ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ତୀର୍ଥଯାତ୍ରୀ ବସ୍, ଗାଡ଼ିରେ ଥିଲେ ୪୦ରୁ ଅଧିକ ଯାତ୍ରୀ

ବଡ଼-ଦୁର୍ଘଟଣାରୁ-ଅଳ୍ପକେ-ବର୍ତ୍ତିଗଲା-ତୀର୍ଥଯାତ୍ରୀ-ବସ୍,-ଗାଡ଼ିରେ-ଥିଲେ-୪୦ରୁ-ଅଧିକ-ଯାତ୍ରୀ

ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ତୀର୍ଥଯାତ୍ରୀ ବସ୍, ଗାଡ଼ିରେ ଥିଲେ ୪୦ରୁ ଅଧିକ ଯାତ୍ରୀ

Published By: Kirti – Prameya-News7 Bureau | April 20, 2026 09:37 AM

NEWS7

bus

ଢେଙ୍କାନାଳ ୨୦।୦୪ : ଜାତୀୟ ରାଜପଥରେ ଅଘଟଣ । ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ତୀର୍ଥଯାତ୍ରୀ ବସ୍ । ଜାତୀୟ ରାଜପଥ ୫୫ ନମ୍ବର ଢେଙ୍କାନାଳଠାରେ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା ଘଟିଛି।

Also Read:-ଶିକାର ପାଇଁ ଜଙ୍ଗଲକୁ ଯାଇଥିଲେ, ସାଥୀଙ୍କ ଗୁଳିରେ ଚାଲିଗଲା ଜୀବନ…

ପୁରୀରୁ ତୀର୍ଥ ସାରି ନାସିକ ଫେରୁଥିବା ବେଳେ ଢେଙ୍କାନାଳ କୋରିଆଁ ଛକ ନିକଟରେ ବସଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ବାଲି ଗଦା ଉପରେ ଚଢାଇ ଦେଇଥିଲେ। ଖବର ପାଇ NH ପାଟ୍ରୋଲିଂ ଗାଡି ପହଞ୍ଚି ଵସରୁ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ତେବେ ଏହି ଦୁର୍ଘଟଣାରେ ଆହତ ହୋଇଥିବା ବସ ଚାଳକକୁ ଚିକିତ୍ସା ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ବସ ଚାଳକ ନାସିକ ଅଞ୍ଚଳର ମନୋଜ ଭାଲେରାଓ ବୋଲି ଜଣାପଡିଛି। ତେବେ ଦୁର୍ଘଟଣାଗ୍ରସ୍ତ ତୀର୍ଥଯାତ୍ରୀ ବସରେ ମୋଟ ଜଣ ୪୮ ଜଣ ଯାତ୍ରୀ ଥିଲେ।

Scroll to Top