You Tube Shorts Time Limit: ଲଗାତର ସ୍କ୍ରଲ୍ କରି ଆଉ ଦେଖି ପାରିବେନି ଶର୍ଟ୍ସ ! ୟୁଟ୍ୟୁବ୍ ଆଣିଲା ନୂଆ ଫିଚର୍ସ

you-tube-shorts-time-limit:-ଲଗାତର-ସ୍କ୍ରଲ୍-କରି-ଆଉ-ଦେଖି-ପାରିବେନି-ଶର୍ଟ୍ସ-!-ୟୁଟ୍ୟୁବ୍-ଆଣିଲା-ନୂଆ-ଫିଚର୍ସ

Published By: abinash – Prameya-News7 Bureau | April 16, 2026 04:15 PM

NEWS7

You Tube Shorts Time Limit
photo credit-internet

You Tube Shorts Time Limit: ସୋସିଆଲ୍ ମିଡିଆରୁ ସ୍କ୍ରିନ ଅନ ଟାଇମ ହ୍ରାସ କରିବା ପାଇଁ ୟୁଟ୍ୟୁବ (YouTube)“ଟାଇମ ମ୍ୟାନେଜମେଣ୍ଟ” ନାମକ ଏକ ନୂଆ ଫିଚର୍ସ ଆଣିଛି। ଏହାଦ୍ୱାରା ଆପଣ ବର୍ତ୍ତମାନ ୟୁଟ୍ୟୁବ ଆପ୍ରେଶର୍ଟଦେଖିବାର ସମୟ ସୀମାକୁ ଜିରୋରୁ ସେଟ୍ କରିପାରିବେ। ଏଥିରେ ଶର୍ଟ୍ସ ଫିଡ୍ ସମ୍ପୂର୍ଣ୍ଣ ହଟିଯିବ। ସ୍କ୍ରିନ ଅନ୍ ଟାଇମକୁ ଉନ୍ନତ କରିବା ଉଦ୍ଦେଶ୍ୟରେ ୟୁଟ୍ୟୁବ୍ ଏହି ନୂଆ ଫିଚର୍ସକୁ ଯୋଡ଼ିଛି।

YouTube ଗତ ବର୍ଷ ଅକ୍ଟୋବରରେ Shorts ପାଇଁ ଏକ ଟାଇମର୍ ଫିଚର୍ ଆରମ୍ଭ କରିଥିଲା।ଯାହାର ସର୍ବନିମ୍ନ ସମୟ ସୀମା ୧୫ ମିନିଟ୍ ଥିଲା। ଜାନୁଆରୀରେ,ଏହି ଫିଚରକୁ ଆଉ ଟିକେ ମଜଭୁତ କରି “ଜିରୋ ମିନିଟ” ଅପସନ ଦେଇଛି। ଯାହା ଦ୍ୱାରା ଅଭିଭାବକମାନେ ପିଲାମାନଙ୍କ ସ୍କ୍ରିନ୍ ଟାଇମ୍ ଉପରେ ନିୟନ୍ତ୍ରଣ କରିପାରିବେ।ଏହିଅପସନ ସମସ୍ତ ପ୍ୟାରେଣ୍ଟ ଆକାଉଣ୍ଟ ପାଇଁ ଲାଇଭ ହୋଇଯାଇଛି। ସାମାନ୍ୟ ଓ ଆଡଲ୍ଟ ଆକାଉଣ୍ଟଗୁଡ଼ିକରେ ମଧ୍ୟ ଏହା ଲାଗୁ ହେବ ବୋଲି ୟୁଟ୍ୟୁବ୍ ପ୍ରବକ୍ତା ମ୍ୟାକେଞ୍ଜୀ ସ୍ପିଲର କହିଛନ୍ତି।

ହଟିବ ଶର୍ଟ ସଜେସନ

ୟୁଜର ଜିରୋ ମିନିଟ ଅପସନ ବାଛିବା ପରେ ଶର୍ଟ ଟ୍ୟାବ୍ ଉପରେ ଆଉ କୌଣସି ଭିଡିଓ ଦେଖାଯିବ ନାହିଁ। କେବଳ ଏକ ନୋଟିଫିକିସେନ ଦେଖିବାକୁ ମିଳିବ, ଯେଉଁଥିରେ ଆପଣ ଆପଣଙ୍କର ଶର୍ଟ ଫିଡ୍ ଲିମିଟ ପୂରା କରି ସାରିଛନ୍ତି ବୋଲି ଲେଖାଯିବ।ଲିମିଟ ଶେଟ୍ କରିବା ପରେ ହୋମ ସ୍କ୍ରିନରୁ ବି ଶର୍ଟ୍ସର ସଜେସନ ହଟିଯିବ।

