ନିଜ ପତ୍ନୀକୁ ବାପଘରୁ ଟଙ୍କା ଆଣିବାକୁ ବାଧ୍ୟ କରି ମାରପିଟ କରୁଥିଲା, ହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡ
ପତ୍ନୀକୁ ବାରମ୍ବାର ବାପଘରୁ ଟଙ୍କା ଆଣିବାକୁ ବାଧ୍ୟ କରୁଥିଲା । ସବୁବେଳେ ମାରପିଟ କରୁଥିଲା । ଶେଷରେ ଗଳାଚିପି କଲା ହତ୍ୟା । ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡ ।
Published By: Ruby – Prameya-News7 Bureau | April 15, 2026 05:28 PM
NEWS7
ଗଜପତି ୧୫।୪: ଯୌତୁକ ଜନିତ ଅତ୍ୟାଚାର, ପାରିବାରିକ ହିଂସା ଓ ପରବର୍ତ୍ତୀ ସମୟରେ ହତ୍ୟା କରିବା ଅଭିଯୋଗରେ ଆଜୀବନ । ପାରଳାଖେମୁଣ୍ଡିର ଅତିରିକ୍ତ ଜିଲ୍ଲା ଦୌରାଜଜ୍ଙ୍କ ଅଦାଲତରେ ଜଣେ ବ୍ୟକ୍ତିଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଜରିମାନା ଦେବାକୁ ରାୟ ଶୁଣାଇଛନ୍ତି । ଦୋଷୀ ବ୍ୟକ୍ତି ଜଣକ ହେଲେ ଆର. ଧନୁଞ୍ଜୟ ।
ଗତ ୨୦୧୮ ମସିହାରେ ଧନୁଞ୍ଜୟ ବିବାହ କରିଥିଲେ । ନିଜ ପତ୍ନୀକୁ ବାରମ୍ବାର ନିଜ ବାପଘରୁ ଟଙ୍କା ଆଣିବା ପାଇଁ ବାଧ୍ୟ କରିବା ସହ ସବୁବେଳେ ମାରପିଟ କରୁଥିଲା । ଗତ ୨୦୧୯ ମସିହା ନଭେମ୍ବର ମାସ ୧୨ ତାରିଖରେ ଧନୁଞ୍ଜୟ ନିଜେ ଗ୍ୟାରେଜରେ ଗାଡି କ୍ଲଚ ଓ୍ବେୟାରରେ ନିଜ ପତ୍ନୀଙ୍କ ଗଳାଚିପି ହତ୍ୟା କରିଥିଲେ । ଲୁଗା କାନିକୁ ବେକରେ ଭିଡି ମୃତଦେହକୁ ଗ୍ୟାରେଜ ଆଗରେ ରଖି ପୋଲିସକୁ ବାଟବଣା କରିବାକୁ ଚେଷ୍ଟା କରିଥିଲା ଧନୁଞ୍ଜୟ । ଏହି ଘଟଣାରେ ଦୋଷୀ ବିରୁଦ୍ଧରେ ପାରିବାରିକ ହିଂସା, ଯୌତୁକ ଜନିତ ଅତ୍ୟାଚାର ଓ ହତ୍ୟା ଭଳି ସଙ୍ଗୀନ ଅପରାଧିକ ମାମଲା ରୁଜୁ ହୋଇଥିଲା ।
Also Read:- Nari Shakti Vandan: ଯେତେବେଳେ ମହିଳା ନେତୃତ୍ୱ ନିଅନ୍ତି, କେବଳ ସେ ନିଜେ ସଶକ୍ତ ହୁଅନ୍ତି ନାହିଁ ରାଷ୍ଟ୍ରକୁ ସଶକ୍ତ କରନ୍ତି
ଏହି ମାମଲାରେ ୧୭ ଜଣଙ୍କ ସାକ୍ଷ୍ୟ ପ୍ରମାଣ ଏବଂ ଘଟଣାସ୍ଥଳରୁ ମିଳିଥିବା ଅନେକ ତଥ୍ୟ ଓ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଆଧାର କରି ଆଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍ଙ୍କ ଅଦାଲତ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ।




