ଡେଟିଂ ଆପ୍ରେ ଚାଟିଂ କରୁଥିଲେ, ନିରୋଳା ଜାଗାକୁ ଡାକି ଲୁଟୁଥିଲେ
Published By: Kirti – Prameya-News7 Bureau | April 18, 2026 08:03 AM
NEWS7
ଭୁବନେଶ୍ୱର ୧୮।୦୪ : ଡେଟିଂ ଆପ୍ ଜରିଆରେ ଡକାୟତି କରୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାଶ। ଭୁବନେଶ୍ବର ବଡଗଡ ଥାନାକୁ ସଫଳତା। ରାଜଧାନୀରେ ଡେଟିଂ ଆପ ମାଧ୍ୟମରେ ଏମାନେ ଲୋକଙ୍କୁ ଲୁଟୁଥିଲେ। ଡେଟିଂ ଆପ ଜରିଆରେ ଚାଟିଂ କରୁଥିଲେ। ନିରୋଳା ଜାଗାକୁ ଡାକି ଡକାୟତି କରୁଥିଲେ । ଫାଶରେ ପଡ଼ିଥିବା ଲୋକଙ୍କୁ ମାରପିଟ୍ କରୁଥିଲେ। ଛଡ଼ାଇ ନେଉଥିଲେ ସୁନା ଅଳଙ୍କାର, ନଗଦ ଟଙ୍କା ଓ ଦାମୀ ଜିନିଷ। ଗତ ମାର୍ଚ୍ଚ ମାସରେ ଜଣେ ଯୁବକଙ୍କୁ ଏପରି ଉପାୟରେ କେଶୁରା ଅଂଚଳର ଏକ ଭଙ୍ଗା ଘରକୁ ଡାକି ଲୁଟପାଟ କରିଥିଲେ। ଅଭିଯୋଗ ପରେ ଡକାୟତ ଗ୍ୟାଙ୍ଗର ମହିଳା ସମେତ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ନାବାଳକକୁ ସୁଧାର ଗୃହ ପଠାଇଛି ବଡଗଡ ଥାନା ପୋଲିସ। ଏହି ଡକାୟତ ଗ୍ୟାଙ୍ଗର ଅନ୍ୟ ସଦସ୍ୟ ମାନେ ଫେରାର ଥିବା ବେଳେ ସେମାନଙ୍କୁ ଧରିବାକୁ ବିଭିନ୍ନ ଜାଗାରେ ଚଢାଉ ଜାରି ରଖିଛି ବଡଗଡ ଥାନା ପୋଲିସ।
Also Read:-ଚତୁର୍ଥୀ ପୂର୍ବରୁ ପ୍ରେମିକ ସହ ନବବଧୂ ଫେରାର, ପୁଅ ଘର ଭାଣ୍ଡିଆ, ଅଧାରୁ ଭୋଜିଭାତ ବନ୍ଦ




