କଟକ ୧୭।୦୪ : ପ୍ରେସମିଟ୍ କରି ବର୍ଷିଲେ କଟକ- ବାରବାଟୀ ବିଧାୟକ । ପ୍ରେସମିଟ କରି କଟକ ମହାନଗର ନିଗମର ଦୁର୍ନୀତି ନେଇ ବର୍ଷିଛନ୍ତି ବିଧାୟକ ସୋଫିଆ ଫିର୍ଦ୍ଦୋଶ । ସାମ୍ବାଦିକ ସମ୍ମିଳନୀରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ଦେଖାଇବା ସହ ସିଏମସିକୁ ଦୁର୍ନୀତିର ଗନ୍ତାଘର ବୋଲି କହିଛନ୍ତି ।
ଶୁକ୍ରବାର ଦିନ କଟକ-ବାରବାଟୀ ବିଧାୟକ ସୋଫିଆ ଫିର୍ଦ୍ଦୋସ ଏକ ପ୍ରେସମିଟ୍ରେ ଆୟୋଜନ କରିଥିଲେ । ଯେଉଁଥିରେ ସେ କଟକ ହୋଇଥିବା ଅନେକ ଦୁର୍ନୀତି ସଂପର୍କରେ ତଥ୍ୟ ରଖିଥିଲେ । ସିଏମ୍ସିରେ କିପରି ଦୁର୍ନୀତି ଚାଲିଛି । ସେନେଇ ଅନେକ କାଗଜ ପତ୍ର ଦେଖାଇଛନ୍ତି ସୋଫିଆ । ସିଏମସିର ସଫେଇ କାର୍ଯ୍ୟ ଏବଂ ନିର୍ମାଣ କାର୍ଯ୍ୟରେ ଅନେକ ଦୁର୍ନୀତି ହୋଇଥିବା ଉଲ୍ଲେଖ କରିଛନ୍ତି । ସଫେଇ ସଂସ୍ଥା ନାଁରେ ଫେକ୍ ବିଲ ତିଆରି ହେଉଛି । ଏପିରିକି ଯେଉଁ ରାସ୍ତାର ମୂଲ୍ୟ ୩୦ରୁ ୪୦ ହଜାର ହେବ, ତାକୁ ୨ରୁ ୩ ଲକ୍ଷର ବିଲ ୍ କରି ହରିଲୁଟ୍ କରୁଛନ୍ତି ।
Also Read:-TCS Nashik BPO case: ଫେରାର ଅଭିଯୁକ୍ତ ନିଦା ଖାନ୍ ଗର୍ଭବତୀ ! ଅନ୍ତରୀଣ ଜାମିନ ପାଇଁ କୋର୍ଟରେ ଆବେଦନ
ବାରବାଟୀ ଫୁଡକୋର୍ଟ ଆବଣ୍ଟନରେ ଦୁର୍ନୀତିର ଗନ୍ଧ ରହିଛି । ଗରିବ ବ୍ୟବସାୟୀ ଏବଂ ମହିଳାଙ୍କୁ ଉପେକ୍ଷା କରାଯାଇଛି । ଅନେକ ଅଯୋଗ୍ୟ ହିତାଧିକାରୀ ଏହାକୁ ହାତେଇଛନ୍ତି । ଏମିତିକି ସିଏମସି ପକ୍ଷରୁ କିଛି ରୁଲ୍ ମଧ୍ୟ କରାଯାଇଛି, ଯେଉଁଥିରେ ଗରିବ ଲୋକ ହିଁ ଭାଗନେଇପାରିବେନାହିଁ । ଯାହାଦ୍ୱାରା ସେମାନଙ୍କ ଘନିଷ୍ଠ ଲୋକ ହାତେଇବା ପାଇଁ ସୁଯୋଗ ରହିବ । ୪ ବର୍ଷ ଭିତରେ କଟକ ମହାନଗର ନିଗମରେ ମହାଦୁର୍ନୀତି ଚାଲିଛି । ସିଏମ୍ସିକୁ ମେୟର ମହାଶୟ ନିଜର ପୈତୃକ ସମ୍ପତ୍ତି ଭାବୁଛନ୍ତି ।
ସେହିପରି ଛତ୍ରପୁର ଅର୍ବାନ ହାଟ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ସୋଫିଆ ଫିର୍ଦ୍ଦୋସ । ଆମେ ସେତେବେଳେ କହିଥିଲୁ, ଆଜି ବି କହୁଛି ଯେ, ଦୋକାନ ଆବଣ୍ଟନରେ ଦୁର୍ନୀତି ହୋଇଛି । ସର୍ଭେ କରିଥିବା ଲୋକ ଠିକ୍ ଭାବେ ତାଲିକା ପ୍ରସ୍ତୁତ କରିନାହାନ୍ତି । ଯେଉଁ ଲୋକଙ୍କୁ ମିଳିବ କଥା, ସେହି ଲୋକଙ୍କୁ ମିଳିନାହିଁ । ବିନା ସିଏମସି କମିଶନରଙ୍କ ଦସ୍ତଖତ କେମିତି ମଞ୍ଜୁରୀ ମିଳିଲା ।
Watch Video:-




