ଲୋକସଭାରେ ଫେଲ୍ ମାରିଲା ମହିଳା ସଂରକ୍ଷଣ ବିଲ୍ ଓ ସୀମା ନିର୍ଦ୍ଧାରଣ ବିଲ୍। ବିଲ୍ ସପକ୍ଷରେ ମାତ୍ର ୨୯୮ ଭୋଟ ପଡ଼ିଥିଲା ଏବଂ ବିପକ୍ଷରେ ୨୩୦ ଭୋଟ ପଡ଼ିଥିଲା।
Published By: abinash – Prameya-News7 Bureau | April 17, 2026 08:04 PM
NEWS7

ନୂଆଦିଲ୍ଲୀ: ଲୋକସଭାରେ ଫେଲ୍ ମାରିଲା ମହିଳା ସଂରକ୍ଷଣ ବିଲ୍ ଓ ସୀମା ନିର୍ଦ୍ଧାରଣ ବିଲ୍। ବିଲ୍ ପାସ ପାଇଁ ଭୋଟିଂ କରାଯାଇଥିଲା। ମହିଳା ସଂରକ୍ଷଣ ବିଲ୍ ପାଇଁ ମୋଟ ୫୨୮ ଭୋଟ ପଡ଼ିଥିଲା। ଏହା ଏକ ସାମ୍ବିଧାନିକ ସଂଶୋଧନ ବିଲ୍ ଥିଲା, ଯାହାକୁ ପାସ୍ କରିବା ପାଇଁ ଦୁଇ-ତୃତୀୟାଂଶ ବହୁମତ ଆବଶ୍ୟକ ଥିଲା। ବିଲ୍ ପାସ୍ କରିବା ପାଇଁ ୩୫୨ ଭୋଟ ଆବଶ୍ୟକ ଥିଲା, କିନ୍ତୁ ବିଲ୍ ସପକ୍ଷରେ ମାତ୍ର ୨୯୮ ଭୋଟ ପଡ଼ିଥିଲା ଏବଂ ବିପକ୍ଷରେ ୨୩୦ ଭୋଟ ପଡ଼ିଥିଲା।




