Nashik TCS BPO case: ନାଶିକ ମାମଲା ଏକ ଷଡ଼ଯନ୍ତ୍ର, ଅଶୋଖ ଖରାଟେ ଘଟଣା ଲୁଚାଇବାକୁ ହୋଇଛି ମିଛ ଅଭିଯୋଗ: ନିଦା ଖାନଙ୍କ ପରିବାରBy rathayatra.news / April 19, 2026 Nashik TCS BPO case: ନାଶିକର ଟିସିଏସ ବିପିଓ ଯୌନ ନିର୍ଯାତନା ମାମଲାରେ ଅଭିଯୁକ୍ତଙ୍କ ପରିବାର ଏକ ବଡ଼ ଅଭିଯୋଗ ଆଣିଛନ୍ତି। ଆମ ପିଲାମାନଙ୍କ ବିରୁଦ୍ଧରେ ଲଗାଯାଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ। ଅଶୋକ ଖରାଟେର ଯୌନ ଶୋଷଣ ମାମଲାରୁ ଧ୍ୟାନ ହଟାଇବାକୁ ଏସବୁ ବିବାଦ ସୃଷ୍ଟି କରାଯାଇଛି ବୋଲି ଅଭିଯୁକ୍ତ ପରିବାର ଲୋକେ ଦାବି କରିଛନ୍ତି। ସେମାନେ ଆହୁରି କହିଛନ୍ତି ଯେ ମିଥ୍ୟା ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ମାମଲା ମାଧ୍ୟମରେ ସେମାନଙ୍କ ପିଲାମାନଙ୍କୁ ଫସାଇବା ପାଇଁ ଏକ ମିଳିତ ପ୍ରୟାସ କରାଯାଇଛି। ଅଶୋକ ଖରାଟେ ରାଜନୀତି, ଅମଲା ଓ ବ୍ୟବସାୟିକ ଗହଣରେ ତାଙ୍କର ହାତ ରହିଛି। ତେଣୁ ଏସବୁ କ୍ଷମତା ପ୍ରୟୋଗ କରି ମାମଲାରୁ ଧ୍ୟାନ ହଟାଇବାକୁ ସେ ଚେଷ୍ଟା କରୁଛନ୍ତି ବୋଲି ପରିବାର ଲୋକେ ଦାବି କରିଛନ୍ତି। ସେମାନେ ଆହୁରି ଅଭିଯୋଗ କରିଛନ୍ତି ଯେ ଜାଣିଶୁଣି ଗୋଟିଏ ସମ୍ପ୍ରଦାୟକୁ ଟାର୍ଗେଟ କରିବା ଓ ଆକାଂକ୍ଷୀ ଯୁବକମାନଙ୍କୁ ବଦନାମ କରିବା ପାଇଁ ଏକ ପୂର୍ବ ଯୋଜନାବଦ୍ଧ ଷଡ଼ଯନ୍ତ୍ର କରାଯାଉଛି। ସମସ୍ତ ଅଭିଯୋଗକୁ ଖଣ୍ଡନ କଲେ ନିଦା ଖାନ ଟିସିଏସସ ବିପିଓ ବଳପୂର୍ବକ ଧର୍ମାନ୍ତରୀକରଣ ମାମଲାରେ ଜଡିତ ନିଦା ଖାନ ମଧ୍ୟ ତାଙ୍କ ପରିବାର ମାଧ୍ୟମରେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି।ତାଙ୍କ ବାପା କହିଛନ୍ତି ଯେ ତାଙ୍କ ଝିଅ ବିରୁଦ୍ଧରେ ଅଭିଯୋଗଗୁଡ଼ିକ ମନଗଢ଼ା ଏବଂ ଏଥିରେ ଏକ ମନ୍ଦ ଉଦ୍ଦେଶ୍ୟ ରହିଛି। ନିଦା ଖାନଙ୍କୁ କମ୍ପାନୀର ଏଚ୍ଆର ହେଡ୍ କୁହାଯାଉଛି, ହେଲେ ସେ ସେହି ପଦବୀରେ ନଥିଲେ, ଏକଥା କମ୍ପାନୀ ମଧ୍ୟ ସ୍ପଷ୍ଟ କରି ସାରିଛି ବୋଲି ତାଙ୍କ ବାପା କହିଛନ୍ତି। ଅଶୋକ ଖରାଟେ ମାମଲାରେ ବହୁତ ବଡ଼ ବଡ଼ ଲୋକ ସାମିଲ ଅଛନ୍ତି। ଏଥିରେ ସରକାର ଛବି ଅଧିକ ମଳିନ ହେବ। ତେଣୁ ତାଙ୍କ ଝିଅ ନାଁରେ ମିଛ କେସ୍ ଲଦାଯାଇ ତାକୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି।