ବ୍ରିଜ୍ ଉପରେ ପଡ଼ିଛି ଜୋତା-ମୋବାଇଲ୍, ବୈତରଣୀ ନଦୀକୁ ଡେଇଁପଡିଲେ ଯୁବକ !
ବ୍ରିଜ୍ ଉପରେ ରହିଛି ଜୋତା ଏବଂ ମୋବାଇଲ । ନଦୀକୁ ଜଣେ ଯୁବକ ଡେଇଁପଡ଼ିଥିବା ସୂଚନା ।
Published By: Kirti – Prameya-News7 Bureau | April 15, 2026 12:09 PM
NEWS7
ଚାନ୍ଦବାଲି ୧୫।୦୪ : ବ୍ରିଜ୍ ଉପରେ ରହିଛି ଜୋତା ଏବଂ ମୋବାଇଲ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବୈତରଣୀ ନଦୀ ଗେମନ ବ୍ରିଜ ଉପରୁ ମିଳିଛି ଯୁବକଙ୍କ ଜୋତା ଏବଂ ମୋବାଇଲ । ନଦୀକୁ ଜଣେ ଯୁବକ ଡେଇଁପଡ଼ିଥିବା ସୂଚନା ।
ଖବର ଅନୁଯାୟୀ, ରାଜକନିକା ଥାନା ବରାଆଡ଼ିଆ ଗାଁର ଜୟରଥ ମଲ୍ଲିକ ନାମକ ଜଣେ ଯୁବକ ନଦୀକୁ ଡେଇଁପଡ଼ିଥିବା ସୂଚନା । ଏହାପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି । ଚାନ୍ଦବାଲି ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନଦୀରେ ଖୋଜାଖୋଜି କରୁଛନ୍ତି। ରାତିରୁ ଘରୁ ଆସିଥିବା ବେଳେ ଘରକୁ ପହଞ୍ଚି ନଥିଲେ। ଏହାକୁ ସନ୍ଦେହ କରି ନଦୀର ଗେମନ ଵ୍ରିଜ ଉପରେ ଜୋତା ଏବଂ ମୋବାଇଲ୍ ଥୋଇ ଦେଇ ନଦୀକୁ ଡେଇଁ ଥିବା ସନ୍ଦେହ କରାଯାଉଛି ।




