Gold Silver Rate Today: ଏଥର ସ୍ଥିତି ଅସମ୍ଭାଳ, ଆଉ କିଣି ହେବନି ସୁନା ଓ ରୁପା, ୧୩ ହଜାରରୁ ଅଧିକ ବଢ଼ିଲା ମୂଲ୍ୟ

gold-silver-rate-today:-ଏଥର-ସ୍ଥିତି-ଅସମ୍ଭାଳ,-ଆଉ-କିଣି-ହେବନି-ସୁନା-ଓ-ରୁପା,-୧୩-ହଜାରରୁ-ଅଧିକ-ବଢ଼ିଲା-ମୂଲ୍ୟ

Gold Silver Rate Today: ନା ଇରାନ ଯୁଦ୍ଧ ନା ହର୍ମୁଜ ଅବରୋଧ, ସୁନା ଓ ରୁପା ମୂଲ୍ୟରେ ଲଗାମ ଲଗାଇପାରୁ ନାହିଁ। ପ୍ରତିଦିନ ଏହି ଦୁଇ ଧାତୁର ଦାମ ବଢ଼ିବାରେ ଲାଗିଛି। ଯଦିଓ ମଝିରେ ମଝିରେ ଦର କମୁଛି, ହେଲେ ୫ କମିଲେ ୨୫ ବଢ଼ୁଛି। ତେଣୁ ସାଧାରଣ ଲୋକଙ୍କ ପାଇଁ ସୁନା ଓ ରୁପା କିଣିବା ଯେମିତି ଆକାଶ କଇଆଁ ଚିଲିକା ମାଛ ପରି ମନେ ହେଲାଣି।

ବୁଧବାର ସୁନା ଦର ପୁଣି ହାଇ ଜମ୍ପ ମାରିଛି। ଆଜି ୧୫ ଏପ୍ରିଲରେ ସୁନା ଏବଂ ରୁପା ମୂଲ୍ୟ ବୃଦ୍ଧି ପାଇଛି। ଇଣ୍ଡିଆ ବୁଲିୟନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA)ଅନୁଯାୟୀ,୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ମୂଲ୍ୟରେ₹୨,୯୩୮ ବୃଦ୍ଧି ପାଇ₹୧.୫୩ ଲକ୍ଷ ହୋଇଛି। ଏହା ପୂର୍ବରୁ ୧୩ ଏପ୍ରିଲରେ₹୧.୫୦ ଲକ୍ଷ ଟଙ୍କା ଥିଲା।ସେହିଭଳି ରୁପାର ଦାମ ବି ଲମ୍ବଡିଆଁ ମାରିଛି।ଏକ କିଲୋଗ୍ରାମ ରୁପାର ମୂଲ୍ୟ ୧୩,୮୭୪ ଟଙ୍କା ବୃଦ୍ଧି ପାଇ କେଜି ମୂଲ୍ୟ ୨.୫୧ ଲକ୍ଷ ଟଙ୍କା ପାର୍ କରିଛି। ଯାହା ସୋମବାର କେଜି ୨.୩୭ ଲକ୍ଷ ଟଙ୍କା ଥିଲା।

୨୦୨୬ରେ ସୁନା ବଢ଼ିଲାଣି ୧୯,୭୫୪ ରୁପା ବଢ଼ିଛି ୨୦,୪୩୫ ଟଙ୍କା

ଏହି ବର୍ଷ, ସୁନା ଏବଂ ରୁପାର ମୂଲ୍ୟରେ ଅପ୍ ଡାଉନ ଜାରି ରହିଛି। ମୁଦ୍ରାମୂଲ୍ୟ ହ୍ରାସ ଓ ଯୁଦ୍ଧ ଭଳି ଘଟଣା ଏହି ଦୁଇ ଧାତୁର ମୂଲ୍ୟକୁ ପ୍ରଭାବିତ କରୁଛି। ତଥାପି ଦର କମିବା ନେଇ ଆଶା କରାଯାଉଥିଲେ, ତାହା ସମ୍ଭବ ହେଇପାରୁ ନାହିଁ। ୨୦୨୬ ମସିହାରେ ଏପର୍ଯ୍ୟନ୍ତ ସୁନା ₹୧୯,୭୫୪ ଏବଂ ରୁପା ₹୨୦,୪୩୫ ବୃଦ୍ଧି ମହଙ୍ଗା ହେଲାଣି।

Also Read- Price hike: ମହଙ୍ଗା ପଡ଼ୁଛି ଇରାନ ଯୁଦ୍ଧ, ୭% ବଢ଼ିଲା ଖାଦ୍ୟ ତେଲ ଦାମ, ସାମ୍ପୁ ସାବୁନ ମହଙ୍ଗା, ଏସି ଠୁ ଫ୍ରିଜ୍ ୧୫% ଦର ବୃଦ୍ଧି

ତେବେ ୩୧ ଡିସେମ୍ବର ୨୦୨୫ରେ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ₹୧.୩୩ ଲକ୍ଷ ଟଙ୍କା ଥିଲା। ଯାହା ଏବେ ବଢ଼ି ₹୧.୫୩ ଲକ୍ଷ ଟଙ୍କାରେ ପହଞ୍ଚିଲାଣି। ସେହିପରି ରୁପାର ମୂଲ୍ୟ କିଲୋଗ୍ରାମ ପ୍ରତି ମୂଲ୍ୟ ₹୨.୩୦ ଲକ୍ଷ ଟଙ୍କା ଥିଲା, ଯାହା ଏବେ ₹୨.୫୧ ଲକ୍ଷରେ ପହଞ୍ଚିଛି।

୧.୭୬ ଲକ୍ଷ ଅଲ୍ଟାଇମ୍ ହାଇରେ ପହଞ୍ଚିଥିଲା ସୁନା

ତେବେ ଏହା ପୂର୍ବରୁ ସୁନା ଓ ରୁପା ମୂଲ୍ୟ ଅଲ ଟାଇମ୍ ହାଇ ରେକର୍ଡ କରି ସାରିଥିଲା। ଜାନୁଆରୀ ୨୯ ତାରିଖରେ ସୁନା ସର୍ବାଧିକ ₹୧.୭୬ ଲକ୍ଷ ଏବଂ ରୂପା ₹୩.୮୬ ଲକ୍ଷ ଛୁଇଁଥିଲା। କିନ୍ତୁ, ଫେବୃଆରୀ ୨୮ ତାରିଖରେ ଆମେରିକା ଏବଂ ଇସ୍ରାଏଲ ଇରାନ ସହିତ ଯୁଦ୍ଧ ଆରମ୍ଭ କରିବା ପରେ ମୂଲ୍ୟ ହ୍ରାସ ପାଇଥିଲା। ସେବେଠାରୁ, ୪୭ ଦିନ ମଧ୍ୟରେ ସୁନା ₹୬,୧୪୮ ଏବଂ ରୂପା ₹୧୫,୮୪୫ ହ୍ରାସ ପାଇଛି।

Scroll to Top