ହାଇଦ୍ରାବାଦ ୧୯।୦୪ : ଅଭିଷେକଙ୍କ ନୂଆ ରେକର୍ଡ । ସନରାଇଜର୍ସ ହାଇଦ୍ରାବାଦ ଦଳର ଓପନିଂ ବ୍ୟାଟର ଅଭିଷେକ ଶର୍ମା ଆଇପିଏଲ ଇତିହାସରେ ନୂଆ କୀର୍ତ୍ତମାନ ସ୍ଥାପନ କରିଛନ୍ତି । ବ୍ୟାଟର ହିସାବରେ ୨୦୦୦ ରନ ପୂରଣ କରିଛନ୍ତି।
ଚେନ୍ନାଇ ବିପକ୍ଷ ମ୍ୟାଚରେ ୨୨ଟି ବଲରୁ ୫୯ ରନ ସଂଗ୍ରହ କରି ସେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଥିଲେ। ଏହି ଇନିଂସରେ ସେ ୬ଟି ଚୌକା ଓ ୪ଟି ଛକା ମାରିଥିଲେ । ସେ ମାତ୍ର ୧୫ଟି ବଲ୍ରେ ଅଦ୍ଧଶତକ ପୂରଣ କରିଥିଲେ। ଆଇପିଏଲରେ ଏହା ତାଙ୍କର ୧୧ତମ ଅର୍ଦ୍ଧଶତକ ରହିଥିଲା। ୨୦୧୮ରେ ସେ ଦିଲ୍ଲୀ ପକ୍ଷରୁ ଡେବ୍ୟୁ କରିଥିଲେ। ଉକ୍ତ ସିଜନରେ ସେ ମାତ୍ର ୩ଟି ମ୍ୟାଚ ଖେଳିବାକୁ ସୁଯୋଗ ପାଇଥିଲେ।
୨୦୧୯ ସିଜନରେ ହାଇଦ୍ରାବାଦ ଅଭିଶେକ ଶର୍ମାଙ୍କୁ କିଣିଥିଲା। ଏହା ପରଠୁ ଅଭିଷେକଙ୍କ ଆଧିପତ୍ୟ ଜାରି ରହିଛି। ୮୩ଟି ମ୍ୟାଚ ଖେଳି ସେ ୧୧ଟି ଅର୍ଦ୍ଧଶତକ ଓ ଗୋଟିଏ ଶତକ ବଳରେ ମୋଟ୍ ୨୦୦୪ ରନ ସଂଗ୍ରହ କରି ସାରିଛନ୍ତି। ଆଇପିଏଲ୍ରେ ପ୍ରଥମ ଖେଳାଳି ଭାବେ ସେ ୬ଥର ୨୦ରୁ କମ୍ ବଲ୍ରେ ଅଦ୍ଧଶତକ ପୂରଣ କରିଛନ୍ତି। ହାଇଦ୍ରବାଦ ପକ୍ଷରୁ ଅଭିଷେକ ଚତୁର୍ଥ ସର୍ବାଧିକ ରନ ସଂଗ୍ରହ କରିଛ କେବଳ ଡେଭିଡ୍ ୱାର୍ଣ୍ଣର ହାଇଦ୍ରାବାଦ ପକ୍ଷରୁ ସର୍ବାଧିକ ୪୦୧୪ ରନ ସଂଗ୍ରହ କରିଥିବାବେଳେ ଶିଖର ଧାନ ୨୫୧୮ରନ ଓ କେନ ୱିଲିୟମସନ ୨୧୦୧ ରନ ସଂଗ୍ରହ କରିଛନ୍ତି।




