Gold Silver Rate Today: ପୁଣି ବଢ଼ିଲା ସୁନା ଓ ରୁପା ଦର; ଗ୍ରାହକଙ୍କୁ କନ୍ଦାଇଲାଣି ଏହି ଦୁଇ ଦିନର ଦରବୃଦ୍ଧି

gold-silver-rate-today:-ପୁଣି-ବଢ଼ିଲା-ସୁନା-ଓ-ରୁପା-ଦର;-ଗ୍ରାହକଙ୍କୁ-କନ୍ଦାଇଲାଣି-ଏହି-ଦୁଇ-ଦିନର-ଦରବୃଦ୍ଧି

ଗତକାଲିର ବଡ଼ ବୃଦ୍ଧି ପରେ ଗୁରୁବାର ବି ସୁନା ଓ ରୁପା ଦର ବଢ଼ିଛି। ଆଜି,୧୬ ଏପ୍ରିଲରେ ଲଗାତାର ଦ୍ୱିତୀୟ ଦିନ ପାଇଁ ସୁନା ଏବଂ ରୂପା ମୂଲ୍ୟ ବୃଦ୍ଧି ପାଇଛି।

Published By: abinash – Prameya-News7 Bureau | April 16, 2026 10:47 PM

NEWS7

Gold Silver Rate Today:

Gold Silver Rate Today: ଗତକାଲିର ବଡ଼ ବୃଦ୍ଧି ପରେ ଗୁରୁବାର ବି ସୁନା ଓ ରୁପା ଦର ବଢ଼ିଛି। ଆଜି,୧୬ ଏପ୍ରିଲରେ ଲଗାତାର ଦ୍ୱିତୀୟ ଦିନ ପାଇଁ ସୁନା ଏବଂ ରୂପା ମୂଲ୍ୟ ବୃଦ୍ଧି ପାଇଛି। ଇଣ୍ଡିଆ ବୁଲିୟନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ଅନୁଯାୟୀରୁପା କେଜି ପ୍ରତି ,୨୭୩ ବୃଦ୍ଧି ପାଇ ଏକ କିଲୋଗ୍ରାମ ମୂଲ୍ୟ ୨.୫୧ ଲକ୍ଷ ହୋଇଛି। ଗତକାଲି କେଜିଏ ରୁପାର ଦାମ ୨.୪୯ ଲକ୍ଷ ଟଙ୍କା ଥିଲା।

ସେହିପରି ସୁନା ମୂଲ୍ୟରେ ବି ଆଜି ବୃଦ୍ଧି ଦେଖିବାକୁ ମିଳିଛି। ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୨୪୧ ଟଙ୍କା ବୃଦ୍ଧି ପାଇ ୧୫୩,୧୦୬ ଟଙ୍କା ହୋଇଛି। ଏହା ପୂର୍ବରୁ, ଏପ୍ରିଲ ୧୫ ତାରିଖରେ ୧୦ ଗ୍ରାମ ୨୪ କ୍ୟାରେଟ ସୁନା ମୂଲ୍ୟ ଥିଲା ୧୫୨,୮୬୫ ଟଙ୍କା। ଗତ ଦୁଇ ଦିନରେ, ସୁନା ₹୩,୦୯୫ ଏବଂ ରୂପା ₹୧୪,୩୧୧ ମହଙ୍ଗା ହୋଇଛି।

Also Read- India’s Household Debt: ବିକାଶ ପଥରେ ଚାଲୁ ଚାଲୁ ଋଣ ଗାଡ଼ିଆରେ ବୁଡ଼ି ଯାଉଛି ଭାରତ; ୧୦ ବର୍ଷର ରେକର୍ଡ ଭାଙ୍ଗିଲା ଘରୋଇ ଋଣ

ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ପୁନର୍ବାର ଆରମ୍ଭ ହେବାର ଆଶା ବୃଦ୍ଧି ପାଇଥିବାରୁ ସୁନା ଏବଂ ରୂପା ମୂଲ୍ୟରେ ଏହି ବୃଦ୍ଧି ଘଟିଛି। ଏହା ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ, ମୁଦ୍ରାସ୍ଫୀତି ଭୟ କମିବା ଏବଂ ଡଲାର ଦୁର୍ବଳ ହେବା ଆଦି କାରଣରୁ ନିବେଶକମାନେ ପୁଣିଥରେ ସୁନା ଏବଂ ରୁପା ଉପରେ ନିବେଶ ବଢ଼ାଇଛନ୍ତି। ଏଥିପାଇଁ ଏହି ଦୁଇ ଧାତୁର ମୂଲ୍ୟ ପୁଣି ବଢ଼ିଛି।

ଚଳିତ ବର୍ଷ ଏପର୍ଯ୍ୟନ୍ତ ସୁନା ୨୦,୦୦୦ ଟଙ୍କା ଏବଂ ରୁପା ୨୧,୦୦୦ ଟଙ୍କା ମହଙ୍ଗା

ଚଳିତ ବର୍ଷ ଯୁଦ୍ଧ ଓ କଟକଣା ଭଳି ଏକାଧିକ ଭୂରାଜନୈତିକ ଅସ୍ଥିରତା ଯୋଗୁ ସୁନା ଦର ଅଧିକ ଅପ-ଡାଉନ ରହିଛି। କେତେବେଳେ କମୁଛି ତ ଆଉ କେତେବେଳେ ବଢୁଛି। ତେବେ ୨୦୨୬ ମସିହାରେ ଏପର୍ଯ୍ୟନ୍ତ ସୁନା ୨୦,୧୧୦ ଏବଂ ରୁପା ୨୨,୨୫୫ ଟଙ୍କା ବୃଦ୍ଧି ପାଇଛି। ୩୧ ଡିସେମ୍ବର ୨୦୨୫ରେ ୧୦ ଗ୍ରାମ ସୁନାର ମୂଲ୍ୟ ୧.୩୩ ଲକ୍ଷ ଟଙ୍କା ଥିଲା, ଯାହା ଏବେ ୧.୫୩ ଲକ୍ଷ ଟଙ୍କାରେ ପହଞ୍ଚିଛି।

Also Read- ମାର୍ଚ୍ଚ ମାସରେ ୩୮ ମାସର ଉଚ୍ଚତମ ସ୍ତରକୁ ପହଞ୍ଚିଛି ପାଇକାରୀ ମୁଦ୍ରାସ୍ଫୀତି, ଜାଣନ୍ତୁ କେତେ?

Scroll to Top