Sumit Antil allege harassment case: ପ୍ରଶିକ୍ଷକ ନାଭାଲ ସିଂଙ୍କ ବିରୁଦ୍ଧରେ ନିର୍ଯ୍ୟାତନା ଅଭିଯୋଗ ଆଣିଲେ ନୀରଜ ଚୋପ୍ରା; ସୁମିତ ଆଣ୍ଟିଲ

sumit-antil-allege-harassment-case:-ପ୍ରଶିକ୍ଷକ-ନାଭାଲ-ସିଂଙ୍କ-ବିରୁଦ୍ଧରେ-ନିର୍ଯ୍ୟାତନା-ଅଭିଯୋଗ-ଆଣିଲେ-ନୀରଜ-ଚୋପ୍ରା;-ସୁମିତ-ଆଣ୍ଟିଲ

ନୂଆଦିଲ୍ଲୀ: ପାରା ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ସୁମିତ ଆଣ୍ଟିଲ୍ ତାଙ୍କ ପ୍ରଶିକ୍ଷକ (କୋଚ୍) ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ନାଭାଲ ସିଂହଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ନାଭାଲ ସିଂହ ତାଙ୍କୁ ମାନସିକ ନିର୍ଯାତନା ଦେଉଛନ୍ତି ଓ ଗାଳିଗୁଳଜ କରନ୍ତି ବୋଲି ସୁନୀଲ ଅଭିଯୋଗ କରିଛନ୍ତି। ଏନେଇ ସେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (SAI) ପାଖରେ ଅଭିଯୋଗ ଦାଖଲ କରିଛନ୍ତି। ସିଂହଙ୍କ ଆଚରଣ ଖେଳାଳିମାନଙ୍କ ପାଇଁ କ୍ଷତିକାରଣ ବୋଲି ସେ କହିଛନ୍ତି। ସବୁଠାରୁ ବଡ଼ କଥା ହେଲା ନୀରଜ ଚୋପ୍ରା ମଧ୍ୟ ସୁନୀଲଙ୍କୁ ସମର୍ଥନ କରିଛନ୍ତି।

ଅଣ୍ଟିଲ ଟୋକିଓ ୨୦୨୦ ଏବଂ ପ୍ୟାରିସ୍ ୨୦୨୪ ପାରାଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ନାଭାଲ୍ ତାଙ୍କୁ ଏବଂ ନୀରଜ ଚୋପ୍ରାକୁ ବାରମ୍ବାର ଟାର୍ଗେଟ କରିଥିଲେ। ପ୍ରଫେସନାଲର ସୀମା ପାର୍ କରି ତାଙ୍କ ପରିବାର ବର୍ଗକୁ ମଧ୍ୟ ଗାଳିଗୁଲଜ କରିଥିଲେ। ଅଣ୍ଟିଲ ପିଟିଆଇକୁ ପ୍ରତିକ୍ରିୟା ଦେଇ କହିଛନ୍ତି “ସେ ଆମକୁ ମାନସିକ ଭାବରେ ନିର୍ଯାତନା ଦେଇଥିଲେ ଏବଂ ମୋର ଏବଂ ନୀରଜଙ୍କ ପରିବାରକୁ ଦୁର୍ବ୍ୟବହାର କରୁଥିଲେ। ସେ ମାନସିକ ସ୍ତରର ଅସ୍ଥିର ଥିବା ମନେ ହେଉଛି।” ସୀମା ଟପିବାରୁ ବାଧ୍ୟ ହେଇ କର୍ତ୍ତୃପକ୍ଷଙ୍କ ପାଖରେ ଲିଖିତ ଅଭିଯୋଗ କଲି ବୋଲି ଅଣ୍ଟିଲ କହିଛନ୍ତି।

Also Read- Virat kohli like : ବିରାଟଙ୍କ ‘ଲାଇକ୍କୁ’ ନେଇ ପୁଣି ବିବାଦ, କିଏ ଏହି ଜର୍ମାନ ଇନଫ୍ଲୁଏନ୍ସର Lizlaz ?

ଘଟଣାରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ ପକ୍ଷରୁ ପ୍ରତିକ୍ରିୟା ଆସିଛି। ଆମ ପାଖକୁ ଅଭିଯୋଗ ଆସିଛି। ଅଭିଯୋଗକୁ ନୀରଜ ଚୋପ୍ରା ମଧ୍ୟ ସମର୍ଥନ ଜଣାଇଛନ୍ତି। ମାମଲାକୁ ସମ୍ପୃକ୍ତ ଫେଡେରେସନ ସହିତ ବିଚାର କରାଯାଉଛି ବୋଲି ସାଇ କହିଛି। ତେବେ ନାଭାଲ ସିଂହ ଏହାର କର୍ମଚାରୀ ନୁହଁନ୍ତି ଏବଂ ବର୍ତ୍ତମାନ ଜାତୀୟ ପ୍ରଶିକ୍ଷକ ଶିବିରର ଅଂଶ ଭାବରେ ଭାରତୀୟ ଆଥଲେଟିକ୍ସ ଫେଡେରେସନ (ଏଏଫଆଇ) ଦ୍ୱାରା ନିୟୋଜିତ ଅଛନ୍ତି ବୋଲି ସଂସ୍ଥା ସ୍ପଷ୍ଟ କରିଛି।

Scroll to Top