ନୂଆଦିଲ୍ଲୀ ୧୭।୦୪: ଭାରତୀୟ କ୍ରିକେଟ ଦଳର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି । ବର୍ତ୍ତମାନ ସେ ଆଇପିଏଲ ୨୦୨୬ ସିଜିନରେ ବ୍ୟସ୍ତ ଅଛନ୍ତି। ହେଲେ ଏହାରି ମଧ୍ୟରେ ସେ ପୁଣି ଥରେ ନିଜକୁ ଏକ ସୋସିଆଲ ମିଡିଆ ବିବାଦରେ ଫସାଇଛନ୍ତି। ଏଥର, ଏହି ପ୍ରସଙ୍ଗ ଲିଜଲାଜ୍ ନାମକ ଜଣେ ଜର୍ମାନ ଇନଫ୍ଲୁଏନ୍ସସରଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ଏକ ଇନଷ୍ଟାଗ୍ରାମ ଫଟୋକୁ ଲାଇକ କରିଛନ୍ତି। ସୋସିଆଲ ମିଡିଆରେ ଏହାକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି । କେତେକ ପ୍ରଶଂସକ ଏହାକୁ ନେଇ ମଜାଦାର ମିମ୍ ସେୟାର କରିଛନ୍ତି ତ ଆଉ କେତେକ ଲେଖିଛନ୍ତି ଏଥର ବି ବୋଧହୁଏ ଆଲଗୋରିଦିମ୍ ସମସ୍ୟା ଯୋଗୁଁ ଏପରି ହୋଇଛି ।
Virat Kohli has once again liked the post of an Insta female model. Now we know why he was dealing with a headache from the past 2 matches. 😭 pic.twitter.com/pSTD5McLbh
— Homie (@homelander_yyy) April 16, 2026
ଗୁରୁବାର ରାତିରେ, ଏହି ଗସିପର ଏକ ସ୍କ୍ରିନସଟ୍ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହୋଇଥିଲା। ଯାହା ଫଳରେ ୟୁଜର୍ସଙ୍କ ମତାମତରେ ଝଡ଼ ସୃଷ୍ଟି କରିଛି। ତଥାପି, ଏହା ସ୍ପଷ୍ଟ ନୁହେଁ ଯେ କୋହଲି ପ୍ରକୃତରେ ପୋଷ୍ଟଟିକୁ ଲାଇକ କରିଛନ୍ତି ନା ଏହା କେବଳ ଏକ ଆଲଗୋରିଦମ ଦ୍ୱାରା ହୋଇଥିବା ଏକ ତ୍ରୁଟି।
ଏହା ପ୍ରଥମ ଥର ନୁହେଁ ଗତ ବର୍ଷ ବି ଏକ ସମାନ ଘଟଣାକୁ ନେଇ ବିରାଟ ଚର୍ଚ୍ଚାରେ ଥିଲେ । ସେ ଇନଷ୍ଟାଗ୍ରାମ୍ରେ ଅବନୀତ କୌର୍ ନାମକ ମଡେଲ୍ଙ୍କ ଫଟୋରେ ‘ଲାଇକ୍’ ମାରିବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏପରିକି ବିରାଟଙ୍କ ବୈବାହିକ ଜୀବନକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଥିଲା । ବିବାଦ ଏତେ ବଢିଥିଲା ଯେ ବାଧ୍ୟ ହୋଇ ବିରାଟ ଏକ ବୟାନ ଜାରି କରି ସ୍ପଷ୍ଟୀକରଣ ଦେଇଥିଲେ। ସେ ଲେଖିଥିଲେ ଯେ ଆଲ୍ଗୋରିଦିମ୍ ସମସ୍ୟା ଯୋଗୁଁ ଅଜାଣତରେ ଏପରି ହୋଇଥାଇପାରେ । ଏହା ପଛରେ ଅନ୍ୟ କୌଣସି ଉଦ୍ଦେଶ୍ୟ ନଥିଲା । ଏଣୁ ଏହାକୁ ନେଇ ଅଯଥା କଳ୍ପନା ଜଳ୍ପନା ନ ହେଉ ।
କିଏ ଏହି Lizlaz ?
ଜର୍ମାନୀର ଜଣେ ସୋସିଆଲ ମିଡିଆ କ୍ରିଏଟର ଲିଜଲାଜ୍ । ସେ ଡିଜିଟାଲ୍ ଦୁନିଆରେ ଦ୍ରୁତ ଗତିରେ ଲୋକପ୍ରିୟତା ହାସଲ କରୁଛନ୍ତି। ସେ ଜଣେ ଟ୍ରାଭେଲ୍ ବ୍ଲଗର, ଫୁଡ୍ ଏକ୍ସପ୍ଲୋରର ଏବଂ ଗାୟିକା ଭାବରେ ଜଣାଶୁଣା। ତାଙ୍କର ଦକ୍ଷିଣ ଆଫ୍ରିକା ସହିତ ଗଭୀର ସମ୍ପର୍କ ଥିବା ମଧ୍ୟ କୁହାଯାଏ। ଲିଜଲାଜ୍ ତାଙ୍କ କଣ୍ଟେଣ୍ଟରେ ବିଭିନ୍ନ ଦେଶର ସଂସ୍କୃତି, ସ୍ଥାନୀୟ ଜୀବନଶୈଳୀ ଏବଂ ଖାଦ୍ୟ-ପାନୀୟକୁ ନେଇ ଦେଖାଇଥାନ୍ତି। ସେ ଦେଶର ସଂସ୍କୃତି, ଷ୍ଟ୍ରିଟ୍ ଫୁଡ୍ ଏବଂ ମୁମ୍ବାଇ, ବେଙ୍ଗାଲୁରୁ, ଗୋଆ, ଦିଲ୍ଲୀ ଏବଂ ହରିୟାଣା ଭଳି ସହର ଗୁଡ଼ିକ ସହିତ ତାଙ୍କର ଅଭିଜ୍ଞତାକୁ ଆକର୍ଷଣୀୟ ଭାବରେ ଉପସ୍ଥାପନ କରିଥାନ୍ତି ।
ଏହି କାରଣରୁ ଭାରତୀୟ ଦର୍ଶକଙ୍କ ମଧ୍ୟରେ ତାଙ୍କର ଲୋକପ୍ରିୟତା ବୃଦ୍ଧି ପାଉଛି। ଭାରତ ବାହାରେ, ସେ ଦକ୍ଷିଣ ଆଫ୍ରିକା, କୋରିଆ, ଭିଏତନାମ, ଶ୍ରୀଲଙ୍କା, ନେପାଳ, ଥାଇଲ୍ୟାଣ୍ଡ ଏବଂ ମାଳଦ୍ୱୀପ ସମେତ ଅନେକ ଦେଶ ଭ୍ରମଣ କରିଛନ୍ତି । ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ମଧ୍ୟ ଖୁବ୍ ଆକ୍ଟିଭ୍ । ତାଙ୍କ ଫଲୋର୍ସ ୪ ଲକ୍ଷରୁ ଅଧିକ । ତେବେ ବର୍ତ୍ତମାନ, “ଲିଜଲାଜ୍-ସମ୍ବନ୍ଧୀୟ ଲାଇକ୍” ସମ୍ପର୍କରେ ସତ୍ୟ କଣ ତାହା ଅସ୍ପଷ୍ଟ ରହିଛି। ଏହି ବିଷୟକୁ ନେଇ ସୋସିଆଲ ମିଡିଆରେ ଆଲୋଚନା ଏବଂ ମିମ୍ସର ଗସିପ୍ ଲଗାତାର ଜାରି ରହିଛି।