Also Read- ରାତାରାତି ୟୁଜର୍ସଙ୍କୁ ଝଟକା ଦେଲା YouTube ! ପ୍ରିମିୟମ୍ ପ୍ଲାନର ରେଟ୍ ବଢାଇଲା, ଜାଣନ୍ତୁ ନୂଆ ମୂଲ୍ୟ କେତେ

ଭାରତରେ ୟୁଟ୍ୟୁବର ଲକ୍ଷ ଲକ୍ଷ ଉପଭୋକ୍ତା ଅଛନ୍ତି,ଏବଂ ଶର୍ଟ୍ସ ପାଇଁ ଲୋକଙ୍କ ମଧ୍ୟରେ କ୍ରେଜ୍ ବହୁତ ଅଧିକ। ଏହି ଫିଚର୍ସ ସେମାନଙ୍କ ପାଇଁ ବହୁତ ସହାୟକ ହେବ ଯେଉଁମାନେ ଡୁମ୍ ସ୍କ୍ରଲିଂର ଅଭ୍ୟାସବା ଅନିଚ୍ଛା ସତ୍ତ୍ୱେ ସ୍କ୍ରଲ କରି ଭିଡିଓ ଦେଖୁଛନ୍ତି। ଡିଜିଟାଲ ସଚେତନତା ଦିଗରେ ଏହାକ ଭଲ ପଦକ୍ଷେପ ବୋଲି କୁହାଯାଉଛି।

କେମିତି ଅନ୍ କରିବେ ନୂଆ ଫିଚର୍ସ?

• YouTube ଆପ୍ ସେଟିଂସକୁ ଯାଆନ୍ତୁ ଏବଂ ଟାଇମ ମ୍ୟାନେଜମେଣ୍ଟ ଅପସନ ବାଛନ୍ତୁ।
• ଏବେ‘Shorts Feed Limit’କୁ ଟୋଗଲ୍ଅନ କରନ୍ତୁ।
• ଟାଇମ ଲିମିଟକୁ ଯାଇ ‘0 ମିନିଟ୍‘ ଚୟନ କରନ୍ତୁ।

କ’ଣ ଶିଖିଲେ?

ସୋସିଆଲ୍ ମିଡିଆରେ ଲଗାତର ସ୍କ୍ରଲ୍ କରି ଶର୍ଟ ଦେଖିବାର ଅଭ୍ୟାସକୁ ଡୁମସ୍କ୍ରଲିଙ୍ଗବୋଲି କୁହାଯାଏ। ଆଜିକାଲି ଏହି ଖରାପ ଅଭ୍ୟାସରେ ସମସ୍ତେ ପୀଡିତ। ଗୋଟିଏ ମିନିଟ୍ରେ ସ୍କ୍ରଲ୍ କରି ଏକାଧିକ ଭିଡିଓ ଦେଖିବାରେ ବ୍ୟସ୍ତ ଲୋକେ। ହେଲେ ଏହାର ଗମ୍ଭୀର ପରିଣାମ ରହିଛି। ଏଥିରେ ସମୟ ବର୍ବାଦ ହେବା ସହିତ ମାନସିକ ଚାପ ଓ ନିଦ୍ରାହୀନତା ସମସ୍ୟା ଦେଖା ଦେଇଥାଏ। ବ୍ରେନ୍ ହାମରେଜ୍ ହେବାର ଆଶଙ୍କା ବି ରହିଥାଏ। ତେଣୁ ୟୁଟ୍ୟୁବ୍‌ରେ ଏହି ଶର୍ଟ ମ୍ୟାନେଜମେଣ୍ଟ ଅପସନ ଉପଭୋକ୍ତାଙ୍କୁ ବହୁତ ସାହୟ ହେବ।

Scroll to Top