ଗ୍ରାମବାସୀଙ୍କ ଗୋଟିଏ ଜିଦ୍, ଅନ୍ୟ ଧର୍ମର ଲୋକଙ୍କ ପାଇଁ ଆମ ଗାଁ ଶ୍ମଶାନରେ ଜାଗା ଦେବୁନାହଁ

ଗ୍ରାମବାସୀଙ୍କ-ଗୋଟିଏ-ଜିଦ୍,-ଅନ୍ୟ-ଧର୍ମର-ଲୋକଙ୍କ-ପାଇଁ-ଆମ-ଗାଁ-ଶ୍ମଶାନରେ-ଜାଗା-ଦେବୁନାହଁ

ଗ୍ରାମବାସୀଙ୍କ ଗୋଟିଏ ଜିଦ୍, ଅନ୍ୟ ଧର୍ମର ଲୋକଙ୍କ ପାଇଁ ଆମ ଗାଁ ଶ୍ମଶାନରେ ଜାଗା ଦେବୁନାହଁ

ଗାଁ ଶ୍ମଶାନରେ ଶବକୁ ମିଳୁନାହିଁ ଜାଗା । ୩୬ ଘଣ୍ଟାରୁ ଅଧିକ ସମୟ ହେଲା ପଡି ରହିଛି ମୃତଦେହ । ଜିଦ୍‌ରେ ଅଟଳ ଗ୍ରାମବାସୀ ।

Published By: Ruby – Prameya-News7 Bureau | April 15, 2026 10:12 AM

NEWS7

Nabrangpur News

ଉମରକୋଟ ୧୫।୪: ଧର୍ମ ପରିବର୍ତ୍ତନ କରିଥିବା ଯୋଗୁଁ ଗାଁ ଶ୍ମଶାନରେ ଶବକୁ ମିଳୁନାହିଁ ଜାଗା । ଘରେ ୩୬ ଘଣ୍ଟାରୁ ଅଧିକ ହେଲା ପଡି ରହିଛି ମୃତଦେହ । ଅନ୍ୟ ଧର୍ମ ଗ୍ରହଣ କରିବାରୁ ଶବକୁ ସତ୍କାର ପାଇଁ ନିଜ ଗାଁରେ ଜାଗା ଦେଉନାହାନ୍ତି ଲୋକେ । ଏହିଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ କୋପେନା ପଞ୍ଚାୟତ ଅଣ୍ଡ୍ରି ଗ୍ରାମରେ ।

ସୂଚନାଯୋଗ୍ୟ ଯେ, ମାଣିକ ସାନ୍ତାଙ୍କର ଗତ ସୋମବାର ସନ୍ଧ୍ୟା ୭ଟାରେ ମୃତ୍ୟୁ ହୋଇଥିଲା । ହେଲେ ଏଯାଏ ଘରେ ପଡିରହିଛି ଶବ । ଗ୍ରାମବାସୀଙ୍କ ଗୋଟିଏ ଜିଦ ଅନ୍ୟ ଧର୍ମର ଲୋକଙ୍କ ପାଇଁ ଆମେ ଗାଁ ଶ୍ମଶାନରେ ଜାଗା ଦେବୁନାହଁ । ଯଦି ହିନ୍ଦୁ ରୀତିନୀତି ଅନୁଯାୟୀ ଶବକୁ ସତ୍କାର କରିବେ ତା ହେଲେ ଶ୍ମଶାନରେ ଜାଗା ଦେବୁ । ଘଟଣାସ୍ଥଳରେ ଉମରକୋଟ ପୋଲିସ ତହସିଲଦାର ଓ ବିଡିଓ ଉପସ୍ଥିତ ରହି ଲୋକଙ୍କୁ ବୁଝାସୁଝା କରିଛନ୍ତି । ତଥାପି ସମସ୍ତେ ନିଜ ନିଜ ଜିଦରେ ଅଟଳ ଅଛନ୍ତି ।

ଅନ୍ୟପଟେ ମୃତକ ପରିବାର ଲୋକଙ୍କ କହିବା ହେଲା ଆମେ ଦୀର୍ଘ ଦିନ ହେଲା ଗ୍ରାମରେ ବସବାସ କରୁଛୁ । ତେଣୁ ଆମ ମୌଳିକ ଅଧିକାରକୁ ଚପାଇ ଦେବାକୁ ଅପର ପକ୍ଷର ଲୋକେ ଉଦ୍ୟମ କରୁଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଘରେ ଶବ ପଡ଼ି ରହିଛି ।

Scroll to Top