ଆଜିଠୁ ଡିଜିଟାଲ ଜନଗଣନା, ଘରକୁ ଘର ବୁଲି ପଚାରିବେ ୩୩ ପ୍ରଶ୍ନ
Published By: Chandan – Prameya-News7 Bureau | April 16, 2026 07:50 AM
NEWS7
ଭୁବନେଶ୍ୱର: ଆଜିଠାରୁ ସାରା ରାଜ୍ୟରେ ଆରମ୍ଭ ହେବ ଡିଜିଟାଲ୍ ଜନଗଣନା। ୯୦ ହଜାର ୨୦୦ ଅଧିକାରୀ ଘର ଘର ବୁଲି ଜନଗଣନା କରିବେ। ଏନେଇ ୧୫,୧୪୦ ସୁପରଭାଇଜର୍ ନିଯୁକ୍ତ ଥିବା ଜନସଂଖ୍ୟା ନିର୍ଦ୍ଦେଶାଳୟ ସୂଚନା ଦେଇଛି।
ପ୍ରତି ଜନଗଣନା ଅଧିକାରୀ ୮୦୦ ଲୋକଙ୍କ ତଥ୍ୟ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଜଣେ ଅଧିକାରୀଙ୍କୁ ୨୦୦ରୁ ୨୨୦ଟି ଘର ଗଣତି କରିବାକୁ ହେବ। ଅଧିକାରୀ ଘର ଗଣିବା ସହ ନମ୍ବରିଂ କରିବେ ଓ ମୁଖ୍ୟଙ୍କୁ ୩୩ଟି ପ୍ରଶ୍ନ କରିବେ। ଏପ୍ରିଲ ୧୬ରୁ ମେ’୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ଡିଜିଟାଲ୍ ଜନଗଣନା।
ପ୍ରଥମେ ଏପ୍ରିଲ ୧ ରୁ ୧୫ ତାରିଖ ପ୍ରର୍ଯ୍ୟନ୍ତ ସ୍ୱ-ଜନଗଣନା ହୋଇଥିଲା । ନିଜ ମୋବାଇଲରୁ ଲଗଇନ କରି ଜନଗଣନା ୱେବ ସାଇଟରେ କରୁଥିଲେ। ପ୍ରଥମ ଥର ପାଇଁ ଡିଜିଟାଲ ମାଧ୍ୟମରେ ନିଜେ ନିଜେ ଜନଗଣନା କରିପାରିବେ ଜନତା। ଜଣଗଣନାରେ ସମସ୍ତ ତଥ୍ୟ ଗୋପନୀୟ ରହିବ ।




