ଛଟେଇ ପ୍ରତିବାଦରେ ଆଉଟସୋର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ, ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ଦେଲେ ଧାରଣା

ଛଟେଇ-ପ୍ରତିବାଦରେ-ଆଉଟସୋର୍ସିଂ-କର୍ମଚାରୀଙ୍କ-ଆନ୍ଦୋଳନ,-ଭଦ୍ରକ-ସ୍ବୟଂଶାସିତ-ମହାବିଦ୍ୟାଳୟ-ପରିସରରେ-ଦେଲେ-ଧାରଣା

ଛଟେଇ ପ୍ରତିବାଦରେ ଆଉଟସୋର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ, ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ଦେଲେ ଧାରଣା

Published By: Chikun – Prameya-News7 Bureau | April 17, 2026 10:54 PM

NEWS7

Outsourcing employees

ଭଦ୍ରକ: ଛଟେଇ ପ୍ରତିବାଦରେ ଆଉଟସୋର୍ସିଂ କର୍ମଚାରୀଙ୍କ ପ୍ରତିବାଦ । ଶୁକ୍ରବାର ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ଆଉଟସୋର୍ସିଂ କର୍ମଚାରୀମାନେ ଛଟେଇ ପ୍ରତିବାଦରେ ଆନ୍ଦୋଳନ କରିଛନ୍ତି । କର୍ମଚାରୀମାନେ ଅଭିଯୋଗ କରିଛନ୍ତି, ମହାବିଦ୍ୟାଳୟରେ ୪୦ରୁ ଅଧିକ ଆଉଟସୋର୍ସିଂ କର୍ମଚାରୀ ଅଛନ୍ତି। ସେମାନେ ମହାବିଦ୍ୟାଳୟ ପରିସରରେ ଦୀର୍ଘ ବର୍ଷ ଧରି ସୁଚାରୁରୂପେ ଦାୟିତ୍ୱ ତୁଲାଉଛନ୍ତି।

ଆହୁରି ଅଭିଯୋଗ ହୋଇଛି, ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏକ ଚିଠି ହୋଇଥିଲା। ଯେଉଁଥିରେ ନୂତନ ଆଉଟସୋର୍ସିଂ କର୍ମଚାରୀ ନ ରଖିବାକୁ କୁହାଯାଇଥିଲା। ହେଲେ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟରେ ଦୀର୍ଘ ବର୍ଷ ଧରି କାମ କରୁଥିବା ୪୦ ଜଣ ଆଉଟସୋର୍ସିଂ କର୍ମଚାରୀଙ୍କୁ ଛଟେଇ କରାଯାଇଛି । ଏଥିପାଇଁ ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ କରି ଭଦ୍ରକ ସ୍ବୟଂଶାସିତ ମହିବିଦ୍ୟାଳୟ ପରିସରରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିଛନ୍ତି । ସେପେଟ ଏନେଇ କଲେଜର ଅଧ୍ୟକ୍ଷ କହିଛନ୍ତି, କର୍ମଚାରୀଙ୍କ ମଧ୍ୟରୁ ୪୩ ଜଣ ଆଉଟସୋର୍ସିଂ କର୍ମଚାରୀ ଥିଲେ । ଅନେକ ସମସ୍ୟା ହେଉଛି । କିନ୍ତୁ ଉଚ୍ଚ ଶିକ୍ଷା ବିଭାଗ ଚିଠି ଅନୁସାରେ ପଦକ୍ଷେପ ନିଆଯାଇଛି ।

Scroll to Top