Woman dies in elephant attack: କାଜୁ ବଗିଚାକୁ ଯାଇଥିଲେ ମହିଳା, ସାମ୍ନାକୁ ପଳାଇ ଆସିଲା ଦନ୍ତା, ଆଉ ତାପରେ…

woman-dies-in-elephant-attack:-କାଜୁ-ବଗିଚାକୁ-ଯାଇଥିଲେ-ମହିଳା,-ସାମ୍ନାକୁ-ପଳାଇ-ଆସିଲା-ଦନ୍ତା,-ଆଉ-ତାପରେ…

Published By: Ruby – Prameya-News7 Bureau | April 15, 2026 11:07 AM

NEWS7

Hindol News

ହିନ୍ଦୋଳ ୧୫।୪: ହାତୀ ଆକ୍ରମଣରେ ମହିଳା ମୃତ I ମୃତ ମହିଳା ହେଲେ ହିନ୍ଦୋଳ ବନାଞ୍ଚଳ ହିନ୍ଦୋଳ NAC ଅଞ୍ଚଳ ୫ ନମ୍ବର ୱାର୍ଡ ଧୂଣ୍ଡିନଳୀ ଗ୍ରାମର ଜୟନ୍ତୀ ସାହୁ I ବୟସ ୫୫ ବର୍ଷ I

ସୂଚନାଯୋଗ୍ୟ ଯେ, ଜୟନ୍ତୀ ବୁଧବାର ସକାଳ ସମୟରେ ନିଜ କାଜୁ ବଗିଚାକୁ ଯାଇଥିଲେ I ଅକସ୍ମାତ ଏକ ଦନ୍ତା ହାତୀ ତାଙ୍କ ସାମ୍ନାକୁ ଆସିବାରୁ ସେ କେଉଁଆଡେ ଯାଇପାରିନଥିଲେ ଏବଂ ହାତୀ ଆକ୍ରମଣର ଶିକାର ହୋଇଥିଲେ I ହାତୀ ଜୟନ୍ତୀଙ୍କ ଅଣ୍ଟା ଠାରୁ ପାଦ ପର୍ଯ୍ୟନ୍ତ ଅଂଶକୁ ସମ୍ପୂର୍ଣ୍ଣ ଦଳି ଚକଟି ପକାଇଛି I ଗ୍ରାମବାସୀ ଏବଂ ବନ ବିଭାଗ ମିଶି ତାଙ୍କୁ ଉଦ୍ଧାର କରି ହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ I ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି I

ତେବେ ହିନ୍ଦୋଳରେ ବାରମ୍ବାର ହାତୀ ମଣିଷ ଲଢେଇ ଦେଖିବାକୁ ମିଳୁଛି I କେବେ ହାତୀର ଜୀବନ ଯାଉଛି ତ ଆଉ କେବେ ମଣିଷ ଜୀବନ ଯାଉଛି I ଏହାର କିଛି ସ୍ଥାୟୀ ସମାଧାନ କରିବାକୁ ଜନସାଧାରଣ ଦାବି ରଖିଛନ୍ତି I

Scroll to Top