ୍କ ପାଇଁ ବିବାହ ଠାରୁ ଆରମ୍ଭ କରି ରହିବାର ବ୍ୟବସ୍ଥା କରିଥିଲା। ତେବେ ଶେଷରେ ପୋଲିସ ସେମାନଙ୍କ ଠିକଣା ପାଇଥିଲା।
ଫରମାନ ଦେଇଥିଲା ମଧ୍ୟପ୍ରଦେଶ ପୋଲିସକୁ ସୂଚନା
ରିପୋର୍ଟ ଅନୁସାରେ ମଧ୍ୟପ୍ରଦେଶରୁ ଆସିଥିବା ମହେଶ୍ବର ପୋଲିସ ଜଣେ ମହିଳା ସବ୍- ଇନ୍ସପେକ୍ଟରଙ୍କୁ ମହମ୍ମଦ ଫରମାନ ନିଜ ପତ୍ନୀଙ୍କ ଗର୍ଭବତୀ ହେବା ସୂଚନା ଦେଇଥିଲା। ଏହି ଦମ୍ପତି ମାର୍ଚ୍ଚ ୧୧ରେ ତିରୁଅନନ୍ତପୁରମର ଏକ ମନ୍ଦିରରେ ବିବାହ କରିଥିଲେ। ଏହା ପରେ ଯୁବତୀଙ୍କ ବାପା ମଧ୍ୟପ୍ରଦେଶରେ ଅଭିଯୋଗ ରୁଜୁ କରାଇଥିଲେ। ଯେଉଁଥିରେ ଦାବି କରାଯାଇଥିଲା ଯେ, ମୋନାଲିସାଙ୍କ ବୟସ କେବଳ ୧୬ ବର୍ଷର। ଏହା ପରେ ମହମ୍ମଦ ଫରମାନଙ୍କ ବିରୋଧରେ POCSO ଆକ୍ଟ ଅନୁସାରେ ମାମଲା ରୁଜୁ କରାଯାଇଥିଲା। ଅବଶ୍ୟ ମୋନାଲିସା ଦାବି କରିଥିଲେ ଯେ ସେ ସାବାଳକ।
Also Read: Viral Girl Monalisa: ଏବେ କଣ କରିବେ ମୋନାଲିସାଙ୍କ ସ୍ବାମୀ ? POCSO ଆକ୍ଟରେ ମାମଲା ରୁଜୁ
ସରକାରଙ୍କୁ ସୁରକ୍ଷା ମାଗିଥିଲେ ମୋନାଲିସା
ମଧ୍ୟପ୍ରଦେଶ ପୋଲିସ କୋଚ୍ଚି ପହଞ୍ଚିବା ପରେ ମୋନାଲିସା କେରଳ ମୁଖ୍ୟମନ୍ତ୍ରୀ ଏବଂ କୋଚ୍ଚି ସହର ପୋଲିସ ମୁଖ୍ୟଙ୍କୁ ଚିଠି ଲେଖି ସୁରକ୍ଷା ମାଗିଥିଲେ। ସେହିଭଳି ମଧ୍ୟପ୍ରଦେଶ ପୋଲିସ ଦ୍ବାରା ଜାରି ଫରମାନଙ୍କୁ ଗିରଫ ଓ୍ବାରେଣ୍ଟ ଉପରେ କେରଳ ହାଇକୋର୍ଟ ପୂର୍ବରୁ ହିଁ କାର୍ଯ୍ୟାନୁଷ୍ଠାନ ପର୍ଯ୍ୟନ୍ତ ରୋକ ଲଗାଇଥିଲେ। ଏହି ରୋକ୍ ମେ ୨୦ ପର୍ଯ୍ୟନ୍ତ ଲଗାଯାଇଛି।
ST ଆୟୋଗଙ୍କ ଯାଞ୍ଚରେ ମୋନାଲିସା ନାବାଳିକା ବୋଲି ହୋଇଥିଲା ପ୍ରମାଣିତ
ମଧ୍ୟପ୍ରଦେଶରେ ରହୁଥିବା ମୋନାଲିସା ଭୋସଲେ ଗତ ମାସରେ ତିରୁଅନନ୍ତପୁରମର ଏକ ମନ୍ଦିରରେ ଉତ୍ତରପ୍ରଦେଶର ପାଲରାରେ ରହୁଥିବା ଫରମାନ ଖାନଙ୍କୁ ବିମାହ କରିଥିଲେ। ଏହି ମାମଲା ସେତେବେଳେ ଚର୍ଚ୍ଚା ଜୋର ଧରିଥିଲା। ଯେତେବେଳେ ଜାତୀୟ ଅନୁସୂଚିତ ଜନଜାତି ଆୟୋଗ (NCST)ର ଯାଞ୍ଚରେ ମୋନାଲିସାଙ୍କୁ ନାବାଳିକ ବୋଲି ଜଣାପଡ଼ିଥିଲା। ସେପଟେ ତାଙ୍କ ବାପା-ମାଆ ମଧ୍ୟ ଦାବି କରିଥିଲେ ଯେ, ତାଙ୍କ ଝିଅର ବୟସ କେବଳ ୧୬ ବର୍ଷ। ଯାହାପରେ ଫରମାନଙ୍କ ବିରୋଧରେ ମହେଶ୍ବର ପୋଲିସ ମୋନାଲିସଙ୍କ ଅପହରଣ ମାମଲା ରୁଜୁ କରିଥିଲା।
ନିଜକୁ ୧୮ ବର୍ଷର କହୁଛନ୍ତି ମୋନାଲିସା
ମଧ୍ୟପ୍ରଦେଶ ପୋଲିସର କୋଚ୍ଚି ପହଞ୍ଚିବା ପରେ ମୋନାଲିସା ରାଜ୍ୟର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏବଂ କୋଚ୍ଚିର ପୋଲିସ କମିଶନରଙ୍କୁ ସୁରକ୍ଷା ମାଗିଥିଲେ। ସେହି ଆବେଦନରେ ମୋନାଲିସା ଦାବି କରିଛନ୍ତି ଯେ, ତାଙ୍କ ବୟସ ୧୮ ବର୍ଷ ଆଉ ଅଭିଯୋଗ କରିଥିଲେ ଯେ, ତାଙ୍କୁ ବଳପୂର୍ବକ ମଧ୍ୟପ୍ରଦେଶ ନେବାକୁ ଚେଷ୍ଟା କରାଯାଇପାରେ। ଯାହାକୁ ରୋକିବା ପାଇଁ ସେ ସୁରକ୍ଷା ମାଗିଥିଲେ।




