ସମୁଦ୍ରରେ ଚାଲିଥିଲା ଚୋରା ଗୁଆ ବ୍ୟବସାୟ, ମାଛଧରା ଡଙ୍ଗାରେ ଚାଲାଣ ବେଳେ ଧରିଲା ତଟରକ୍ଷୀ ବାହିନୀ

ସମୁଦ୍ରରେ-ଚାଲିଥିଲା-ଚୋରା-ଗୁଆ-ବ୍ୟବସାୟ,-ମାଛଧରା-ଡଙ୍ଗାରେ-ଚାଲାଣ-ବେଳେ-ଧରିଲା-ତଟରକ୍ଷୀ-ବାହିନୀ

ପାରାଦୀପ: ମାଛଧରା ଡଙ୍ଗାରେ ବେଆଇନ ଭାବେ ହେଉଥିଲା ଗୁଆ ଚାଲାଣ। ଚଢ଼ାଉ କରି ଧରିଲା ଭାରତୀୟ ତଟରକ୍ଷୀ ବାହିନୀ। ବୁଧବାର ପାରାଦୀପ ସମୁଦ୍ର ଉପକୂଳରୁ ବେଆଇନ ଭାବରେ ମାଛ ଧରା ଡଙ୍ଗାରେ ଚାଲାଣ ହେଉଥିବା ଦୁଇ ଗୁଆ ଭର୍ତ୍ତି ବୋଟ ଜବତ ହୋଇଛି। ଜବତ ଗୁଆର ମୂଲ୍ୟ ପ୍ରାୟ ୮ ଲକ୍ଷ ୫୨ ହଜାର ଟଙ୍କା ହେବା ନେଇ ଅନୁମାନ କରାଯାଉଛି।

ସୂଚନା ଅନୁସାରେ, ବୁଧବାର ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ବଙ୍ଗୋପସାଗରରେ ନିୟମିତ ପାଟ୍ରୋଲିଂ ସମୟରେ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ଥିବା ଦୁଇଟି ସନ୍ଦିଗ୍ଧ ମାଛ ଧରା ଡଙ୍ଗାକୁ ଅଟକାଇଥିଲେ। ଆଉ ଚଢ଼ାଉ ସମୟରେ ଏହି ଦୁଇ ଡଙ୍ଗା ମା’ ଆୟେଶା- ୧ ଓ ମା’ ଆୟେଶା- ୨ରୁ ୭୧୦ ବସ୍ତା ଚୋରା ଗୁଆ ମିଳିଥିଲା।

Also Read: କୁଆଡ଼େ ଯାଉଥିଲା ଏତେ ପରିମାଣର ନକଲି ନୋଟ୍ ? ନେଣଦେଣ ବେଳେ ଧରାପଡ଼ିଗଲେ ଦୁଇ

ଡଙ୍ଗାଗୁଡ଼ିକ ପଶ୍ଚିମବଙ୍ଗ ରାଜ୍ୟର ବୋଲି ଜଣା ପଡିବା ସହିତ ପଞ୍ଜିକୃତ କିମ୍ବା କୌଣସି ବୈଧ କାଗଜପତ୍ର ବିନା ଉକ୍ତ ଡଙ୍ଗା ଚାଲୁଥିବା ଜଣାପଡ଼ିଛି। ଉକ୍ତ ଡଙ୍ଗାଗୁଡ଼ିକ ଏବଂ କର୍ମଚାରୀମାନଙ୍କୁ ଅଧିକ ବିସ୍ତୃତ ତଦନ୍ତ ପାଇଁ ଓଡ଼ିଶାର କସାଫଳ ସାମୁଦ୍ରିକ ପୋଲିସ ଥାନାକୁ ପହସ୍ତାନ୍ତର କରାଯାଇଛି।

ଭାରତୀୟ ତଟରକ୍ଷୀ ବାହିନୀ ସମୁଦ୍ରରେ ବେଆଇନ କାର୍ଯ୍ୟକଳାପକୁ ନିରୋଧ କରିବା,ଚିହ୍ନଟ କରିବା ଏବଂ ବାଧା ଦେବା ପାଇଁ ଏକ ଅଟଳ ସତର୍କତା ପାଳନ କରୁଥିବା ନେଇ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ସୂଚନା ଦିଆଯାଇଛି।

Scroll to Top