ନିଦାଙ୍କ ପରିବାର ଲୋକେ ଆହୁରି ଅଭିଯୋଗ କରିଛନ୍ତି ଯେ ଯେଉଁମାନେ ଆମ ଝିଅ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି ସେମାନଙ୍କ ସହ ନିଦା ଖାନ ଥରେ ବି କଥା ହୋଇ ନାହାନ୍ତି। ନିଦା ଫେରାର ଅଛି ବୋଲି ମିଡିଆ ଓ ପୁଲିସ ମିଛ ଖବର ପ୍ରଚାର କରିଛି। ହେଲେ ସେ ବିୱାଣ୍ଡିର ଥିବା ତାଙ୍କ ଶ୍ୱଶୁର ଘରେ ଅଛନ୍ତି। ନିଦା ବର୍ତ୍ତମାନ ଗର୍ଭବତୀ ଅଛନ୍ତି। ଏହି ସମୟରେ ତାଙ୍କ ବିରୁଦ୍ଧରେ ଲାଗିଥିବା ଅଭିଯୋଗକୁ ନେଇ ପରିବାର ଲୋକେ ଚିନ୍ତିତ ଅଛନ୍ତି ବୋଲି ସେ କହିଛନ୍ତି। ନିଦା କାହାକୁ ଧର୍ମ ପରିବର୍ତ୍ତନ କରିବାକୁ କହି ନାହାନ୍ତି କି କୌଣସି ଦେବାଦେବୀଙ୍କ ବିରୁଦ୍ଧରେ କହି ନାହାନ୍ତି, ଆମେ ସବୁ ଧର୍ମକୁ ସମ୍ମାନ ଦେଉ ବୋଲି ନିଦାଙ୍କ ପରିବାର ଲୋକେ କହିଛନ୍ତି।ସେପଟେ ନାଶିକ ପୁଲିସ ପଚରାଉଚରା ପାଇଁ ନିଦାଙ୍କ ସ୍ୱାମୀଙ୍କୁ ଅଟକ ରଖିଛି। ପୂର୍ବରୁ ନିଦାଙ୍କ ସ୍ୱାମୀ ପତ୍ନୀ ବିଷୟରେ କୌଣସି କଥା ଖୁଲାସା କରିବାକୁ ମନା କରିଥିଲେ। ଏହାପରେ ସେ ଫେରାର ଥିବା ସନ୍ଦେହ ଉପୁଜିଥିଲା। ମାମଲାରେ ରୁଜୁ ୯ ଏଫ୍ଆଇଆର୍ ନାଶିକ ଟିସିଏସ୍ ମାମଲାରେ ୯ ଏଫ୍ଆଇଆର୍ ରୁଜୁ ହୋଇଛି। ଯେଉଁଥିରେ ଜଣେ ପୁରୁଷ କର୍ମଚାରୀଙ୍କ ଦ୍ୱାରା ଗୋଟିଏ ମାମଲା ରୁଜୁ କରାଯାଇଛି। ଯିଏ ଧାର୍ମିକ ଉତ୍ପୀଡ଼ନ ଏବଂ ଧର୍ମାନ୍ତରୀକରଣ ଚେଷ୍ଟା କରାଯାଇଥିବା ଅଭିଯୋଗ କରିଛନ୍ତି।ଟାଟା ସନ୍ସର ଅଧ୍ୟକ୍ଷ ଏନ ଚନ୍ଦ୍ରଶେଖରନ ଅଭିଯୋଗଗୁଡ଼ିକୁ “ଗମ୍ଭୀର ଚିନ୍ତାଜନକ ଏବଂ ଦୁଃଖଦାୟକ” କହିଛନ୍ତି। ସତ ପଦାକୁ ବାହାର କରିବା ଦୋଷୀଙ୍କୁ ଚିହ୍ନଟ କରିବା ପାଇଁTCS COO ଆରତୀ ସୁବ୍ରମଣ୍ୟନଙ୍କ ନେତୃତ୍ୱରେ ଏକ ବ୍ୟାପକ ତଦନ୍ତ କରାଯାଉଛି।
AU ସ୍ମଲ୍ ଫାଇନାନ୍ସ ବ୍ୟାଙ୍କକୁ ମିଳିଲା ୟୁନିଭର୍ସାଲ ବ୍ୟାଙ୍କ୍ର ମାନ୍ୟତା, ଜାଣନ୍ତୁ ଗ୍ରାହକଙ୍କ କ’ଣ ହୋଇଛି ପରିବର୍ତ୍ତନ ନ୍ୟୁଜ୍ ୭ ଟିଭି | August 10, 2025
ମୁମ୍ୱାଇ ଏୟାରପୋର୍ଟରେ ନେଟୱର୍କ ବିଫଳ , ଫ୍ଲାଇଟ୍ ଅପରେସନ ପ୍ରଭାବିତ ; ଅନେକ ବିମାନର ବିଳମ୍ୱିତ ଉଡ଼ାଣ ନ୍ୟୁଜ୍ ୭ ଟିଭି | August 10, 2025
ସମ୍ମମ୍ରେ ସିଏମଇ ଆୟୋଜିତ, ହାଡ଼ ଓ ଗଣ୍ଠିର ଅତ୍ୟାଧୁନିକ ଚିକିତ୍ସା ଉପରେ ବିସ୍ତୃତ ଆଲୋଚନା କଲେ ବରିଷ୍ଠ ଡାକ୍ତର ନ୍ୟୁଜ୍ ୭ ଟିଭି | August 10, 2025
ଇଥାନଲ୍ ମିଶ୍ରଣ କାରଣରୁ ଗୋଟିଏ ବି ଗାଡ଼ିର ଇଞ୍ଜିନ୍ ଫେଲ୍ କିମ୍ୱା ବ୍ରେକ୍ଡାଉନ୍ ହୋଇ ନାହିଁ: ହରଦୀପ ସିଂହ ପୁରୀ ନ୍ୟୁଜ୍ ୭ ଟିଭି | August 10, 2025