ଶିଖରଚଣ୍ଡୀରୁ ଭରତପୁର ଫେରିଲେ ଦୁଇ ଦନ୍ତା, ସାରା ରାତି ଚାଲିଥିଲା ଅପରେସନ
ତିନି ଦିନ ପରେ ଭରତପୁର ଜଙ୍ଗଲ ଫେରିଲେ ଦୁଇ ହାତୀ….
Published By: Kirti – Prameya-News7 Bureau | April 19, 2026 09:29 AM
NEWS7
ଭୁବନେଶ୍ୱର ୧୯।୦୪ : ଶିଖରଚଣ୍ଡୀରେ ଦୁଇ ହାତୀଙ୍କ ଉତ୍ପାତ ଘଟଣା। ସଫଳ ହେଲା ଅପରେସନ ଫେଡକା । ଦୁଇ ହାତୀଙ୍କୁ ଭରତପୁର ଜଙ୍ଗଲକୁ ପଠାଇଛି ବନବିଭାଗ। ପୁରା ଅଞ୍ଚଳରେ ବନବିଭାଗ ପକ୍ଷରୁ ଚାଲିଥିବା ଅପରେସନ ଏବେ ଶେଷ ହୋଇଛି ।
ତିନି ଦିନ ପରେ ଭରତପୁର ଜଙ୍ଗଲ ଫେରିଲେ ଦୁଇ ହାତୀ। ଶନିବାର ବନ ବିଭାଗ ପକ୍ଷରୁ କରାଯାଇଥିଲା ନାଇଟ୍ କ୍ୟାମ୍ପ। ଅତ୍ୟାଧୁନିକ ଉପକରଣ ବ୍ୟବହାର କରି ହାତୀ ଘଉଡାଇଛି ବନ ବିଭାଗ। ରବିବାର ଭୋର ପ୍ରାୟ ୪ଟା ୨୦ରେ ଭରତପୁର ଜଙ୍ଗଲକୁ ଗଲେ ଦୁଇ ହାତୀ। ଡିଏଫ୍ଓ, ଏସିଏଫ, ଡେପୁଟି ରେଞ୍ଜରଙ୍କ ସମେତ ଚନ୍ଦକା ଓ ଭୁବନେଶ୍ବର ରେଞ୍ଜର ୨୦ରୁ ଅଧିକ କର୍ମଚାରୀ ଏହି ଅପରେସନରେ ନିୟୋଜିତ ହୋଇଥିଲେ। ଆମ୍ବ ଖାଇବାକୁ ଆସିଥିଲେ ଦୁଇ ହାତୀ। ଶିଖରଚଣ୍ଡୀ ଅଞ୍ଚଳରେ ଏହ ଦୁଇଟି ହାତୀ ଉତ୍ପାତ କରିଥିଲେ । ଯାହାଫଳରେ ସ୍ଥାନୀୟ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଏପିରିକି କିଛି ଦିନ ପୂର୍ବରୁ ଏହି ଶିଖରଚଣ୍ଡୀ ଅଞ୍ଚଳରେ ହାତୀ ଉତ୍ପାତ ମଚେଇଥିଲେ । ସେତେବେଳେ ବି ସ୍ଥାନୀୟ ଲୋକେ ବହୁ ହନ୍ତସନ୍ତ ହୋଇଥିଲେ ।




