Indian Ship Attacked In Hormuz Strait: ଗୁଳି ମାଡ଼ ପରେ ଭୟରେ କଲ୍ କଲେ ଭାରତୀୟ ଜାହାଜ କ୍ୟାପ୍ଟେନ୍: ତୁମେ କହିଲ ବୋଲି…

indian-ship-attacked-in-hormuz-strait:-ଗୁଳି-ମାଡ଼-ପରେ-ଭୟରେ-କଲ୍-କଲେ-ଭାରତୀୟ-ଜାହାଜ-କ୍ୟାପ୍ଟେନ୍:-ତୁମେ-କହିଲ-ବୋଲି…

ହର୍ମୁଜ ପ୍ରଣାଳୀରେ ଭାରତୀୟ ଜାହାଜ ଉପରେ ହୋଇଥିବା ଆକ୍ରଣର ଅଡିଓ କଲ୍ ରିକର୍ଡିଂ ସାମ୍ନାକୁ ଆସିଛି। ଏଥିରେ ଜାହାଜ ଚଲାଉଥିବା କ୍ୟାପ୍ଟେନ୍ ପ୍ୟାନିକ କଲ୍ କରୁଥିବାର ଶୁଣିବାକୁ ମିଳୁଛି।

Published By: abinash – Prameya-News7 Bureau | April 19, 2026 02:54 PM

NEWS7

Indian Ship Attacked In Hormuz Strait:

Indian Ship Attacked In Hormuz Strait: ହର୍ମୁଜ ପ୍ରଣାଳୀରେ ଭାରତୀୟ ଜାହାଜ ଉପରେ ହୋଇଥିବା ଆକ୍ରଣର ଅଡିଓ କଲ୍ ରିକର୍ଡିଂ ସାମ୍ନାକୁ ଆସିଛି। ଏଥିରେ ଜାହାଜ ଚଲାଉଥିବା କ୍ୟାପ୍ଟେନ୍ ପ୍ୟାନିକ କଲ୍ କରୁଥିବାର ଶୁଣିବାକୁ ମିଳୁଛି। ସନମାନର ହେରାଲ୍ଡ ମୋଟର ଟ୍ୟାଙ୍କର କ୍ୟାପ୍ଟେନ୍ ଇରାନ ନୌସେନାକୁ କଲ୍ କରି କହୁଛନ୍ତି “ସେପାହ ନେଭୀ! ସେପାହ ନେଭୀ।! ଏହା ଏକ ମୋଟର ଟ୍ୟାଙ୍କର ସନମାର ହେରାଲ୍ଡ! ଯିବା ପାଇଁ ମୋତେ ଆପଣ କ୍ଲିୟରାନ୍ସ ଦେଲେ, ଆପଣଙ୍କ ତାଲିକାରେ ମୋ ନାଁ ଦ୍ୱିତୀୟରେ ଅଛି। ତୁମେ ମୋତେ ଯିବାକୁ କ୍ଲିୟରାନ୍ସ ଦେଲ! ବର୍ତ୍ତମାନ ତୁମେ ଫାୟରିଂ କରୁଛ। ମୋତେ ପଛକୁ ଫେରିବାକୁ ଦିଅ।”

ଭାରତୀୟ ପତାକା ଥିବା ଦୁଇ ଟ୍ୟାଙ୍କରକୁ ଇରାନର ଆକ୍ରମଣ

ଗତକାଲି (ଶନିବାର) ଦୁଇଟି ଭାରତୀୟ ପତାକାଧାରୀ ବାଣିଜ୍ୟ ଜାହାଜ ଉପରେ ଇରାନ ତଟରକ୍ଷୀ ବାହିନୀ ଗୁଳିମାଡ଼ କରିଥିଲେ। ଏଥିରେ ଏକ ସୁପରଟ୍ୟାଙ୍କର୍ ମଧ୍ୟ ଥିଲା। ଏହାର ଗୋଟିଏ ଦିନ ପରେ ଏହି ଅଡିଓ ସାମ୍ନାକୁ ଆସିଛି। ଗତକାଲି ଭାରତୀୟ ଜାହାଜ ଉପରେ ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ର କର୍ମଚାରୀମାନେ ଗୁଳି ଚଳାଇବା ପରେ ଜାହାଜଗୁଡ଼ିକ ଦିଗ ପରିବର୍ତ୍ତନ କରି ପଛକୁ ଫେରିଯାଇଥିଲେ।

Scroll to Top