‘ମୋଦୀ ମୋର ଭଲ ବନ୍ଧୁ, ଖୁବ୍ ସକରାତ୍ମକ ଆଲୋଚନା ହୋଇଛି’ : ୪୦ ମିନିଟ୍ ଧରି କଥା ହେଲା ପରେ ପ୍ରତିକ୍ରିୟା ରଖିଲେ ଟ୍ରମ୍ପ୍

‘ମୋଦୀ-ମୋର-ଭଲ-ବନ୍ଧୁ,-ଖୁବ୍-ସକରାତ୍ମକ-ଆଲୋଚନା-ହୋଇଛି’-:-୪୦-ମିନିଟ୍-ଧରି-କଥା-ହେଲା-ପରେ-ପ୍ରତିକ୍ରିୟା-ରଖିଲେ-ଟ୍ରମ୍ପ୍

‘ମୋଦୀ ମୋର ଭଲ ବନ୍ଧୁ, ଖୁବ୍ ସକରାତ୍ମକ ଆଲୋଚନା ହୋଇଛି’ : ୪୦ ମିନିଟ୍ ଧରି କଥା ହେଲା ପରେ ପ୍ରତିକ୍ରିୟା ରଖିଲେ ଟ୍ରମ୍ପ୍

ଦୁଇ ବିଶ୍ୱନେତାଙ୍କ ଆଲୋଚନାକୁ ନେଇ ଭାରତରେ ଅବସ୍ଥାପିତ ୟୁଏସ ରାଷ୍ଟ୍ରଦୂତ ସରଗିଓ ଗୋର୍ କହିଛନ୍ତି ଯେ, ଆଲୋଚନା ଖୁବ୍ ସକରାତ୍ମକ ହୋଇଛି । ଏହା ଆଗକୁ ମଧ୍ୟ ଜାରି ରହିବ ।

Published By: Ankit M – Prameya-News7 Bureau | April 17, 2026 11:45 AM

NEWS7

us india relation

ନୂଆଦିଲ୍ଲୀ,୧୭।୦୪ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସକରାତ୍ମକ ଆଲୋଚନା ହୋଇଛି । ମୋଦୀ ମୋର ବନ୍ଧୁ ଅଟନ୍ତି । ଆଞ୍ଚଳିକ ତଥା କ୍ଷେତ୍ରୀୟ ସୁରକ୍ଷା ପାଇଁ ସେ ଆଉ ମୋଦୀ ପ୍ରାୟ ୪୦ ମିନିଟ୍ ଧରି ଫୋନ୍ ଯୋଗେ ଆଲୋଚନା କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି । ଟ୍ରମ୍ପ୍ କଲ୍ କରିଥିବା ନେଇ ପ୍ରଧାନମନ୍ତ୍ରୀ ମୋଦୀ ପ୍ରକାଶ କରିବା ପରେ ଟ୍ରମ୍ପଙ୍କ ବୟାନ ସାମ୍ନାକୁ ଆସିଛି ।

ଟ୍ରମ୍ପ୍ କହିଛନ୍ତି ଯେ, ସେ ମୋଦୀଙ୍କ ସହ ଅନେକ ସମୟ ଧରି କଥା ହୋଇଛନ୍ତି । ମୋଦୀ ତାଙ୍କର ଜଣେ ଭଲ ବନ୍ଧୁ ଅଟନ୍ତି । ସେମାନଙ୍କ ମଧ୍ୟରେ ସକରାତ୍ମକ ଆଲୋଚନା ହୋଇଥିବା କିଛି ସାମ୍ବାଦିକଙ୍କ ପ୍ରଶ୍ନରେ ଟ୍ରମ୍ପ୍ କହିଛନ୍ତି ।

ଏହାପୂର୍ବରୁ ମୋଦୀ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ୍ କରି କହିଥିଲେ ଯେ, ତାଙ୍କୁ ବନ୍ଧୁ ଟ୍ରମ୍ପ୍ ଫୋନ୍ କରିଥିଲେ । ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ ଉଭୟ ଦୀର୍ଘ ସମୟ ଧରି କଥା ହୋଇଥିଲେ । ଏହାସହ ବୈଶ୍ୱିକ ସ୍ତରରେ ମଧ୍ୟ ଅନେକ ମାମଲାରେ ସେମାନେ ପରସ୍ପରକୁ ସହଯୋଗ କରିବେ । ଆହୁରି ମଧ୍ୟ ସେ ଉଲ୍ଲେଖ କରିଥିଲେ ଯେ, ପଶ୍ଚିମ ଏସିଆ ସହ ଷ୍ଟ୍ରେଟ୍ ଅଫ୍ ହର୍ମୋଜ୍ ପ୍ରସଙ୍ଗରେ ସେ ଏବଂ ଟ୍ରମ୍ପ୍ କଥା ହୋଇଛନ୍ତି ।

ଦୁଇ ବିଶ୍ୱନେତାଙ୍କ ଆଲୋଚନାକୁ ନେଇ ଭାରତରେ ଅବସ୍ଥାପିତ ୟୁଏସ ରାଷ୍ଟ୍ରଦୂତ ସରଗିଓ ଗୋର୍ କହିଛନ୍ତି ଯେ, ଆଲୋଚନା ଖୁବ୍ ସକରାତ୍ମକ ହୋଇଛି । ଏହା ଆଗକୁ ମଧ୍ୟ ଜାରି ରହିବ ।

ଅସ୍ତ୍ର ବିରତି ପରେ ପ୍ରଥମ ଆଲୋଚନା

ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ହୋଇଥିବା ଅସ୍ତ୍ରବିରତି ମଧ୍ୟରେ ଏହା ମୋଦୀଙ୍କ ସହ ଟ୍ରମ୍ପଙ୍କ ପ୍ରଥମ ଆଲୋଚନା । ଗତ ଏପ୍ରିଲ ୮ ତାରିଖରେ ୟୁଏସ ଏବଂ ଇରାନ ଅସ୍ତ୍ରବିରତି ବାବଦରେ ରାଜି ହୋଇଥିଲେ । ଏସବୁ ଭିତରେ ଗୁରୁବାର ଟ୍ରମ୍ପ୍ ଇସ୍ରାଏଲ ଏବଂ ଲେବାନନ୍ ମଧ୍ୟରେ ଅସ୍ତ୍ରବିରତି ଘୋଷଣା କରିଛନ୍ତି ।

Scroll to Top