Asim Munir Talk US President: ଇରାନର ଜିଦି ମଝିରେ ଟ୍ରମ୍ପଙ୍କୁ ଫୋନ କଲେ ମୁନୀର, ହର୍ମୁଜକୁ ନେଇ କଲେ ଅନୁରୋଧ !

asim-munir-talk-us-president:-ଇରାନର-ଜିଦି-ମଝିରେ-ଟ୍ରମ୍ପଙ୍କୁ-ଫୋନ-କଲେ-ମୁନୀର,-ହର୍ମୁଜକୁ-ନେଇ-କଲେ-ଅନୁରୋଧ-!

ଇସଲାମାବାଦ: ମଧ୍ୟପ୍ରାଚ୍ୟରେ ଶାନ୍ତି ସ୍ଥାପନ ପାଇଁ ପାକିସ୍ତାନରେ ହେବାକୁ ଥିବା ଦ୍ଵିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ଉପରେ କଳା ବାଦଲ ଛାଇ ଯାଇଛି। ଏ ପର୍ଯ୍ୟନ୍ତ ସ୍ଥିର ହୋଇ ନାହିଁ ଯେ, ଶାନ୍ତି ଆଲୋଚନା କେବେ ହେବ। ଇରାନ ଆମେରିକା ସାମ୍ନାରେ ହର୍ମୁଜକୁ ନେଇ ନିଜ ଜିଦରେ ଅଟଳ ଥିବା କୁହାଯାଉଛି। ଅନ୍ୟପଟେ ଏପ୍ରିଲ ୨୧ରେ ଇରାନ ଓ ଆମେରିକା ମଧ୍ୟରେ ଲାଗୁ ଅସ୍ତ୍ରବିରତିର ଅବଧି ଶେଷ ହେବାକୁ ଯାଉଛି। ଦୁଇ ଦେଶ ମଧ୍ୟରେ ଚେତାବନୀ ଭରା ବୟାନବାଜି ଜାରି ରହିଛି। ଲେବାନନରେ ଅସ୍ତ୍ରବିରତି ପରେ ଖୋଲା ଯାଇଥିବା ହର୍ମୁଜ ପ୍ରଣାଳୀକୁ ଇରାନ ୨୪ ଘଣ୍ଟା ଭିତରେ ବନ୍ଦ କରି ଦେଇଛି। ଫଳରେ ଦୁଇ ଦେଶ ମଧ୍ୟରେ ଉଦ୍ୟମ ଶାନ୍ତି ଆଲୋଚନାର ଆଶା ଧୂଳିସାତ ହେବାର ଆଶଙ୍କା ରହିଛି।

ଏହା ମଧ୍ୟରେ ରୟଟର୍ସର ସୂଚନା ମୁତାବକ ପାକିସ୍ତାନର ସେନା ପ୍ରମୁଖ ଆସିମ ମୁନୀର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କଥା ହୋଇଛନ୍ତି। ସେ କହିଛନ୍ତି, ହର୍ମୁଜ ପ୍ରଣାଳୀ ଅବରୋଧ ହିଁ ଶାନ୍ତି ଆଲୋଚନାରେ ସବୁଠୁ ବଡ଼ ବାଧକ। ଟ୍ରମ୍ପ ମୁନୀରଙ୍କୁ କହିଛନ୍ତି ଯେ, ସେ ତାଙ୍କର ପରାମର୍ଶ ଉପରେ ବିଚାର କରିବେ।

Also Read: Blame Game ଖେଳୁଛି ଆମେରିକା, ଆଲୋଚନା ପାଇଁ ଯୋଜନା ନାହିଁ… ଜବାବ ଦେଲା ଇରାନ୍

ଏପ୍ରିଲ ୨୧ରେ ସରୁଛି ଇରାନ-ଆମେରିକା ଅସ୍ତ୍ରବିରତି

ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଥିଲେ ଯେ, ଦୁଇ ପକ୍ଷ ମଧ୍ୟରେ ଦୁଇ ସପ୍ତାହ ପର୍ଯ୍ୟନ୍ତ ଅସ୍ତ୍ରବିରତି ଲାଗୁ ରହିବ। ଯୁଦ୍ଧବିରତିର ଅବଧି ଏପ୍ରିଲ ୨୧ରେ ସରିବାକୁ ଯାଉଛି। ଆମେରିକା ମିଡିଆ ଦାବି କରିଛନ୍ତି ଯେ, ଆମେରିକାର ଶାନ୍ତି ମିଶନର ସ୍ଵତନ୍ତ୍ର ଦୂତ ଷ୍ଟିଭ ଓ୍ଵିଟକଫ ଓ ରାଷ୍ଟ୍ରପତି ଟ୍ରମ୍ପଙ୍କ ଜ୍ଵାଇଁ ଜେରେଡ କୁଶନର ଇରାନ ସହିତ ଦ୍ଵିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ପାଇଁ ଉଦ୍ୟମ ଜାରି ରଖିବେ।

ରବିବାର ଚଳଚଞ୍ଚଳ ହୋଇ ଉଠିଥିଲା ଇସଲାମାବାଦ

ରବିବାର ପାକିସ୍ତାନର ନୁରଖାନ ଏୟାରବେସରେ ଚାରୋଟି ଆମେରିକୀୟ ସାମରିକ ବିମାନ ଅବତରଣ କରିଥିବା ଖବର ପ୍ରସାରିତ ହେବା ପରେ ଇସଲାମାବାଦ ଚଳ ଚଞ୍ଚଳ ହୋଇ ଉଠିଥିଲା। ଏମିତି ଗତିବିଧି ଦେଖି ଦ୍ଵିତୀୟ ପର୍ଯ୍ୟାୟ ଆଲୋଚନା ପାଇଁ ପ୍ରସ୍ତୁତି ଜୋରଦାର ହୋଇଥିବା ଅନୁମାନ କରାଯାଇଥିଲା। ଇସଲାମବାଦରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ଇସଲାମାବାଦ ପୋଲିସ ରୁଟ୍ ପରିବର୍ତ୍ତନ ସମ୍ପର୍କରେ ଏକ ପରାମର୍ଶ ଜାରି କରିଥିଲା। ରିପୋର୍ଟ ହୋଇଥିଲା ଯେ ନୁରଖାନରେ ଅବତରଣ କରିଥିବା ଆମେରିକୀୟ ସାମରିକ ବିମାନରେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ଯାନବାହନ ଏବଂ ଅନ୍ୟାନ୍ୟ ସୁରକ୍ଷା ଉପକରଣ ସାମିଲ।

Also Read: ମୃତ୍ୟୁର ୫୦ ଦିନ ପରେ ବି କାହିଁକି କବର ଦେଇନି ଇରାନ୍? ଜାଣନ୍ତୁ ଏକ୍ସପର୍ଟଙ୍କ ମତ…

Scroll to Top