ଏପଷ୍ଟିନ୍ ଫାଇଲ୍‌ରୁ ବର୍ତ୍ତିବା ପାଇଁ ଯୁଦ୍ଧ କରୁଛନ୍ତି ଟ୍ରମ୍ପ, ନେତାନ୍ୟାହୁଙ୍କୁ ମାଷ୍ଟରମାଇଣ୍ଡ୍ କହିଲେ କମଲା ହାରିସ୍

ଏପଷ୍ଟିନ୍-ଫାଇଲ୍‌ରୁ-ବର୍ତ୍ତିବା-ପାଇଁ-ଯୁଦ୍ଧ-କରୁଛନ୍ତି-ଟ୍ରମ୍ପ,-ନେତାନ୍ୟାହୁଙ୍କୁ-ମାଷ୍ଟରମାଇଣ୍ଡ୍-କହିଲେ-କମଲା-ହାରିସ୍

ନୂଆଦିଲ୍ଲୀ: ନେତାନ୍ୟାହୁଙ୍କ କାରଣରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଯୁଦ୍ଧକୁ ଟାଣି ହୋଇଛନ୍ତି। ସେ ସହଯୋଗୀମାନଙ୍କ ସହିତ ଆମେରିକୀୟ ସମ୍ପର୍କ ନଷ୍ଟ କରିଛନ୍ତି। ଟ୍ରମ୍ପ ଜଣେ ଅସୁରକ୍ଷିତ ବ୍ୟକ୍ତି ବୋଲି କହି କଡ଼ା ସମାଲୋଚନା କରି କହିଛନ୍ତି ପୂର୍ବତନ ଉପରାଷ୍ଟ୍ରପତି କମଲା ହାରିସ। ସେ ଆମେରିକୀୟ ସଦସ୍ୟମାନଙ୍କୁ ବିପଦରେ ପକାଇବା ଏବଂ ଆଭ୍ୟନ୍ତରୀଣ ଯୁଦ୍ଧ  ପାଇଁ ଆମେରିକାର ରାଷ୍ଟ୍ରପତିଙ୍କୁ ସମାଲୋଚନା କରିଥିଲେ। ଏହା ଜନସାଧାରଣଙ୍କୁ କ୍ଷତି ପହଞ୍ଚାଉଛି। କାରଣ ପେଟ୍ରୋଲର ମୂଲ୍ୟ ବୃଦ୍ଧି ପାଉଛି ଏବଂ ପରିବାର ଉପରେ ଚାପ ପକାଇ ଚାଲିଛି। ସେ ଅର୍ଥନୀତିକୁ ମହିଳାମାନଙ୍କୁ ପ୍ରଭାବିତ କରୁଥିବା ପ୍ରମୁଖ ସମସ୍ୟା ବିଷୟରେ ମଧ୍ୟ କହିଥିଲେ।

ଡେଟ୍ରଏଟର ହଣ୍ଟିଂଟନ୍ ପ୍ଲେସରେ ମିଶିଗାନ୍ ଡେମୋକ୍ରାଟିକ୍ ପାର୍ଟି ସମ୍ମିଳନୀରେ ହାରିସ୍ କହିଥିଲେ- ବିବି ନେତାନ୍ୟାହୁଙ୍କ ପାଇଁ ଟ୍ରମ୍ପ ଯୁଦ୍ଧରେ ଏଣ୍ଟ୍ରି କରିଛନ୍ତି। ଯାହା ଆମେରିକୀୟ ଲୋକମାନେ ଚାହୁଁ ନଥିଲେ। ଏଥିପାଇଁ ଅନେକ ପରିଣାମ ମଧ୍ୟରେ ଗ୍ୟାସର ମୂଲ୍ୟ ବୃଦ୍ଧି ହେଉଛି। ଯୁଦ୍ଧ ଆରମ୍ଭ ହେବା ପରଠାରୁ, ଇରାନ ମଧ୍ୟ ଦାବି କରିଆସୁଛି ଯେ ଆମେରିକା ଇସ୍ରାଏଲ ଯୋଗୁଁ ଯୁଦ୍ଧ ଆରମ୍ଭ କରିଥିଲା, କିନ୍ତୁ ଟ୍ରମ୍ପ୍ ଏହି ଦାବିକୁ ଅସ୍ୱୀକାର କରିଛନ୍ତି।

ହାରିସ କହିଛନ୍ତି- ଆମେ ଯୁକ୍ତରାଷ୍ଟ୍ର ଇତିହାସର ସବୁଠାରୁ ଦୁର୍ନୀତିଗ୍ରସ୍ତ, ନିଷ୍ଠୁର ଏବଂ ଅକ୍ଷମ ରାଷ୍ଟ୍ରପତି ପ୍ରଶାସନ ସହିତ ମୁକାବିଲା କରୁଛୁ। ଡୋନାଲ୍ଡ ଟ୍ରମ୍ପ ସବୁଠାରୁ “ଅସୁରକ୍ଷିତ ବ୍ୟକ୍ତି” ବୋଲି କହିଛନ୍ତି। “ଏପଷ୍ଟିନ ଫାଇଲରୁ ଧ୍ୟାନ ହଟାଇବା ପାଇଁ ଟ୍ରମ୍ପଙ୍କ ଏ ଦୁର୍ବଳ ପ୍ରୟାସ” ବୋଲି କହିଛନ୍ତି କମଲା। “ସତ୍ୟ କହିବା, ବିଶ୍ୱସ୍ତ ହେବା, ସ୍ଥିର ରହିବା। ସେ ସମସ୍ତ କ୍ଷେତ୍ରରେ ବିଫଳ ହୋଇଛନ୍ତି।

You all should have voted for Kamala Harris. We wouldn’t be in this war that Trump keeps lying about.

“He entered a war, got pulled into it by Bibi Netanyahu. Let us be clear about that. Entered a war that the American people do not want, putting at risk American service… pic.twitter.com/DBL9Fhq1A0

— Ed Krassenstein (@EdKrassen) April 18, 2026

କମଳା ହାରିସ୍ ରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଇଙ୍ଗିତ ଦେଇଛନ୍ତି। ସେ ୨୦୨୮ରେ ପ୍ରତିଦ୍ୱନ୍ଦ୍ୱିତା କରିବା ବିଷୟରେ ଚିନ୍ତା କରୁଛନ୍ତି। ୨୦୨୪ ମସିହାରେ ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ପରାସ୍ତ ହୋଇଥିଲେ କମଲା ହାରିସ।

Scroll to Top