କିଛିଦନ ପୂର୍ବରୁ ଏକ ବଡ଼ ଦୁର୍ନୀତିର ଖୁଲାସା କରିଥିଲେ ଜଣେ ବିଜେପିନ ନେତା। ଆଉ ବୁଧବାର(୧୫/୪/୨୪) ବାସଭବନରୁ ମିଳିଲା ମୃତଦେହ। ବିଜେପି ନେତାଙ୍କ ଏଭଳି ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ମୃତ୍ୟୁ ନା ହତ୍ୟା ସନ୍ଦରେ ପୁଲିସ।
Published By: abinash – Prameya-News7 Bureau | April 16, 2026 09:09 PM
NEWS7

ହାଇଦ୍ରାବାଦ: କିଛିଦନ ପୂର୍ବରୁ ଏକ ବଡ଼ ଦୁର୍ନୀତିର ଖୁଲାସା କରିଥିଲେ ଜଣେ ବିଜେପିନ ନେତା। ଆଉ ବୁଧବାର(୧୫/୪/୨୪) ବାସଭବନରୁ ମିଳିଲା ମୃତଦେହ। ତେଲେଙ୍ଗାନା ରଙ୍ଗାରେଡ୍ଡି ଜିଲ୍ଲା ବଡାଙ୍ଗପେଟର ଭାରତୀୟ ଜନତା ପାର୍ଟି (ବିଜେପି) ନେତା ଏବଂ ସାମାଜିକ କର୍ମୀ ରାଲ୍ଲାଗୁଡେମ୍ ରାମକୃଷ୍ଣ ରେଡ୍ଡିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବୁଧବାର,ଏପ୍ରିଲ ୧୫ ତାରିଖରେ ମେଡିପାଲି ପୋଲିସ ଷ୍ଟେସନ ସୀମା ଅନ୍ତର୍ଗତ ତାଙ୍କ ବାସଭବନରେ ମୃତଦେହ ମିଳିଥିଲା। ରାମକୃଷ୍ଣଙ୍କ ମୃତ୍ୟୁ ନେଇ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ କରୁଛି।
ଡେକାନ କ୍ରୋନିକଲର ଏକ ରିପୋର୍ଟ ଅନୁଯାୟୀ,ରାମକୃଷ୍ଣଙ୍କର ତାଙ୍କ ଅଞ୍ଚଳରେ ଭଲ ପରିଚିତି ଥିଲା। ସାର୍ବଜନୀନ ସମସ୍ୟାଗୁଡ଼ିକୁ ସେ ସବୁବେଳେ ସରକାରଙ୍କ ସମ୍ମୁଖରେ ଉଠାଉ ଥିବାରୁ ଲୋକେ ତାଙ୍କୁ ଜାଣିଥିଲେ। ନିକଟରେ ବଡାଙ୍ଗପେଟ୍ ସର୍କଲରେ ଅଭିଯୋଗ ହୋଇଥିବା ୧୫୦କୋଟି ଟଙ୍କାର ଦୁର୍ନୀତିର ପର୍ଦ୍ଦାଫାସ କରିବା ନେଇ ସେ ଚର୍ଚ୍ଚାରେ ଥିଲେ। ହେଲେ ମାମଲାର ନିଷ୍କର୍ସ ବାହାରିବା ପୂର୍ବରୁ ତାଙ୍କ ବାସଭବନରୁ ମୃତଦେହ ମିଳିବା ସମସ୍ତଙ୍କ ପାଇଁ ଚିନ୍ତାରେ ପକାଇ ଦେଇଛି।
Also Read- TCS Nashik BPO case: ଏଚ୍ଆର୍ ମ୍ୟାନେଜର ନିଦା ଖାନ୍ ଭୂମିକାକୁ ନେଇ ବଢ଼ିଲା ସନ୍ଦେହ, ଫେରାର୍ ପରେ ଖୋଜୁଛି ପୁଲିସ




